ଓଡିଶା

odisha

2 ମୋଷ୍ଟ ୱାଣ୍ଟେଡ ମାଓବାଦୀଙ୍କ ଆତ୍ମସମର୍ପଣ, ଇଟିଭି ଭାରତକୁ କହିଲେ ଘଟଣା ପଛର ରହସ୍ୟ

By

Published : Mar 24, 2021, 11:14 PM IST

Updated : Mar 25, 2021, 8:47 AM IST

ଲାଲ ସଂଗଠନ ଛାଡି ପୁଲିସ ନିକଟରେ ଆତ୍ମସମର୍ପଣ କରିଛନ୍ତି ଦୁଇ ଛତିଶଗଡ କ୍ୟାଡର୍ ମାଓବାଦୀ ମାଙ୍କୁ ଓୟାମ ଓରଫ ଜୟରାମ ଓ ଲାଛୁ ମାଡକାମ ଏଲିଆସ ଅବିନାସ । ଅଧିକ ପଢନ୍ତୁ...

ଦୁଇ ଛତିଶଗଡି କ୍ୟାଡର ମାଓବାଦୀଙ୍କ ଆତ୍ମସମର୍ପଣ ପଛର ରହସ୍ୟ
ଦୁଇ ଛତିଶଗଡି କ୍ୟାଡର ମାଓବାଦୀଙ୍କ ଆତ୍ମସମର୍ପଣ ପଛର ରହସ୍ୟ

ରାୟଗଡା : ଲାଲ୍ ସଂଗଠନ ଛାଡି ପୁଲିସ ନିକଟରେ ଆତ୍ମସମର୍ପଣ କରିଛନ୍ତି ଦୁଇ ଛତିଶଗଡ କ୍ୟାଡର ମାଓବାଦୀ । ଏହି 2 ମାଓବାଦୀଙ୍କ ନାଁ ହେଲା ମାଙ୍କୁ ଓୟାମ ଓରଫ ଜୟରାମ (ସାଇନୁ) ଓ ଲାଛୁ ମାଡକାମ୍ ଏଲିଆସ୍ ଅବିନାସ୍ ।

2 ମୋଷ୍ଟ ୱାଣ୍ଟେଡ ମାଓବାଦୀଙ୍କ ଆତ୍ମସମର୍ପଣ, ଇଟିଭି ଭାରତକୁ କହିଲେ ଘଟଣା ପଛର ରହସ୍ୟ
2011 ମସିହାରେ ପ୍ରଥମେ ଏମାନେ ମଇନପୁର୍-ନୂଆପଡା ଡିଭିଜନ୍ ଅଧିନରେ ଥିବା ସୁନାବେଡା ଏରିଆ କମିଟିରେ ସଦସ୍ୟ ଭାବେ କାର୍ଯ୍ୟ ଆରମ୍ଭ କରିଥିଲେ । ପରେ ପଦୋନ୍ନତି ପାଇ କଳାହାଣ୍ଡି ସ୍ଥାନୀୟ ସଂଗଠନର କ୍ୟାଡର ଓ ପରେ ବାଶଧାର-ଘୁମୁସର-ନାଗାବଳୀ ଡିଭିଜନର କ୍ୟାଡର ମାଓବାଦୀ ଭାବେ କାର୍ଯ୍ୟ କରୁଥିଲେ । ଗତ ଏକ ଦଶନ୍ଧି ଧରି ସାଇନୁ ବିଭିନ୍ନ ନକ୍ସଲ ହିଂସାକାଣ୍ଡରେ ଜଡିତ ରହିଥିବା ବେଳେ ତା ନାଁରେ ରାଜ୍ୟ ସରକାରଙ୍କ ପକ୍ଷରୁ 4 ଲକ୍ଷ ଟଙ୍କାରେ ପୁରସ୍କାର ଘୋଷଣା କରିଥିଲେ । 2019 ମସିହା ଫେବୃଆରୀ 2 ତାରିଖ ଦିନ କଳାହାଣ୍ଡି ଜିଲ୍ଲା କାଟଲାଘାଟିରେ ପୋଲିସ ଉପରେ ଗୁଳିବିନିମୟ,ଜୁଲାଇ 22 ତାରିଖ ଦିନ ଭୀମା ଦୋରା ହତ୍ୟାକାଣ୍ଡ, ଅଗଷ୍ଟ 14 ତାରିଖ ଦିନ କଳାହାଣ୍ଡି ତୁର୍କା ଜଙ୍ଗଲ ନିକଟରେ ପୁଲିସ ଉପରେ ଗୁଳିବିନିମୟ 2020ମାର୍ଚ୍ଚ ମସିହାରେ କଳାହାଣ୍ଡି ଜିଲ୍ଲା ସୁଆଁସପଦରରେ ଗୁଳିବିନିମୟ ସହ ଅନେକ ନକ୍ସଲ ହିଂସାକାଣ୍ଡରେ ଜଡିତ ଥିଲା । ସେହିପରି ପୁଲିସ ନିକଟରେ ଆତ୍ମସମର୍ପଣ କରିଥିବା ଆଉ ଜଣେ କ୍ୟାଡର ଲାଛୁ ମାଡକାମ ଏଲିଆସ ଅବିନାସ ମଧ୍ୟ ଛତିଶଗଡ ରାଜ୍ୟର ବିଜାପୁର ଜିଲ୍ଲା ଅନ୍ତର୍ଗତ ଆଦିସମେଟ ଗ୍ରାମର ବୋଲି ଜଣାପଡିଛି । 2015 ମସିହାରେ ଲାଲ୍ ସଂଗଠନରେ ଯୋଗ ଦେଇଥିବା ଅବିନାସ ବିଭିନ୍ନ ସମୟରେ ପୋଲିସ ଉପରେ ଗୁଳିବିନିମୟରେ ସାମିଲ ଥିବା ବେଳେ 2018 ମସିହାରେ କନ୍ଧମାଳ ଜିଲ୍ଲା ସୁନ୍ଦୁରୁକୁପା ଗ୍ରାମର ରବି ମଲ୍ଲିକ ହତ୍ୟାକାଣ୍ଡରେ ସାମିଲ ଥିଲା । ସେହିପରି ମଦନପୁର ରାମପୁର ଅନିଲ୍ ମାଝୀ ହତ୍ୟାକାଣ୍ଡ ସମେତ 2019 ସାଧାରଣ ନିର୍ବାଚନରେ କନ୍ଧମାଳ ଜିଲ୍ଲା ରିବିଲାଡା ନିକଟରେ ନିର୍ବାଚନ ସାରି ପୋଲିଂ ମେସିନି ଆଣୁଥିବା ବେଳେ ଦୁଇଟି ପୁଲିଂ ଗାଡିକୁ ନିଆଁ ଲଗାଇ ନଷ୍ଟ କରିଦେଇଥିଲା । ତେବେ କେକେବିଏନ ଓ ବାଘୁନା ଡିଭିଜନରେ ଦୀର୍ଘ ବର୍ଷ ହେବ ଏହି ଦୁଇ କେଡର ମାଓବାଦୀ ବହୁ ନକ୍ସଲ ହିଂସାକାଣ୍ଡ ଘଟାଇଛନ୍ତି । ତେବେ ପୁଲିସ ନିକଟରେ ଆତ୍ମ ସମର୍ପଣ କରିଥିବା ଏହି ଦୁଇ ନକ୍ସଲ ରାଜ୍ୟ ସରକାରଙ୍କ ଆତ୍ମସମର୍ପଣ ଓ ଥଇଥାନ ନିତୀ ପ୍ରତି ଅକୃଷ୍ଟ ହୋଇ ଆତ୍ମସମର୍ପଣ କରିଥିବା ଇଟିଭି ଭରତକୁ ଏକ ସ୍ଵତନ୍ତ୍ର ସାକ୍ଷାତକାରରେ କହିଛନ୍ତି ।


ରାୟଗଡାରୁ ରଞ୍ଜନ କୁମାର ରଥ, ଇଟିଭି ଭାରତ

Last Updated : Mar 25, 2021, 8:47 AM IST

ABOUT THE AUTHOR

...view details