ଓଡିଶା

odisha

ବଜେଟରେ ବଢିଲା ସୂତା ଦର; ସମ୍ବଲପୁରୀ ଶାଢୀ ରିଟେଲ ମାର୍କେଟ୍ ପ୍ରଭାବିତ, ଟେନସନରେ ବୁଣାକାର

By

Published : Mar 2, 2021, 7:19 PM IST

ଗୋଟିଏ ସମ୍ବଲପୁରୀ ଶାଢୀରେ ଅନେକ କାରୁକାର୍ଯ୍ୟକୁ ରୂପ ଦେବାରୁ କାରିଗରଙ୍କୁ ବହୁତ ପରିଶ୍ରମ କରିବାକୁ ପଡିଥାଏ । ସମ୍ବଲପୁରୀ ହସ୍ତତନ୍ତ ବିଶ୍ବ ଦରବାରରେ ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଛି । ହେଲେ କେନ୍ଦ୍ର ବଜେଟ ଅସିବା ପରେ ଏହାର ସିଧାସଳଖ ପ୍ରଭାବ ପଡିଛି ସମ୍ବଲପୁରୀ ବସ୍ତ୍ର ଓ ଏହାର ମାର୍କେଟ ଉପରେ । ଅଧିକ ପଢନ୍ତୁ...

ବଢ଼ିଛି ସମ୍ବଲପୁରୀ ବସ୍ତ୍ରର ଦାମ
ବଢ଼ିଛି ସମ୍ବଲପୁରୀ ବସ୍ତ୍ରର ଦାମ

ସମ୍ବଲପୁର:ସମ୍ବଲପୁରୀ ଶାଢୀ ହେଉ କି କୁର୍ତ୍ତା । କାହିଁ କେଉଁ ଅମଳରୁ ଅନେକଙ୍କ ଭିତରେ ଏହାର ଚାହିଦା ରହିଛି । ଗୋଟିଏ ସମ୍ବଲପୁରୀ ଶାଢୀରେ ଅନେକ କାରୁକାର୍ଯ୍ୟକୁ ରୂପ ଦେବାରୁ କାରିଗରଙ୍କୁ ବହୁତ ପରିଶ୍ରମ କରିବାକୁ ପଡିଥାଏ । ସମ୍ବଲପୁରୀ ହସ୍ତତନ୍ତ ବିଶ୍ବ ଦରବାରରେ ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଛି । ହେଲେ ନିକଟରେ କେନ୍ଦ୍ର ବଜେଟ ଅସିବା ପରେ ଏହାର ସିଧାସଳଖ ପ୍ରଭାବ ପଡିଛି ସମ୍ବଲପୁରୀ ବସ୍ତ୍ର ଓ ଏହାର ମାର୍କେଟ ଉପରେ ।

ବଜେଟରେ ବଢିଲା ସୂତା ଦର; ସମ୍ବଲପୁରୀ ଶାଢୀ ରିଟେଲ ମାର୍କେଟ୍ ପ୍ରଭାବିତ, ଟେନସନରେ ବୁଣାକାର

ବଜେଟ ଆସିବା ପରେ ସୂତା ରେଟ ବଢିବାରୁ ବୁଣାକାରଙ୍କ ମଜୁରୀ ବଢିବା ସହିତ ରିଟେଲ ମାର୍କେଟରେ ଏହାର ପ୍ରଭାବ ଦେଖିବାକୁ ମିଳିଛି। ଉଭୟ ବୁଣାକାର ଓ ବ୍ୟବସାୟୀଙ୍କ ଖର୍ଚ୍ଚ ବଢିବାରୁ ଏହାର ପ୍ରଭାବରେ ସମ୍ବଲପୁରୀ ବସ୍ତ୍ରର ଦର ବଢିଛି । ବଜେଟ ପ୍ରଭାବରେ ସୂତା ବଣ୍ଡଲ ପିଛା 70 ଟଙ୍କା ଥିବା ବେଳେ ବର୍ତ୍ତମାନ ତାହା 90 ଟଙ୍କା ହୋଇଛି। ଫଳରେ ବୁଣାକାରଙ୍କ ମଜୁରୀ ମଧ୍ୟ ବଢିଥିବା କହିଛନ୍ତି ବ୍ୟବସାୟୀ । ଗୋଟିଏ ସାଧରଣ ସମ୍ବଲପୁରୀ ଶାଢ଼ୀ ପାରିଶ୍ରମିକ ସହ 500 ରୁ 700 ଟଙ୍କା ବୃଦ୍ଧି ପାଇଥିବା ବେଳେ ପାଟ ଶାଢ଼ୀର ଦାମ 1500 ଟଙ୍କାକୁ ବୃଦ୍ଧି ପାଇଛି । ଫଳରେ ବର୍ତ୍ତମାନ ଶାଢ଼ୀ ପ୍ରତି 10 ପ୍ରତିଶତ ଦର ବୃଦ୍ଧି ହୋଇଥିବା ବ୍ୟବସାୟୀ କହିଛନ୍ତି।

ଶାଢୀର ଏପରି ଦର ବୃଦ୍ଧି ନେଇ ସାଧାରଣ ଗ୍ରାହକ ଅସନ୍ତୋଷ ପ୍ରକାଶ କରୁଥିବା ବେଳେ ରିଟେଲ ବ୍ୟବସାୟୀଙ୍କ ଉପରେ ଅନାବଶ୍ୟକ ଚାପ ପଡୁଥିବା କହିଛନ୍ତି ବ୍ୟବସାୟୀ । ରିଟେଲ ବଜାରରେ ସମ୍ବଲପୁରୀ ଶାଢୀର ଦାମ ବଢିବା ଫଳରେ ଗ୍ରାହକମାନେ କମ ଦାମର ଶାଢୀ କିଣିବାକୁ ଆଗ୍ରହୀ ହେଉଛନ୍ତି । ଫଳରେ ଅଧିକ ଦାମର ଶାଢୀ ଦୋକାନରେ ଷ୍ଟକ ରହୁଥିବା କହିଛନ୍ତି ବ୍ୟବସାୟୀ । ସ୍ବଦେଶୀ ସୂତାକୁ ପ୍ରୋତ୍ସାହନ ଦେବା ପାଇଁ କେନ୍ଦ୍ର ସରକାର ବିଦେଶରୁ ଆମଦାନୀ ହେଉଥିବା ସୂତା ଉପରେ କଷ୍ଟମ ଡ୍ୟୁଟି ବଢାଇଛନ୍ତି । ଫଳରେ ଅସାଧୁ ସୂତା ଵ୍ୟଵସାୟୀ ଲୋକେ ସଚେତନ ନଥିବାର ଫାଇଦା ଉଠାଉଛନ୍ତି । ସ୍ବଦେଶୀ ସୂତା ଉପରେ ଦର ବୃଦ୍ଧି କରି କୋଟି କୋଟି ଟଙ୍କାର ଲାଭ ଉଠାଉଥିବା କହିଛନ୍ତି ସଚେତନ ନାଗରିକ।

ସମ୍ବଲପୁରୀ ହସ୍ତତନ୍ତ ଉପରେ ପଶ୍ଚିମ ଓଡିଶାର 10 ହଜାର ବୁଣାକାର ନିର୍ଭରଶୀଳ । ବଜାର ଉପରେ ପରିବର୍ତ୍ତନ ଆସିଲେ ଏହାର ପ୍ରଭାବ ସିଧାସଳଖ ବୁଣାକାରଙ୍କ ଉପରେ ପଡିବ । ଏଭଳି ସ୍ଥିତିରେ ସରକାର ଏଥିପ୍ରତି ଦୃଷ୍ଟି ଦେବାର ଆବଶ୍ୟକତା ରହିଛି ବୋଲି କହିଛନ୍ତି ନିଖିଳ ଓଡିଶା ମେହେର ସମାଜର ସେକ୍ରେଟେରୀ ଶିବ ମେହେର ।


ସମ୍ବଲପୁରରୁ ବାଦଶାହ ଜୁସ୍ମନ ରଣା, ଇଟିଭି ଭାରତ

ABOUT THE AUTHOR

...view details