ରାୟଗଡା:ପବିତ୍ର ମାଘ ପର୍ଣ୍ଣିମାରୁ ରାୟଗଡାରେ ପ୍ରସିଦ୍ଧ ଗଦଗଦା ଯାତ୍ରା ଅନୁଷ୍ଠିତ ହୋଇଥାଏ । ଜିଲ୍ଲା ରାମନାଗୁଡା ବ୍ଲକ ପେଣେକାମ ପଞ୍ଚାୟତ ଅଧିନ ତାମିଙ୍ଗ ଗ୍ରାମ ନିକଟରେ ଆୟୋଜିତ ଗଦଗଦା ଯାତ୍ରାରେ ବହୁ ସମାଗମ ହୋଇଛି । ୫୦ ହଜାରରୁ ଉର୍ଦ୍ଧ୍ବ ଭକ୍ତ ଏକାଠି ହୋଇଛନ୍ତି ।
ପବିତ୍ର ମାଘ ପୂର୍ଣ୍ଣିମା ବା ଅଗିରା ପୁନେଇଁ ଠାରୁ 4 ଦିନ ଧରି ଆରମ୍ଭ ହୋଇଥିବା ଗଦଗଦା ଯାତ୍ରାର ବୁଧବାର ଶେଷ ହୋଇଛି । ରାୟଗଡ଼ା ଜିଲ୍ଲା ରାମନାଗୁଡା ବ୍ଲକ ପେଣେକାମ ପଞ୍ଚାୟତ ଅଧିନ ତାମିଙ୍ଗ ଗ୍ରାମ ନିକଟରେ ଆୟୋଜିତ ଗଦଗଦା ଯାତ୍ରାରେ ପ୍ରତି ବର୍ଷ ପରି ଏ ବର୍ଷ ମଧ୍ୟ ଭକ୍ତଙ୍କ ସମାଗମ ହୋଇଥିଲା । ଚଳିତ ବର୍ଷ ୫୦ ହଜାରୁ ଅଧିକ ଭକ୍ତଙ୍କ ସମାଗମ ହୋଇଛି । ଏହି ଯାତ୍ରା ବର୍ଷକୁ ଥରେ ଅନୁଷ୍ଠିତ ହେଉଥିବା ବେଳେ ଚାରିଦିନ ଧରି ଏଠାରେ ପଥରଖୋଲ ମଧ୍ୟରେ ପ୍ରଭୁ ନୀଳକଣ୍ଠେଶ୍ବର ପୂଜା ପାଇଥାନ୍ତି । ପବିତ୍ର ମାଘ ପୂର୍ଣ୍ଣିମା ଅବସରରେ ନୀଳକଣ୍ଠେଶ୍ବରଙ୍କ ଏହି ଯାତ୍ରା ଅନୁଷ୍ଠିତ ହୋଇଥାଏ ।
ଏହା ବି ପଢନ୍ତୁ...ବଦଳିବ ଡିଏସଇ ଠିକଣା, ଏହି ସ୍କୁଲ କୋଠାକୁ ହେବ ସ୍ଥାନାନ୍ତର