ରାୟଗଡା: ସହରଠାରୁ ଗାଁ ଯାଏଁ ସବୁଆଡେ ଆତଙ୍କ ଖେଳାଇଛି କୋରୋନା । ଲକଡାଉନ ଘୋଷଣା ସହ ସଂକ୍ରମଣ ବ୍ୟାପିବା ଭୟରେ ଲୋକେ ପଦାକୁ ବାହାରୁନାହାନ୍ତି । ଜିଲ୍ଲାରେ ମଧ୍ୟ ଦେଖିବାକୁ ମିଳିଛି କୋରୋନା ଭୟ । ସଦର ବ୍ଲକ ଅନ୍ତର୍ଗତ ହଲୁଆ ପଞ୍ଚାୟତର ସଦର ମହକୁମାରେ ଲୋକେ ଏନେଇ ଅଧିକ ସଚେତନ ହୋଇଛନ୍ତି ।
ଗାଁରେ ପଡିଛି ଗେଟ । ବିନା କାମରେ ଗାଁକୁ ପ୍ରବେଶ ନିଷେଧ । ଗାଁରେ ମଧ୍ୟ ନିୟମ କଡାକଡି ହୋଇଛି । ଏହା କୌଣସି ସରକାର କି ପ୍ରଶାସନ ଲଗାଇ ନାହିଁ ବରଂ ଖୋଦ ଗ୍ରାମବାସୀ କରିଛନ୍ତି କଡା ନିୟମ । ବିନା କାମରେ ବାହାର ଲୋକଙ୍କୁ ଗାଁକୁ ପ୍ରବେଶ ନିଷେଧ କରିଛନ୍ତି । ଯଦିବି କେହି ଗାଁକୁ ଆସୁଛନ୍ତି ତେବେ ଗାଁ ମୁଣ୍ଡରେ ଭଲ ଭାବେ ସାନିଟାଇଜ କରୁଛନ୍ତି ଗାଁଲୋକେ ।