ଓଡିଶା

odisha

ମା' ସମଲେଶ୍ବରୀଙ୍କ ନିକଟରେ ନବାହ୍ନ ଲାଗି ପାଇଁ ଲଗ୍ନ ସ୍ଥିର

By

Published : Aug 12, 2020, 6:19 PM IST

Updated : Aug 12, 2020, 10:49 PM IST

ବାହାରିଲା ଚଳିତ ବର୍ଷ ନୂଆଁଖାଇ ପାଇଁ ଶୁଭଲଗ୍ନ । କୋଭିଡ କଟକଣା ଭିତରେ ସାମାଜିକ ଦୂରତ୍ବ ବଜାୟ ରଖି ପଣ୍ଡିତ ସଭାରେ ଶୁଭଲଗ୍ନ ସ୍ଥିର ହୋଇଛି ।

nuakhai subhlagna was decided
ମା' ସମଲେଶ୍ବରୀଙ୍କ ନିକଟରେ ନବାହ୍ନ ଲାଗି ପାଇଁ ଲଗ୍ନ ସ୍ଥିର

ସମ୍ବଲପୁର: ବାହାରିଲା ଚଳିତ ବର୍ଷ ନୂଆଁଖାଇ ପାଇଁ ଶୁଭଲଗ୍ନ । ଆସନ୍ତା ଅଗଷ୍ଟ 23 ତାରିଖ ଭାଦ୍ରବ ଶୁକ୍ଳପକ୍ଷ ପଞ୍ଚମୀ ତିଥି ରବିବାର ସକାଳ 9 ଟା 35 ରୁ 9 ଟା 50 ସମୟ ମଧ୍ୟରେ ଇଷ୍ଟ ଦେବୀ ମା' ସମଲେଶ୍ବରୀଙ୍କ ଠାରେ ହେବ ନବାନ୍ନ ଲାଗି ହେବ । ଏହାପରେ ଘରେ ଘରେ ନୂଆଁଖାଇ ପାଳନ ହେବ ।

ମା' ସମଲେଶ୍ବରୀଙ୍କ ନିକଟରେ ନବାହ୍ନ ଲାଗି ପାଇଁ ଲଗ୍ନ ସ୍ଥିର

ଆଜି ସମ୍ବଲପୁର ଝାଡୁଆପଡା ଅରଣ୍ୟକ ମଣ୍ଡପରେ ବହ୍ମପୁରା ମନ୍ଦିର ଟ୍ରଷ୍ଟ ବୋର୍ଡ ଦ୍ବାରା ଆୟୋଜିତ ବହ୍ମ ମଣ୍ଡପ ପଣ୍ଡିତ ମହାସଭାର ସଦସ୍ୟମାନେ ମା ସମଲେଶ୍ବରୀଙ୍କ ଜାତକ ଦେଖି ଏହି ଶୁଭଲଗ୍ନ ସ୍ଥିରୀକୃତ କରିଛନ୍ତି । ପ୍ରତ୍ୟେକ ବର୍ଷ ନନ୍ଦୋତ୍ସଵ ଦିନ ନୂଆଁଖାଇ ପାଇଁ ଶୁଭଲଗ୍ନ ସ୍ଥିରୀକୃତ ହୋଇ ଆସୁଛି । ଏଥର ମଧ୍ୟ କୋଭିଡ କଟକଣା ଭିତରେ ସାମାଜିକ ଦୂରତ୍ବ ବଜାୟ ରଖି ପଣ୍ଡିତ ସଭାରେ ଶୁଭଲଗ୍ନ ସ୍ଥିର ହୋଇଛି ।

ସମ୍ବଲପୁରରୁ ବାଦଶାହା ଜୁସ୍ମନ ରାଣା, ଇଟିଭି ଭାରତ

Last Updated : Aug 12, 2020, 10:49 PM IST

ABOUT THE AUTHOR

...view details