ଓଡିଶା

odisha

ନୂଆ କଣ୍ଟେଣ୍ଟ ଏବଂ ନିଜସ୍ୱ ଫିଲ୍ମ କରିବାକୁ ଭୟ କରୁଛି ଓଡିଶା ଫିଲ୍ମ ଇଣ୍ଡଷ୍ଟ୍ରି: ମନୋଜ ମିଶ୍ର

By ETV Bharat Odisha Team

Published : Oct 12, 2023, 8:23 AM IST

ପ୍ରେକ୍ଷାଳୟରେ ଧମାଲ ମଚାଉଛି ବହୁଚର୍ଚ୍ଚିତ ଚଳଚ୍ଚିତ୍ର ‘ମାଇଣ୍ଡ ଗେମ୍‌’ । ଫିଲ୍ମଟି କିଭଳି ପ୍ରସ୍ତୁତି ହୋଇଥିଲା ଏବଂ ଫିଲ୍ମ ତିଆରି କରିବା ପଛର କାହାଣୀ କ’ଣ ରହିଛି ସେ ସମ୍ପର୍କରେ ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ମନୋଜ ମିଶ୍ର। ଅଧିକ ପଢନ୍ତୁ

ମନୋଜ ମିଶ୍ର
ମନୋଜ ମିଶ୍ର

ସାମ୍ବାଦିକ ସମ୍ମିଳନୀ କଲେ ମନୋଜ ମିଶ୍ର

ରାଉରକେଲା: ଓଡ଼ିଆ ସିନେ ଦର୍ଶକଙ୍କ ପାଇଁ ବର୍ତ୍ତମାନ ଦଶହରା ଭେଟି ନେଇ ଆସିଛି ‘ମାଇଣ୍ଡ ଗେମ୍‌’ ଫିଲ୍ମ । ବହୁଚର୍ଚ୍ଚିତ ଓଡ଼ିଆ ଓ ସମ୍ବଲପୁରୀ ଚଳଚ୍ଚିତ୍ର ‘ମାଇଣ୍ଡ ଗେମ୍‌’ ଗତ 6 ତାରିଖରୁ ସମସ୍ତ ପ୍ରେକ୍ଷାଳୟରେ ରିଲିଜ ହୋଇସାରିଛି । ଏହି ଚଳଚ୍ଚିତ୍ର ଓଡିଶାବାସୀଙ୍କୁ ଖୁବ୍‌ ଆକର୍ଷିତ କରୁଛି । ତେବେ ଏହି ପରିପ୍ରେକ୍ଷୀରେ ରାଉରକେଲାକୁ ଆସିଛନ୍ତି ‘ମାଇଣ୍ଡ ଗେମ୍‌’ର ମୁଖ୍ୟ ଚରିତ୍ରରେ ଅଭିନୟ କରୁଥିବା ମନୋଜ ମିଶ୍ର । ଅଭିନେତା ମନୋଜ ମିଶ୍ର ଏନେଇ ଏକ ସାମ୍ବାଦିକ ସମ୍ମିଳନୀର ଆୟୋଜନ କରିି ଫିଲ୍ମ ସମ୍ପର୍କରେ କହିଛନ୍ତି । ଫିଲ୍ମ କିଭଳି ପ୍ରସ୍ତୁତି ହୋଇଥିଲା ଏବଂ ଫିଲ୍ମ ତିଆରି କରିବା ପଛର କାହାଣୀ ସମ୍ପର୍କରେ ଆଲୋଚନା କରିଛନ୍ତି।

ଗତ 5 ବର୍ଷ ପୂର୍ବେ ଘଟିଥିବା ବହୁ ଚର୍ଚ୍ଚିତ ବଲାଙ୍ଗିର ଜିଲ୍ଲାର ପାଟଣାଗଡ଼ ପାର୍ସଲ ବୋମା ବିସ୍ଫୋରଣ ଘଟଣାର ପୋଲିସ ଯାଞ୍ଚ ସମ୍ପର୍କୀତ ସତ୍ୟ ଘଟଣା ଉପରେ ଆଧାରିତ ନିଚ୍ଛକ ଓଡ଼ିଆ କାହାଣୀ ଉପରେ ଆଧାରିତ ‘ମାଇଣ୍ଡ୍‌ ଗ୍ୟାମ୍‌’ । ବିଶେଷଭାବେ ଏହି ଚଳଚ୍ଚିତ୍ରଟିର ସମସ୍ତ ବିଭାଗରେ ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରର କାର୍ଯ୍ୟ କରାଯାଇଥିବା ଯୋଗୁଁ ମାଇଣ୍ଡ ଗେମ୍‌କୁ ଦର୍ଶକମାନେ ଅଧିକରୁ ଅଧିକ ପସନ୍ଦ କରିବେ ବୋଲି ମନୋଜ କହିଛନ୍ତି । ଅନ୍ୟପକ୍ଷରେ ଏହି ଚଳଚ୍ଚିତ୍ରରେ ଅତୁଲ କୁଲକର୍ଣ୍ଣିଙ୍କ ସମେତ ଅନେକ ପ୍ରଖ୍ୟାତ ଓ ବିଶିଷ୍ଟ କଳାକାରଙ୍କ ଅଭିନୟ ଦମ୍‌ଦାର ହୋଇଛି ବୋଲି ମନୋଜ ମିଶ୍ର କହିଛନ୍ତି । ଏବଂ ଫିଲ୍ମକୁ ସମସ୍ତେ ଦେଖନ୍ତୁ ଏବଂ ଅଧିକରୁ ଅଧିକ ଭଲ ପାଇବା ଦିଅନ୍ତୁ ବୋଲି ସେ କହିଛନ୍ତି ।

ଏହା ମଧ୍ୟ ପଢନ୍ତୁ: Mind Game: ଅଙ୍ଗେ ନିଭାଇଥିବା ଘଟଣାକୁ ପରଦାରେ ଦେଖିଲେ ପାଟଣାଗଡ଼ ପୀଡିତ ପରିବାର

ବର୍ତ୍ତମାନ ଓଡ଼ିଆ ଫିଲ୍ମ ଏକ ନୂଆ ଢଙ୍ଗରେ ପ୍ରସ୍ତୁତ ହେବା ଆରମ୍ଭ ହେଲାଣି । ଏବଂ ଏହି ଫିଲ୍ମ ପ୍ରାୟ ଏକ ନୂଆ ଢଙ୍ଗରେ ଅଧିକ କିଛି ପ୍ରୟୋଗ ନକରି କିଭଳି ସାଧାରଣ ଢଙ୍ଗରେ ଫିଲ୍ମ ତିଆରି ହୋଇପରିବ ତାହା ନେଇ ବେଶ ଦୃଷ୍ଟି ଦିଆଯାଇଥିଲା । ତେବେ ଏହି ଫିଲ୍ମ ସୁଟିଂ ପରେ ଫିଲ୍ମ ଉପରେ କେସ ହୋଇଥିବାରୁ ପ୍ରାୟ ଚାରି ବର୍ଷ ଅଟକି ରହିଥିଲା । ତେବେ ଏହି ଫିଲ୍ମ ଦେଖିଲେ ଚାରି ବର୍ଷ ତଳର ଫିଲ୍ମ ଭଳି ଲାଗିବ ନାହିଁ ବୋଲି କହିଛନ୍ତି ମନୋଜ ମିଶ୍ର । ତେବେ ଫିଲ୍ମର ଷ୍ଟାର ଅଭିନେତା ଅତୁଳ କୂଳକରଣୀ ତାଙ୍କର କ୍ଲାସିକ ଆକ୍ଟିଂଗ ମାଧ୍ୟମରେ ଫିଲ୍ମକୁ ଆହୁରି ରୋଚକ କରିଛନ୍ତି ।

ମନୋଜ ମିଶ୍ର କହିଛନ୍ତି, "ଓଡିଶାକୁ ଭଲ କଣ୍ଟେଣ୍ଟ ଆସିବାକୁ ନେଇ ବର୍ତ୍ତମାନ ଯାଏ ଫିଲ୍ମ ଇଣ୍ଡଷ୍ଟ୍ରି ପ୍ରସ୍ତୁତ ହୋଇନାହିଁ । ଓଡ଼ିଶାରେ ମଧ୍ୟ ବହୁ ପ୍ରକାର ଘଟଣା ଏବଂ ପରମ୍ପରା ଓ ଲୋକକଥା ରହିଛି ଯାହାକୁ ନେଇ ଫିଲ୍ମ ତିଆରି କରାଯାଇ ପାରିବ । ଆମ ଓଡିଶାରେ ହିଁ ବହୁ ପ୍ରକାର ତଥ୍ୟ ରହିଛି ଯାହାକୁ ନେଇ ନୂଆ କଣ୍ଟେଣ୍ଟ୍‌ ମଧ୍ୟ ଲୋକଙ୍କ ମଧ୍ୟକୁ ଆସିବା ସହ ଓଡ଼ିଶା ଫିଲ୍ମ ଇଣ୍ଡଷ୍ଟ୍ରିର ନୂଆ ରୂପ ସାରା ଦେଶରେ ଦେଖିବାକୁ ମିଳିବ । ତେବେ ଓଡ଼ିଶାର ନିଜସ୍ୱ ଫିଲ୍ମ ନିର୍ମାଣ କଲେ ଫିଲ୍ମ ପ୍ରଡ୍ୟୁସର ଏବଂ ଡ଼ାଇରେକ୍ଟର ସହ ସମ୍ପୂର୍ଣ୍ଣ ଟିମ୍‌ ଭୟ କରୁଛନ୍ତି ଯେ ଫିଲ୍ମ ଚାଲିବ ନା ନାହିଁ ଲୋକଙ୍କୁ ପସନ୍ଦ ଆସିବ ନା ନାହିଁ । ତେବେ ସେ ଭୟକୁ ଦୂର କରି ନୂଆ କିଛି ଷ୍ଟେପ୍‌ ଫିଲ୍ମ ଇଣ୍ଡଷ୍ଟ୍ରି ଉଠାଇବା କଥା । ଯାହା ଦ୍ୱାରା ଓଡ଼ିଶାର ଫିଲ୍ମ ଇଣ୍ଡଷ୍ଟ୍ରି ଏକ ନୂଆ ରୂପ ଏବଂ ନୂଆ ରଙ୍ଗରେ ଆସି ପାରିବ । ଖାସ୍‌ କରି ଅଧିକ କ୍ରିଏଟିଭ ନକରି ସତ୍ୟତା ଦେଖାଇବାକୁ ଚେଷ୍ଟା କଲେ ହିଁ ବର୍ତ୍ତମାନ ପିଢି ଏହାକୁ ଗ୍ରହଣ କରିବେ ।"

ଇଟିଭି ଭାରତ, ରାଉରକେଲା

ABOUT THE AUTHOR

...view details