ଓଡିଶା

odisha

ମା' ସମଲେଶ୍ବରୀଙ୍କ ଧବଳମୁଖୀ ବେଶ, ସ୍ବତନ୍ତ୍ର ପ୍ରସାଦ ପାଇଁ ଶ୍ରଦ୍ଧାଳୁଙ୍କ ଭିଡ

By

Published : Sep 28, 2019, 11:24 AM IST

Updated : Sep 28, 2019, 1:10 PM IST

ଆଜି ପିତୃପକ୍ଷର ଶେଷ ଦିନ ଅର୍ଥାତ ପବିତ୍ର ମହାଳୟା ପର୍ବ । ଏହି ଦିନରେ ଅଧିଷ୍ଠ୍ରାତୀ ମା' ସମଲେଶ୍ବରୀ ଧବଳମୁଖୀ ବେଶରେ ଭକ୍ତଙ୍କୁ ଦର୍ଶନ ଦେଉଛନ୍ତି ।

ମା' ସମଲେଶ୍ବରୀଙ୍କ ଧବଳମୁଖୀ ବେଶ

ସମ୍ବଲପୁର: ଆଜି ହେଉଛି ପବିତ୍ର ମହାଳୟା ପର୍ବ । ଅଧିଷ୍ଠାତ୍ରୀ ଦେବୀ ମା' ସମଲେଶ୍ବରୀ ଧବଳମୁଖୀ ବେଶରେ ଭକ୍ତଙ୍କୁ ଦର୍ଶନ ଦେଉଛନ୍ତି । ବର୍ଷ ତମାମ ସିନ୍ଦୂର ମଣ୍ଡିତା ହୋଇ ପୂଜା ପାଉଥିବା ମା' ପବିତ୍ର ମହାଳୟାରେ ଗଙ୍ଗା ରୂପ ଧାରଣ କରିଛନ୍ତି । ପିତୃପୁରୁଷଙ୍କୁ ପିଣ୍ଡଦାନ କରିବା ପରେ ମା'ଙ୍କ ଧବଳମୁଖୀ ରୂପ ଦର୍ଶନ କଲେ ଗଙ୍ଗା ସ୍ନାନର ପୁଣ୍ୟ ମିଳେ ବୋଲି ବିଶ୍ବାସ ରହିଆସିଛି ।

ଯେଉଁମାନେ ପିଣ୍ଡଦାନ କରିବା ପାଇଁ ଗଙ୍ଗା ଯିବାକୁ ଅସମର୍ଥ ହୁଅନ୍ତି, ସେମାନେ ଏହି ଦିନରେ ଘରେ ପିଣ୍ଡଦାନ କରି ସମଲେଶ୍ବରୀଙ୍କ ଧବଳମୁଖୀ ବେଶ ଦର୍ଶନ କରିଥାନ୍ତି । ତେବେ ମା'ଙ୍କ ଏହି ବେଶକୁ ଗଙ୍ଗା ବେଶ ବୋଲି ମଧ୍ୟ କୁହାଯାଏ । ତେବେ ଧବଳମୁଖୀ ବେଶ ଦର୍ଶନ କରିବା ପାଇଁ ସକାଳୁ ସନ୍ଧ୍ୟା ଯାଏଁ ଭକ୍ତଙ୍କ ସମାଗମ ହୋଇଥାଏ ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ସମ୍ବଲପୁର

ଆଜି ସକାଳୁ ନିୟମିତ ସମୟର ଏକ ଘଣ୍ଟା ପୂର୍ବରୁ ପହୁଡ ଖୋଲାଯାଇ ମା'ଙ୍କର ଧବଳମୁଖୀ ବେଶ କରାଯାଏ । ଏଥିସହ ଏକ ସ୍ବତନ୍ତ୍ର ଭୋଗ ମଧ୍ୟ ଲଗାଯାଏ । ଯାହା ବର୍ଷର ଅନ୍ୟ କୌଣସି ଦିନରେ ମା'ଙ୍କୁ ଅପର୍ଣ କରାଯାଇ ନାହିଁ । ମନ୍ଦିର ପରିସରରେ ସମଲେଶ୍ବରୀଙ୍କ ଧବଳମୁଖୀ ବେଶ ଦର୍ଶନକୁ ଶୃଙ୍ଖଳିତ କରିବା
ନେଇ ପୋଲିସ ଓ ମନ୍ଦିର ପ୍ରଶାସନ ତରଫରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି । ତେବେ ବିଶ୍ବାସ ରହିଛି ମା'ଙ୍କ ଦର୍ଶନ କଲେ କୋଟି ପୂଣ୍ୟ ମିଳେ ।

ସମ୍ବଲପୁରରୁ ବାଦଶାହା ଜୁସ୍ମନ ରଣା, ଇଟିଭି ଭାରତ

Last Updated : Sep 28, 2019, 1:10 PM IST

ABOUT THE AUTHOR

...view details