ଓଡିଶା

odisha

ନାହିଁ ନାହିଁରେ ଚାଲିଛି ବିଶୁଦ୍ଧ ଜଳ ଯୋଗାଣ ଯୋଜନା, ଚୁଆ ପାଣି ସାଜିଛି ସାହାରା

By

Published : Jun 8, 2023, 5:37 PM IST

ଚୁଆ ପାଣି ସାଜିଛି ସାହାରା । ପିଇବାକୁ ବିଶୁଦ୍ଧ ପାଣି ପାଉନାହାନ୍ତି ଗ୍ରାମବସୀ । ଚୁଆ ପାଣିକୁ ପାନୀୟ ଜଳ ଭାବେ ଗ୍ରହଣ କରିବାକୁ ବାଧ୍ଯ ହେଉଛନ୍ତି । ଅଧିକ ପଢନ୍ତୁ

ପିଇବାକୁ ବିଶୁଦ୍ଧ ପାଣି ପାଉନାହାନ୍ତି ଗ୍ରାମବସୀ
ପିଇବାକୁ ବିଶୁଦ୍ଧ ପାଣି ପାଉନାହାନ୍ତି ଗ୍ରାମବସୀ

ପିଇବାକୁ ବିଶୁଦ୍ଧ ପାଣି ପାଉନାହାନ୍ତି ଗ୍ରାମବସୀ

ରାଉରକେଲା:ଚୁଆ ପାଣି ସାଜିଛି ସାହାରା । ପାନୀୟ ଜଳ ଯୋଗାଣ ପାଇଁ ରାଜ୍ୟ ସରକାରଙ୍କଠାରୁ ଆରମ୍ଭ କିର କେନ୍ଦ୍ର ସରକାରଙ୍କ ବିଭିନ୍ନ ପ୍ରକଳ୍ପ ଏବେ ବି ବାଟବଣା । ପାଣି ବୁନ୍ଦାଏ ପାଇଁ ଗରା, ବଲଟି, ଡେକଚି ଧରି ଜଙ୍ଗଲ, ଖାଲ ଢ଼ିପ ଏବଂ ଉଠାଣି ଗଡାଣି ରାସ୍ତା ଦେଇ ଯିବାକୁ ପଡୁଛି । ଜଙ୍ଗଲ ମଧ୍ୟରେ ଥିବା ଏକ ଚୁଆ ହିଁ ଏମାନଙ୍କ ଏକମାତ୍ର ସାହାରା । ଏପରି ବିକଳଚିତ୍ର ଦେଖିବାକୁ ମିଳିଛି କୋଇଡା ବ୍ଲକ କଲଟା ପଞ୍ଚାୟତର ଦୁଆରଗୁଡି ଗ୍ରାମର । ଦୁଆରଗୁଡି ଗ୍ରାମର ଲୋକେ ଆଜିବି ମୌଳିକ ସୁବିଧାରୁ ବଞ୍ଚିତ । ଯେଉଁଠାରେ ଉଭୟ ରାଜ୍ୟ ଏବଂ କେନ୍ଦ୍ର ସରକାର ଲୋକଙ୍କ ପାଖରେ ପହଞ୍ଚି ଗ୍ରାମର ଆଦିବାସୀ ଲୋକଙ୍କ ଉନ୍ନତିର ଡିଣ୍ଡିମ ପିଟୁଛନ୍ତି । କିନ୍ତୁ ବାସ୍ତବରେ ଚିତ୍ର ସମ୍ପୂର୍ଣ୍ଣ ଅଲଗା । ବିଡ଼ମ୍ବନାର ବିଷୟ ଯେ ଏଠାରେ ଆଜି ଯାଏଁ ସ୍ଥାନୀୟ ବିଧାୟକଙ୍କ ବା ସୁନ୍ଦରଗଡ଼ ପ୍ରଶାସନିକ ଅଧିକାରୀମାନଙ୍କ ପାଦ ପଡି ନଥିବା ଅଭିଯୋଗ କରିଛନ୍ତି ଗ୍ରାମବାସୀ ।

ଆଜିବି ଅପହଞ୍ଚ ଉପାନ୍ତ ଅଞ୍ଚଳ ସରକାର ଏବଂ ପ୍ରଶାସନ ଦୃଷ୍ଟି ଆଢୁଅଳରୁ ସମ୍ପୂର୍ଣ୍ଣ ବିଚ୍ଛିନ୍ନ । ପିଇବା ପାଇଁ ପାଣି ମୁନ୍ଦେ ପାଇଁ ପ୍ରାୟ ଦେଢ଼ କିଲୋମିଟର ଚାଲିଚାଲି ଯିବାକୁ ପଡ଼ୁଛି । ପାନୀୟ ଜଳର ଅନ୍ୟ କିଛି ଉତ୍ସ ନଥିବା କାରଣରୁ ବାଧ୍ୟ ହୋଇ ଗ୍ରାମର 100 ପରିବାର ଏହି ଚୁଆ ଉପରେ ଆଶ୍ରୀତ । ଏପରି ଅପରିଷ୍କାର ପାଣି ଦ୍ବାରା ବିଭିନ୍ନ ରୋଗ ହେଉଥିବା ବେଳେ ପ୍ରଶାସନର ଉଦାସିନତା କାରଣରୁ ଚୁଆରୁ ପାଣି ନେଉଥିବା କହଛନ୍ତି ଗ୍ରାମବାସୀ । ବ୍ଲକ୍‌ଠାରୁ ଆରମ୍ଭ କରି ଜିଲ୍ଲା ପ୍ରଶାସନ ନିକଟରେ ଗୁହାରି କରି କିଛି ଲାଭ ହୋଇନି । ଶେଷରେ ଚୁଆ ପାଣିକୁ ବ୍ୟବହାର କରିବାକୁ ବାଧ୍ୟ ହେଉଛନ୍ତି ଗ୍ରାମବାସୀ ।

ଗ୍ରାମବାସୀଙ୍କ ଅଭିଯୋଗ ଅନୁଯାୟୀ, ବର୍ତ୍ତମାନ ଖରା ଦିନ ଚାଲିଥିବାରୁ ବିଭିନ୍ନ ପାନୀୟ ଜଳର ଉତ୍ସ ଶୁଖିଯାଇଛି । ଏଠାରେ ବସବାସ କରୁଥିବା 100 ଭୂୟାଁ ସମ୍ପ୍ରଦାୟର ନିରୀହ ଆଦିବାସୀ ଖରା ଦିନେ ପାଣି ଟୋପାଏ ପାଇଁ ନାହିଁ ନଥିବା ଅସୁବିଧା ଭୋଗ କରୁଛନ୍ତି । ଖରା ଦିନେ 2ରୁ 3 କିମି ଯିବା ପରେ ଚୁଆ ପଡ଼େ । ସେହି ଚୁଆ ପାଣି ଆଣି ଘରେ ବିଶୁଦ୍ଧକରଣ କରି ପିଇବାକୁ ବାଧ୍ଯ ହେଉଛୁ । ଏହା ଫଳରେ ବିଭିନ୍ନ ସମୟରେ ନାନାଦି ରୋଗରେ ମଧ୍ୟ ପିଡୀତ ହେବାକୁ ପଡୁଛି । ପ୍ରଶାସନକୁ ଦୁଃଖ ଜଣାଇ ଥକିଗଲେ ମଧ୍ୟ କେହି ସମସ୍ଯାର ସମାଧାନ କରୁନଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି ।

ଇଟିଭି ଭାରତ, ସୁନ୍ଦରଗଡ

ABOUT THE AUTHOR

...view details