ଓଡିଶା

odisha

ବିପର୍ଯ୍ୟସ୍ତ ଶିକ୍ଷା ବ୍ୟବସ୍ଥାକୁ ନେଇ ସରକାରଙ୍କ ବିରୋଧରେ ଗର୍ଜିଲା ABVP

By

Published : Apr 30, 2023, 8:00 AM IST

ଓଡ଼ିଶାର ବିପର୍ଯ୍ୟସ୍ତ ଶିକ୍ଷା, ସୁରକ୍ଷା, ଆଇନ ଶୃଙ୍ଖଳା ବ୍ୟବସ୍ଥାକୁ ବିରୋଧ କରି ରାଜଧାନୀରେ ଏବିଭିପି ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ । ଅଧିକ ପଢ଼ନ୍ତୁ

ABVP protest against state government
ABVP protest against state government

ସରକାରଙ୍କ ବିରୋଧରେ ଗର୍ଜିଲା ଏବିଭିପି

ସୁବର୍ଣ୍ଣପୁର: ଓଡ଼ିଶାର ବିପର୍ଯ୍ୟସ୍ତ ଶିକ୍ଷା, ସୁରକ୍ଷା, ଆଇନ ଶୃଙ୍ଖଳାକୁ ବିରୋଧ କରି ବିକ୍ଷୋଭ ପ୍ରଦର୍ଶନ କରିଛି ଏଭିବିପି । ସରକାର ଶିକ୍ଷାର ଉନ୍ନତି ଘଟିଥିବା ନେଇ ଢିଣ୍ଡିମ ପିଟୁଥିବା ବେଳେ ପ୍ରକୃତରେ ଏହା ଛାତ୍ରଛାତ୍ରୀଙ୍କ ନିକଟରେ ପହଞ୍ଚି ପାରୁନି । ସରକାରୀ କଲେଜମାନଙ୍କରେ ଅଣଛାତ୍ରଙ୍କ ପ୍ରଭାବ ବେଶି ରହୁଥିବା ଅଭିଯୋଗ କରିଛି ଏଭିବିପି । ଯାହାକୁ ନେଇ ସୁବର୍ଣ୍ଣପୁର ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ ସୁବର୍ଣ୍ଣପୁର ଜିଲ୍ଲା ଶାଖା ପକ୍ଷରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ଧାରଣା ଦିଆଯାଇଛି । ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦର ରାଷ୍ଟ୍ରୀୟ କାର୍ଯ୍ୟକାରିଣୀ ସଦସ୍ୟ ନିକୁଞ୍ଜ ବିହାରୀ ପଣ୍ଡାଙ୍କ ନେତୃତ୍ବରେ ଶତାଧିକ ଛାତ୍ର ଏହି ଆନ୍ଦୋଳନରେ ସାମିଲ ହୋଇଛନ୍ତି । ଶିକ୍ଷା,ସୁରକ୍ଷା ଓ ରୋଜଗାରକୁ ନେଇ ଏହି ଆନ୍ଦୋଳନ କରାଯାଇଛି ।

ନିକୁଞ୍ଜ ବିହାରୀ ପଣ୍ଡା କହିଛନ୍ତି, ‘‘ଶିକ୍ଷା ବ୍ୟବସ୍ଥାରେ ବିଭିନ୍ନ ବ୍ୟତିକ୍ରମ ଦେଖା ଦେଲାଣି । ମାଟ୍ରିକ୍ ପରୀକ୍ଷାରେ ୧୫ ହଜାରରୁ ଊର୍ଦ୍ଧ୍ବ ପିଲା ପରୀକ୍ଷା ନଦେବା ରାଜ୍ୟ ସରକାରଙ୍କ ବିଫଳତାକୁ ନେଇ ସଙ୍କେତ ଦେଉଛି । ରାଜ୍ୟରେ ଶତାଧିକ ଅଧ୍ୟାପକ ପଦବୀ ଖାଲି ରାଜ୍ୟର ବିପର୍ଯ୍ୟସ୍ତ ଶିକ୍ଷା ସ୍ଥିତିକୁ ଦର୍ଶାଉଛି । ସୁବର୍ଣ୍ଣପୁରରେ ଜିଲ୍ଲାର ଏକମାତ୍ର ମହାବିଦ୍ୟାଳୟକୁ ସ୍ବୟଂ ଶାସିତ ମହାବିଦ୍ୟାଳୟରେ ପରିଣତ କରିବା ସରକାରୀ ମାନ୍ୟତା ପ୍ରଦାନ କରିବା ଆମ ପ୍ରମୁଖ ଦାବି ରହିଛି । ଏହାସହ ମହାବିଦ୍ୟାଳୟ ଗୁଡିକରେ ଖାଲି ପଡିଥିବା ପଦପଦବୀ ପୂରଣ କରିବା, ପିଇବା ପାଣି,ସାଇକେଲଷ୍ଟାଣ୍ଡ, କମନରୁମ ଆଦି ତିଆରି କରି ସ୍ବୟଂ ସଂପୂର୍ଣ୍ଣ ମହାବିଦ୍ୟାଳୟରେ ପରିଣତ କରିବା ଉପରେ ପ୍ରାଧାନ୍ୟ ଦିଆଯିବ । ଛାତ୍ରଛାତ୍ରୀମାନଙ୍କୁ କ୍ୟାମ୍ପସ ବାହରେ ଓ କ୍ୟାମ୍ପସ ପରିସରରେ ସୁରକ୍ଷା ପ୍ରଦାନ କରିବା ଆଦି ଦାବି କରିଛନ୍ତି ।’’

ଏବିଭିପିର ଅନ୍ୟ ଏକ ସଦସ୍ୟ କହିଛନ୍ତି,‘‘ ସରକାର ଗୋଟିଏ ଗୋଟିଏ ଜିଲ୍ଲାରେ ଚାରୋଟି ପାଞ୍ଚଟି ସ୍ବୟଂ ଶାସିତ ମହାବିଦ୍ୟାଳୟ ଓ ବିଶ୍ବ ବିଦ୍ୟାଳୟ ଖୋଲା ଯାଇଛି । ମାତ୍ର ସୁବର୍ଣ୍ଣପୁର ପରି ଏକ ଅନୁନ୍ନତ ଓ ଅନଗ୍ରସର ଜିଲ୍ଲାରେ ଗୋଟିଏ ବି ମହାବିଦ୍ୟାଳୟକୁ ସରକାରୀ ମାନ୍ୟତା ପ୍ରଦାନ ନ କରିବା ରାଜ୍ୟ ସରକାରଙ୍କ ବିଫଳତା । ଯାହା ରାଜ୍ୟ ସରକାରଙ୍କ ସୁବର୍ଣ୍ଣପୁର ପ୍ରୀତିକୁ ପଦାରେ ପକାଇଛି ବୋଲି ଅଭିଯୋଗ କରିଛନ୍ତି । ଦାବି ପୂରଣ ପାଇଁ ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ଏକ ସ୍ମାରକପତ୍ର ପ୍ରଦାନ କରାଯାଇଛି । ତେବେ ଏହି ସବୁ ବିଷୟକୁ ନିଜେ ମୁଖ୍ୟମନ୍ତ୍ରୀ ଧ୍ୟାନ ଦେଇ ସମାଧାନ କରନ୍ତୁ ନହଲେ ଗାଦି ଛାଡିଦିଅନ୍ତୁ ।’’ ଅନ୍ୟଥା ସରକାରଙ୍କ ବିରୋଧରେ ରାଜ୍ୟର ବିଭିନ୍ନ ସ୍ଥାନରେ ଆନ୍ଦୋଳନ କରାଯିବ ବୋଲି ଚେତାବନୀ ଦେଇଛି ସଂଘ।

ଇଟିଭି ଭାରତ, ସୁବର୍ଣ୍ଣପୁର

ABOUT THE AUTHOR

...view details