ଓଡିଶା

odisha

ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଯନ୍ତ୍ରୀ ଗିରଫ

By

Published : Dec 17, 2020, 6:29 PM IST

ସୁନ୍ଦରଗଡ଼ ଜିଲ୍ଲାରେ ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଯନ୍ତ୍ରୀ ଗିରଫ ହୋଇଛନ୍ତି । ଅଧିକ ପଢନ୍ତୁ...

Engineer arrested on a charge of disproportionate asset case
ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଯନ୍ତ୍ରୀ ଗିରଫ

ସୁନ୍ଦରଗଡ଼: ଜିଲ୍ଲାର ସାଧାରଣ ଜନ ସ୍ବାସ୍ଥ୍ୟ ବିଭାଗର ସହକାରୀ ଯନ୍ତ୍ରୀ ନାରାୟଣ ପ୍ରଧାନ ଭିଜିଲାନ୍ସ ଦ୍ଵାରା ଗିରଫ ହୋଇଛନ୍ତି । ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ତାଙ୍କୁ ବୁଧବାର ବିଳମ୍ବିତ ରାତ୍ରିରେ ଗିରଫ କରାଯାଇଛି ।

ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଯନ୍ତ୍ରୀ ଗିରଫ

ଯନ୍ତ୍ରୀଙ୍କ ଘରେ ଗତ 15 ତାରିଖ ଦିନ ଭିଜିଲାନ୍ସ ଚଢ଼ାଉ କରିଥିଲା । 2 କୋଟି 33 ଲକ୍ଷ ଟଙ୍କା ଆୟ ବାହାରେ ଠୁଳ କରିଥିବା ଭିଜିଲାନ୍ସ କହିଛି । ବୁଧବାର ବିଳମ୍ବିତ ରାତ୍ରିରେ ତାଙ୍କୁ ଭିଜିଲାନ୍ସ ପକ୍ଷରୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଛି । ସେପଟେ ଗୁରୁବାର ମଧ୍ୟ ତାଙ୍କ ପୈତୃକ ଘର ଦେବଗଡ଼ରେ ଭିଜିଲାନ୍ସର ତଦନ୍ତ ଅବ୍ୟାହତ ଥିବା ସୁନ୍ଦରଗଡ ଭିଜିଲାନ୍ସ ବିଭାଗ ପକ୍ଷରୁ ସୂଚନା ମିଳିଛି ।

ସୁନ୍ଦରଗଡ଼ରୁ ହରିହର ଦାସ ମହାପାତ୍ର, ଇଟିଭି ଭାରତ

ABOUT THE AUTHOR

...view details