ଓଡିଶା

odisha

60 ବର୍ଷ ପରେବି ହୋଇନି ଥଇଥାନ: ଧାରଣାରେ ହୀରାକୁଦ ବିସ୍ଥାପିତ

By

Published : Nov 25, 2019, 7:08 PM IST

ସୋମବାର ହୀରାକୁଦ ବିସ୍ଥାପିତ କଲ୍ୟାଣ ସମିତି ପକ୍ଷରୁ ବିସ୍ଥାପିତ ପରିବାରକୁ ଅନ୍ତତଃ 20 ଲକ୍ଷ କ୍ଷତିପୂରଣ, 10 ଡ଼ିସିମିଲ ଘରଡିହ ପ୍ରଦାନ ଓ ଥଇଥାନ ଆଦି ଦାବି ନେଇ ଧାରଣା ଦିଆଯାଇଛି ।

60 ବର୍ଷ ପରେବି ହୋଇନି ଥଇଥାନ୍: ହୀରାକୁଦ ବିସ୍ଥାପିତଙ୍କ ଧାରଣା

ସମ୍ବଲପୁର: ଜିଲ୍ଲାର ହୀରାକୁଦ ଡ୍ୟାମ ନିର୍ମାଣକୁ 60 ବର୍ଷ ପୁରିଲାଣି । କିନ୍ତୁ ଏହି ପ୍ରକଳ୍ପ ପାଇଁ ଯେଉଁ ଲୋକେ ନିଜର ଘରଦ୍ବାର, ଜମି, ବାଡି ହରେଇ ଥିଲେ ଆଉ ଅନେକ ପରିବାର ବିଭକ୍ତ ହୋଇଗଲା ସେହି ବିସ୍ଥାପିତଙ୍କ ଦୁଃଖ ଆଜିବି ସରିନି । ସେମାନଙ୍କୁ ଆଜିବି ଘରଡିହ କି କ୍ଷତିପୂରଣ ମିଳିନି । ଫଳରେ ଅବିଭକ୍ତ ସମ୍ବଲପୁର ଜିଲ୍ଳାର ହୀରାକୁଦ ବିସ୍ଥାପିତ କଲ୍ୟାଣ ସମିତି ତରଫରୁ ସୋମବାର ସମ୍ବଲପୁର ଜିଲ୍ଳାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ 3 ଦଫା ଦାବି ନେଇ ଧାରଣା ଦିଆଯାଇଛି ।

60 ବର୍ଷ ପରେବି ହୋଇନି ଥଇଥାନ୍: ହୀରାକୁଦ ବିସ୍ଥାପିତଙ୍କ ଧାରଣା

ସମ୍ବଲପୁରର ହୀରାକୁଦ ନଦୀବନ୍ଧ ଯୋଜନା 1953 ମସିହାରେ ନିର୍ମିତ ହୋଇଥିଲା । ଏହି ନଦୀବନ୍ଧ ଯୋଜନାରେ 395ଟି ଗାଁ ବୁଡିଥିବା ବେଳେ 26,501 ପରିବାର ନିଜର ସର୍ବସ୍ବ ହରାଇଥିଲେ । ଆଉ ଆଜି ପର୍ଯ୍ୟନ୍ତ ସରକାର ଏମାନଙ୍କ ମଧ୍ୟରୁ 2243 ଟି ପରିବାରକୁ ସାମାନ୍ୟ କ୍ଷତି ପୂରଣ ଦେଇ ଚୁପ ବସିଛନ୍ତି । ଅନ୍ୟପଟେ ଅନ୍ୟ ପରିବାର ଲୋକଙ୍କୁ ଆଜି ପର୍ଯ୍ୟନ୍ତ କୌଣସି କ୍ଷତିପୂରଣ, ଘରଡିହ ଦିଆ ଯାଇନି କି ଥଇଥାନ କରାଯାଇନି । ଏଭଳି ପରିସ୍ଥିତିରେ 60 ବର୍ଷରୁ ଉର୍ଦ୍ଧ ହେଲା ଏହି ବିସ୍ଥାପିତ ପରିବାର ନିଜ ହକ ପାଇଁ ସଙ୍ଘର୍ଷ କରି ଆସୁଛନ୍ତି ।

ଏନେଇ ସୋମବାର ହୀରାକୁଦ ବିସ୍ଥାପିତ କଲ୍ୟାଣ ସମିତି ତରଫରୁ ବିସ୍ଥାପିତ ପରିବାରକୁ ଅନ୍ତତଃ 20 ଲକ୍ଷ କ୍ଷତିପୂରଣ, 10 ଡ଼ିସିମିଲ ଘରଡିହ ପ୍ରଦାନ ଓ ଥଇଥାନ ଆଦି ଦାବି ନେଇ ଧାରଣା ଦିଆଯିବା ସହ ସମ୍ବଲପୁର ଜିଲ୍ଲା ପ୍ରଶାସନ ଜରିଆରେ ମୁଖ୍ୟମନ୍ତ୍ରୀଙ୍କୁ ଏକ ଦାବିପତ୍ର ଦିଆଯାଇଛି ।

ଆଗକୁ ଏହି ବିସ୍ଥାପିତ ପରିବାରଙ୍କୁ ତାଙ୍କର ନ୍ୟାର୍ଯ୍ୟ ଅଧିକାର ନମିଳିବା ପର୍ଯ୍ୟନ୍ତ ଏହି ସଙ୍ଘର୍ଷ ଜାରି ରହିବ ବୋଲି କୁହାଯାଇଛି ।

ସମ୍ବଲପୁରରୁ ବାଦଶାହ ଜୁସମନ୍ ରଣା, ଇଟିଭି ଭାରତ

ABOUT THE AUTHOR

...view details