ଓଡିଶା

odisha

ଆଦିବାସୀଙ୍କ ଜମି ବିକ୍ରି ବିବାଦ: ରାଉରକେଲାରେ ଜେଏମଏମ ଓ ଆଦିବାସୀ ସଂଘର ବିକ୍ଷୋଭ

By ETV Bharat Odisha Team

Published : Dec 9, 2023, 1:59 PM IST

Tribal Land Sale Issue: ଆଦିବାସୀଙ୍କ ଜମି ଅଧିଗ୍ରହଣ ଆଇନକୁ ନେଇ ରାଉରକେଲାରେ ଜେଏମଏମ ଓ ଆଦିବାସୀ ସଂଘର ବିକ୍ଷୋଭ ପ୍ରଦର୍ଶନ । ଅଧିକ ପଢନ୍ତୁ

ରାଉରକେଲାରେ ଜେଏମଏମ ଓ ଆଦିବାସୀ ସଂଘର ବିକ୍ଷୋଭ
ରାଉରକେଲାରେ ଜେଏମଏମ ଓ ଆଦିବାସୀ ସଂଘର ବିକ୍ଷୋଭ

ଆଦିବାସୀଙ୍କ ଜମି ବିକ୍ରି ବିବାଦ

ରାଉରକେଲା:ଆଦିବାସୀ ଜମି ଅଧିଗ୍ରହଣ ସଂକ୍ରାନ୍ତ କ୍ୟାବିନେଟ ନିଷ୍ପତ୍ତି ବିରୋଧରେ ଗର୍ଜିଲା ଜେଏମଏମ । ଏହି ନିଷ୍ପତ୍ତିକୁ ସ୍ଥଗିତ ନୁହେଁ ସମ୍ପୂର୍ଣ୍ଣ ରବ୍ଦ କରାଯାଉ ବୋଲି ଦାବି କରି ଆଜିଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚା ଓ ସୁନ୍ଦରଗଡ ଆଦିବାସୀ ମୂଳବାସୀ ବଞ୍ଚାଓ ମଞ୍ଚ ପକ୍ଷରୁ ରାଉରକେଲା ସହରରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ଆନ୍ଦୋଳନକାରୀମାନେ ଏକ ବିଶାଳ ରାଲିରେ ବାହାରି ରାଜ୍ୟ ସରକାରଙ୍କ ନିଷ୍ପତ୍ତିକୁ ବିରୋଧ କରି ନାରାବାଜି କରିଥିଲେ ଏବଂ ଅତିରିକ୍ତ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପହଞ୍ଚି ଏ ସଂକ୍ରାନ୍ତ ଦାବିପତ୍ର ପ୍ରଦାନ କରିଥିଲେ । ଅଣଆଦିବାସୀମାନେ ଆଦିବାସୀଙ୍କ ଜମି କିଣିପାରିବା ନିଷ୍ପତ୍ତି ନେଇ ସରକାର ଆଦିବାସୀମାନଙ୍କ ଅଧିକାରଙ୍କ କ୍ଷୂର୍ଣ୍ଣ କରୁଥିବା ସେମାନେ ଅଭିଯୋଗ କରିଛନ୍ତି । ଆଦିବାସୀଙ୍କ ଜମି ଉପରେ ଏହି ଶସ୍ତା ରାଜନୀତି ବନ୍ଦ କରିବା ଦାବିରେ ଜେଏମଏମ ଓ ଆଦିବାସୀ ସଂଘ ଏହି ଆନ୍ଦୋଳନ କରିଛି ।

ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚା ଓ ଆଦିବାସୀ ମୂଳବାସୀ ବଞ୍ଚାଓ ମଞ୍ଚ ପକ୍ଷରୁ ସହରରେ ବିଶାଳ ରାଲି ଏବଂ ଗଣଧାରଣା ସହ ବିରୋଧ ପ୍ରଦର୍ଶନ କରାଯାଇଛି । ଏନେଇ ବିକ୍ଷୋଭକାରୀ କହିଛନ୍ତି ଯେ, ଭାରତୀୟ ସମ୍ବିଧାନର ଧାରା ୧୯( ୫) ଅନୁଯାୟୀ ଏଠାକାର ଆଦିବାସୀ ହିଁ ସ୍ଥାନୀୟ ମୂଳ ଆଦିବାସୀ ଅଟନ୍ତି । ଅନୁସୂଚିତ ଜାତି ଜିଲ୍ଲାରେ କୌଣସି ଅଣ ଆଦିବାସୀ ଜମି କିଣାବିକା କରିପାରିବେ ନାହିଁ । ସମତା ଜଜ୍‌ମେଣ୍ଟ ଅନୁଯାୟୀ ଅନୁସୂଚିତ ଜିଲ୍ଲାରେ କେନ୍ଦ୍ର ଓ ରାଜ୍ୟ ସରକାର ଆଦିବାସୀଙ୍କ ଏକ ଇଞ୍ଚ ଜମି ନେଇପାରିବେ ନାହିଁ ବୋଲି କୁହାଯାଇଛି ।

ଏହା ମଧ୍ୟ ପଢନ୍ତୁ: ଗର୍ଜିଲେ କଂଗ୍ରେସ ନେତା ଗଣେଶ୍ବର: କହିଲେ ରାଜ୍ୟ ସରକାର ଆଦିବାସୀ ସ୍ବାର୍ଥ ବିରୋଧୀ

କାଳ କାଳରୁ ଏହି ନିୟମ ଥିବା ସତ୍ତ୍ବେ ରାଜ୍ୟ ସରକାର କ୍ୟାବିନେଟ୍‌ରେ ଆଦିବାସୀ ଜମିକୁ ହଡ଼ପ କରିବାକୁ ମସୁଧା ଚଳାଇଛନ୍ତି । ଏହାକୁ ତୁରନ୍ତ ପ୍ରତ୍ୟାହାର କରିବା ଦରକାର । ନଚେତ ଜିଲ୍ଲାର ଏବଂ ରାଜ୍ୟର ସମସ୍ତ ଆଦିବାସୀ ସମାଜ ରାଜରାସ୍ତାକୁ ଓହ୍ଲାଇବାକୁ ବାଧ୍ୟ ହେବ ବୋଲି ଝାଡଖଣ୍ଡ ମୁକ୍ତି ମୋର୍ଚ୍ଚା ଓ ଆଦିବାସୀ ସଂଘ ଚେତାବନୀ ଦେଇଛି । ଏହି ବିଶାଳ ରାଲି ଉଦିତନଗର ସ୍ଥିତ ରାଉରକେଲା ମହାନଗର ନିଗମ ଅଫିସ ନିକଟରୁ ବାହାରି ଆମ୍ବେଦକର ଛକ ଦେଇ ଅତିରିକ୍ତ ଜିଲ୍ଲାପାଳ କାର୍ଯ୍ୟାଳୟରେ ପହଞ୍ଚିଥିଲା । ସେଠାରେ ରାଜ୍ୟ ସରକାରଙ୍କ ଉଦ୍ଦେଶ୍ୟରେ ଅତିରିକ୍ତ ଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ କରାଯାଇଛି ।

ଆଦିବାସୀଙ୍କ ଜମିକୁ ଅଣଆଦିବାସୀ କିଣିପାରିବା ନେଇ ଆସିଥିବା ପ୍ରସ୍ତାବ ଉପରେ ଗତ ନଭେମ୍ବର ୧୪ ତାରିଖରେ ରାଜ୍ୟ କ୍ୟାବିନେଟ୍ ମୋହର ମାରିଥିଲା । ସରକାରଙ୍କ ଏହି ନିଷ୍ପତ୍ତିକୁ ବିରୋଧୀ ଦଳମାନେ କଡା ସମାଲୋଚନା କରିଥିଲେ । ଏହା ଆଦିବାସୀଙ୍କ ବିରୋଧରେ ଏକ ଷଡଯନ୍ତ୍ର ବୋଲି ଅଭିଯୋଗ ହୋଇଥିଲା । ଆଦିବାସୀ ସଂଗଠନ ପକ୍ଷରୁ ମଧ୍ୟ ବିରୋଧ କରାଯାଇଥିଲା । ପ୍ରବଳ ବିରୋଧାଭାଷ ପରେ ଶେଷରେ ନିଷ୍ପତ୍ତିକୁ ସ୍ଥଗିତ ରଖାଗଲା । ତେବେ ଏହାକୁ ସ୍ଥଗିତ ନୁହେଁ ସମ୍ପୂର୍ଣ୍ଣ ପ୍ରତ୍ୟାହାର କରାଯାଉ ବୋଲି ଆଦିବାସୀ ମୂଳବାସୀ ବଞ୍ଚାଓ ମଞ୍ଚ ଏବଂ ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚା ଦାବି କରିଛି ।

ଇଟିଭି ଭାରତ, ରାଉରକେଲା

ABOUT THE AUTHOR

...view details