ଓଡିଶା

odisha

ସମ୍ବଲପୁରର ନୂତନ ଜିଲ୍ଲାପାଳ ଭାବେ ଯୋଗଦେଲେ ଅନନ୍ୟା ଦାସ

By

Published : Jun 22, 2022, 10:34 PM IST

ସମ୍ବଲପୁରର ନୂତନ ଜିଲ୍ଳାପାଳ ଭାବେ ଯୋଗ ଦେଲେ ଅନନ୍ୟା ଦାସ । ଆଜି ସନ୍ଧ୍ୟାରେ ସେ ସମ୍ବଲପୁର ଆସି ନୂତନ ଜିଲ୍ଲାପାଳ ଭାବେ ଯୋଗ ଦେଇଛନ୍ତି । ଅଧିକ ପଢନ୍ତୁ

ସମ୍ବଲପୁରର ନୂତନ ଜିଲ୍ଲାପାଳ ଭାବେ ଯୋଗଦେଲେ ଅନନ୍ୟା ଦାସ
ସମ୍ବଲପୁରର ନୂତନ ଜିଲ୍ଲାପାଳ ଭାବେ ଯୋଗଦେଲେ ଅନନ୍ୟା ଦାସ

ସମ୍ବଲପୁର: 2015 ବ୍ୟାଚ ଆଇଏଏସ ଅଫିସର, ଭାରତୀୟ ପ୍ରଶାସନିକ ସେବା ସର୍ବ ଭାରତୀୟ ସ୍ତରରେ 16 ନମ୍ବର ସ୍ଥାନ ଅଧିକାର କରିଥିବା ଅନନ୍ୟା ଦାସ ଆଜି(ବୁଧବାର) ସମ୍ବଲପୁରର ନୂତନ ଜିଲ୍ଲାପାଳ ଭାବେ ଯୋଗଦାନ କରିଛନ୍ତି । ଅତିରିକ୍ତ ଜିଲ୍ଲାପାଳ ଉମାକାନ୍ତ ରାଜ ନୂତନ ଜିଲ୍ଲାପାଳଙ୍କୁ ଦାୟିତ୍ବ ହସ୍ତାନ୍ତର କରିଛନ୍ତି । ପୂର୍ବରୁ ନୂତନ ଜିଲ୍ଲାପାଳ ଡୁଡ଼ା ପିଡି କୋରାପୁଟ ଏବଂ ଐତିହାସିକ କଟକ ସହର (CMC)ର କମିଶନର ଭାବେ କାର୍ଯ୍ୟ କରି ନିଜର ଦକ୍ଷତାର ସହ କାର୍ଯ୍ୟ କରି ଲୋକପ୍ରିୟତା ଅର୍ଜନ କରିଛନ୍ତି ।

ସମ୍ବଲପୁରର ନୂତନ ଜିଲ୍ଲାପାଳ ଭାବେ ଯୋଗଦେଲେ ଅନନ୍ୟା ଦାସ

ଆଜି ପ୍ରଥମ ଦିନରେ ବିଭିନ୍ନ ଜିଲ୍ଳାସ୍ତରୀୟ ଅଧିକାରୀଙ୍କ ସହ ଏକ ଅନୌପଚାରିକ ଆଲୋଚନା କରିବା ସହ ଜନସାଧାରଣଙ୍କ ପ୍ରୀତିଭାଜନ ହେବା ସହ ପ୍ରଶାସନିକ କ୍ଷେତ୍ରରେ ଜନସାଧାରଣଙ୍କୁ ଉତ୍ତମ ସେବା ଯୋଗେଇ ଦେବାକୁ ଅଧିକାରୀଙ୍କୁ ପରାମର୍ଶ ଦେଇଛନ୍ତି । ପ୍ରଥମେ ଜିଲ୍ଲାପାଳ ସମ୍ବଲପୁର ଅଧଷ୍ଠାତ୍ରୀ ଦେବୀ ମା’ ସମଲେଇଙ୍କୁ ଦର୍ଶନ କରି କାର୍ଯ୍ୟଭାର ଗ୍ରହଣ କରିଛନ୍ତି । ଜିଲ୍ଲାରେ ଚାଲିଥିବା ବିଭିନ୍ନ ଅଧୁରା କାମଙ୍କୁ ଆଗକୁ ନେବା ସହ ନୂତନ ପ୍ରକଳ୍ପ ଗୁଡିକୁ ହାତକୁ ନେଇ ଜିଲ୍ଲାକୁ ସର୍ବଶ୍ରେଷ୍ଠ କରିବା ଉପରେ ଗୁରୁତ୍ବ ଦିଆଯିବ ବୋଲି ନୂତନ ଜିଲ୍ଲାପାଳ କହିଛନ୍ତି । ଏହାସହ ସମଲେଇ ଯୋଜନା କିପରି ତ୍ବରାନ୍ବିତ ହେବ ସେନେଇ ବିଶେଷ ଦୃଷ୍ଟି ଦିଆଯିବ ବୋଲି କହିଛନ୍ତି ନୂତନ ଜିଲ୍ଲାପାଳ ।

ଇଟିଭି ଭାରତ, ସମ୍ବଲପୁର

ABOUT THE AUTHOR

...view details