ଓଡିଶା

odisha

ଖୋର୍ଦ୍ଧା-ବଲାଙ୍ଗୀର ରେଳଲାଇନ ତୁରନ୍ତ ସାରିବାକୁ ଦାବି

By

Published : Aug 23, 2021, 6:19 PM IST

ଖୋର୍ଦ୍ଧା-ବଲାଙ୍ଗୀର ରେଲୱେ କ୍ରିୟାନୁଷ୍ଠାନ କମିଟି ସୁବର୍ଣ୍ଣପୁର ଶାଖା ପକ୍ଷରୁ ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବଙ୍କ ପାଖରେ ଦାବି ଉପସ୍ଥାପନ କରାଯାଇଛି । ଧାର୍ଯ୍ୟ ସମୟସୀମା ଭିତରେ କାର୍ଯ୍ୟ ଶେଷ କରାଯାଇ ବର୍ଷକ ଭିତରେ ବଲାଙ୍ଗୀରରୁ ସୁବର୍ଣ୍ଣପୁରକୁ ରେଳ ଚଳାଚଳ କରି ସନ୍ଥକବି ଭୀମଭୋଇଙ୍କ ନାଁରେ ନାମିତ ପାଇଁ ଦାବି । ଅଧିକ ପଢନ୍ତୁ...

ଖୋର୍ଦ୍ଧା-ବଲାଙ୍ଗୀର ରେଳ ଲାଇନ ତୁରନ୍ତ ସମ୍ପୂର୍ଣ୍ଣ କରିବାକୁ ଦାବି
ଖୋର୍ଦ୍ଧା-ବଲାଙ୍ଗୀର ରେଳ ଲାଇନ ତୁରନ୍ତ ସମ୍ପୂର୍ଣ୍ଣ କରିବାକୁ ଦାବି

ସୁବର୍ଣ୍ଣପୁର: ଖୋର୍ଦ୍ଧା-ବଲାଙ୍ଗୀର ରେଲୱେ କ୍ରିୟାନୁଷ୍ଠାନ କମିଟି ସୁବର୍ଣ୍ଣପୁର ଶାଖା ପକ୍ଷରୁ ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବଙ୍କ ପାଖରେ ଦାବି ଉପସ୍ଥାପନ କରାଯାଇଛି । ଧାର୍ଯ୍ୟ ସମୟସୀମା ଭିତରେ କାର୍ଯ୍ୟ ଶେଷ କରାଯାଇ ବର୍ଷକ ଭିତରେ ବଲାଙ୍ଗୀରରୁ ସୁବର୍ଣ୍ଣପୁରକୁ ରେଳ ଚଳାଚଳ କରିବା । ସୁବର୍ଣ୍ଣପୁର ସହରର ରେଲୱେ ଷ୍ଟେସନକୁ ସନ୍ଥକବି ଭୀମଭୋଇଙ୍କ ନାଁରେ ନାମିତ କରିବା ତଥା ମନ୍ତ୍ରୀଙ୍କ ପ୍ରତ୍ୟକ୍ଷ ତତ୍ତ୍ବାବଧାନରେ କାର୍ଯ୍ୟ ତଦାରଖ କରିବା ଆଦି ଦାବି ରେଳମନ୍ତ୍ରୀଙ୍କ ପାଖରେ ରଖିଛନ୍ତି ।

ଖୋର୍ଦ୍ଧା-ବଲାଙ୍ଗୀର ରେଳ ଲାଇନ ତୁରନ୍ତ ସମ୍ପୂର୍ଣ୍ଣ କରିବାକୁ ଦାବି

ଖୋର୍ଦ୍ଧା-ବଲାଙ୍ଗୀର ରେଳ ପ୍ରକଳ୍ପ କାର୍ଯ୍ୟ ମନ୍ଥର ଗତିରେ ଚାଲୁଥିବା ବେଳେ ବଲାଙ୍ଗୀର ପଟରୁ ମାତ୍ର 19 କିଲୋମିଟର ଦୂର ସୁବର୍ଣ୍ଣପୁରକୁ ଏବେ ରେଳ ଚଳାଚଳ କରୁଛି । ଜିଲ୍ଲାରେ ସମସ୍ତ ଘରୋଇ ଜମି ଅଧିଗ୍ରହଣ କାର୍ଯ୍ୟ ଏକ ପ୍ରକାଶ ଶେଷ ହୋଇଥିବା ବେଳେ କିଛି ଜଙ୍ଗଲ ଜମି ଅଧିଗ୍ରହଣ କାର୍ଯ୍ୟ ଶେଷ ହୋଇପାରି ନାହିଁ। ସେହିପରି ଏହି ପ୍ରକଳ୍ପ କାର୍ଯ୍ୟରେ ନିୟୋଜିତ ଠିକାଦାର କାର୍ଯ୍ୟ ବିଳମ୍ବ କରୁଥିବା ଅଭିଯୋଗ ହେଉଛି । ଯଦିଓ ଏବେ ରେଳ ଲାଇନର ବିଭିନ୍ନ ଯାଗାରେ ପୋଲସବୁ ତିଆରି ହୋଇ ରେଳ ଲାଇନ ପାଇଁ ମାଟି ବିଛାଇବା କାର୍ଯ୍ୟ ଚାଲିଛି ।

ତଥାପି, କାର୍ଯ୍ୟର ଗତି ବେଶ ମନ୍ଥର ହେଉଥିବା କ୍ରିୟାନୁଷ୍ଠାନ କମିଟିର ସଦସ୍ୟ ମାନେ କହିଛନ୍ତି । ତେବେ ଆଗାମୀ 2023 ଶେଷ ସୁଦ୍ଧା ଏହି ପ୍ରକଳ୍ପ କାର୍ଯ୍ୟ ସଂପୂର୍ଣ୍ଣ ହୋଇ ବଲାଙ୍ଗୀରରୁ ଖୋର୍ଦ୍ଧା ପର୍ଯ୍ୟନ୍ତ ରେଳ ଚଳାଚଳ କରିବ ବୋଲି ରେଳ ମନ୍ତ୍ରୀ କ୍ରୀୟାନୁଷ୍ଠାନ କମିଟିର ସଦସ୍ୟମାନଙ୍କୁ ପ୍ରତିଶୃତି ଦେଇଛନ୍ତି । ରେଳମନ୍ତ୍ରୀଙ୍କ ବଲାଙ୍ଗୀର ଗସ୍ତ ସମୟରେ କ୍ରିୟାନୁଷ୍ଠାନ କମିଟିର ବରିଷ୍ଠ ସଭ୍ୟ ଗୋବିନ୍ଦ ମହାରଣାଙ୍କ ନେତୃତ୍ବରେ କମିଟି ତିନି ଦଫା ଦାବି ସମ୍ବଳିତ ଏକ ସ୍ମାରକପତ୍ର ରେଳମନ୍ତ୍ରୀଙ୍କୁ ପ୍ରଦାନ କରିଛନ୍ତି ।

ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା, ଇଟିଭି ଭାରତ

ABOUT THE AUTHOR

...view details