ଓଡିଶା

odisha

ଖାଦ୍ୟରେ ବ୍ୟଭିଚାର କରୁଥିବା ବିକ୍ରେତା ସାବଧାନ, ଗଣିପାରନ୍ତି ତଣ୍ଡ

By

Published : Sep 3, 2022, 1:32 PM IST

ଖାଦ୍ୟରେ ବ୍ୟଭିଚାର କରୁଥିବା ବିକ୍ରେତାଙ୍କ ଉପରେ ଜୋରିମାନା ଲଗାଯିବ । ଏନେଇ ରାୟଗଡ଼ା ଜିଲ୍ଲାସ୍ତରୀୟ ସମନ୍ବୟ ବୈଠକରେ ନିଷ୍ପତ୍ତି ନିଆଯାଇଛି । ଅଧିକ ପଢନ୍ତୁ

ଖାଦ୍ୟରେ ବ୍ୟଭିଚାର କରୁଥିବା ବିକ୍ରେତା ସାବଧାନ, ଗଣିପାରନ୍ତି ତଣ୍ଡ
ଖାଦ୍ୟରେ ବ୍ୟଭିଚାର କରୁଥିବା ବିକ୍ରେତା ସାବଧାନ, ଗଣିପାରନ୍ତି ତଣ୍ଡ

ରାୟଗଡ଼ା: ଜିଲ୍ଲାରେ ଖାଦ୍ୟ ନିରାପତ୍ତା ନେଇ ଜିଲ୍ଲାସ୍ତରୀୟ ସମନ୍ବୟ ବୈଠକ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲାପାଳ ସ୍ବଧା ଦେବ ସିଂ ଖାଦ୍ୟରେ ବ୍ୟଭିଚାର କରୁଥିବା ବିକ୍ରେତାଙ୍କ ଉପରେ ଜରିମାନା ଲଗାଇବା ଉପରେ ଗୁରୁତ୍ବ ଦିଆଯାଇଛି । ଯେଉଁମାନେ ଜରିମାନା ପୈଠ କରିବେ ନାହିଁ ସେମାନଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ସ୍ଥିର ହୋଇଛି । ଏହାସହ ବୈଠକରେ ସୁନେତ୍ର ଯୋଜନା, ଖାଦ୍ୟ ନିରାପତ୍ତା, ଜାତୀୟ ଟୋବାକୋ ନିୟନ୍ତ୍ରଣ କାର୍ଯ୍ୟକ୍ରମ, ମ୍ୟାଲେରିଆ ଏବଂ ଡେଙ୍ଗୁ ନିୟନ୍ତ୍ରଣ ଉପରେ ଆଲୋଚନା ହୋଇଛି ।

ସୁନେତ୍ର ଯୋଜନାରେ ଚଳିତ ବର୍ଷ ଜିଲ୍ଲାର ପ୍ରାୟ ୧୮୪୬ ସରକାରୀ ତଥା ସରକାରୀ ସ୍ବୀକୃତିପ୍ରାପ୍ତ ବିଦ୍ୟାଳୟର ପ୍ରାୟ ୧,୫୫,୪୦୨ ଛାତ୍ରଛାତ୍ରୀଙ୍କର ଚକ୍ଷୁ ପରୀକ୍ଷା କରାଯିବା ପାଇଁ ନିଷ୍ପତ୍ତି ନିଆଯାଇଛି । ପ୍ରଥମେ ସ୍କୁଲ ସ୍ତରରେ ଚକ୍ଷୁ ପରୀକ୍ଷା କରାଯିବ, ସୁବିଧା ପାଇ ନ ଥିବା ଛାତ୍ରଛାତ୍ରୀ ମାନଙ୍କ ପାଇଁ ପରବର୍ତ୍ତୀ ସମୟରେ ବ୍ଲକ ସ୍ତରରେ ମଧ୍ୟ କ୍ୟାମ୍ପ ଆୟୋଜନ କରାଯାଇ ଚକ୍ଷୁ ପରୀକ୍ଷା କରାଯିବ ସହ ଆବଶ୍ୟକ ସ୍ଥଳେ ଚଷମା ମଧ୍ୟ ପ୍ରଦାନ କରାଯିବ ବୋଲି ଏହି ବୈଠକରେ ସ୍ଥିର କରାଯାଇଛି ।

ଖାଦ୍ୟରେ ବ୍ୟଭିଚାର କରୁଥିବା ବିକ୍ରେତା ସାବଧାନ, ଗଣିପାରନ୍ତି ତଣ୍ଡ

ଖାଦ୍ୟ ନିରାପତ୍ତା ଉପରେ ଆଲୋଚନା କରାଯିବା ସମୟରେ ଜିଲ୍ଲାପାଳ ଖାଦ୍ୟରେ ବ୍ୟଭିଚାର କରୁଥିବା ବିକ୍ରେତାଙ୍କ ଉପରେ ଜରିମାନା ଦେବା ପାଇଁ ଗୁରୁତ୍ବ ଦେଇଛନ୍ତି । ଏହି ବୈଠକରେ ଜରିମାନା ବୃଦ୍ଧି କରିବା ପାଇଁ ଖାଦ୍ୟ ନିରାପତ୍ତା ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଥିଲା ଯେଉଁମାନେ ଜରିମାନା ପୈଠ କରିବେ ନାହିଁ ସେମାନଙ୍କ ଉପରେ କଠୋର ଏବଂ ଦୃଢ଼ ଆଇନଗତ କାର୍ଯ୍ୟାନୁଷ୍ଠାନ ନିଆଯିବାର ନିର୍ଦେଶାନାମା ଖୁବଶୀଘ୍ର ଜାରି କରାଯିବ ବୋଲି ଜିଲ୍ଲାପାଳ ସୂଚନା ଦେଇଛନ୍ତି ।

ଏହା ବି ପଢନ୍ତୁ- କାର୍ଯ୍ୟରେ ଅବହେଳା ପଡିଲା ମହଙ୍ଗା, ତହସିଲଦାରଙ୍କ ସମେତ ୩୦ କର୍ମଚାରୀଙ୍କ ଦରମା ବନ୍ଦ

ସେହିପରି ଭାବେ ବେଆଇନ ତମ୍ବାଖୁ ଚାଲାଣ ରୋକିବା ପାଇଁ ଜିଲ୍ଲାପାଳ ଜୋର ଦେଇଥିଲେ । ବେଆଇନ ତମ୍ବାଖୁ ଡିଲର ଏବଂ ବିତରକଙ୍କୁ ଠାବ କରିବା ପାଇଁ ଅତିରିକ୍ତ ଆରକ୍ଷୀ ଅଧିକାରୀ, ଖାଦ୍ୟ ନିରାପତ୍ତା ଅଧିକାରୀ, ଡ୍ରଗ ଇନସେପକ୍ଟର ଏବଂ ଅଣ ସଂକ୍ରାମକ ରୋଗର ସହକାରୀ ପରିଚାଳକଙ୍କୁ ନିର୍ଦ୍ଦେଶ ଦିଆଯାଇଛି ଜିଲ୍ଲାରେ ମ୍ୟାଲେରିଆ ଏବଂ ଡେଙ୍ଗୁ ନିୟନ୍ତ୍ରଣରେ ଆଣିବା ପାଇଁ ଅଧିକ ଔଷଧଯୁକ୍ତ ମଶାରୀର ଆବଶ୍ୟକତା ରହିଛି ବୋଲି ଆଲୋଚନା ହୋଇଥିଲା ।

ଏହାପରେ ଆଶାକର୍ମୀମାନେ ଘର ଘର ବୁଲି କେତେ ପରିମାଣରେ ଔଷଧଯୁକ୍ତ ମଶାରୀର ଆବଶ୍ୟକତା ରହିଛି ତାର ଏକ ସର୍ବେକ୍ଷଣ କରାଯାଇ ତଦନୁସାରେ ପରବର୍ତ୍ତୀ ପଦକ୍ଷେପ ନେବାପାଇଁ ନିଷ୍ପତ୍ତି ନେଇଛନ୍ତି । ବୈଠକରେ ଜିଲ୍ଲା ମୁଖ୍ୟ ଚିକିତ୍ସା ଏବଂ ଜନ ସ୍ବାସ୍ଥ୍ୟ ଅଧିକାରୀ ଡ. ଲାଲମୋହନ ରାଉତରାୟ, ଅତିରିକ୍ତ ଆରକ୍ଷୀ ଅଧିକାରୀ ରାମ ପ୍ରସାଦ ସାହୁ, ଜିଲ୍ଲା ମଙ୍ଗଳ ଅଧିକାରୀ ଅଶୋକ କୁମାର ଶତପଥି, ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ଯାଜ୍ଞସେନୀ ବେହେରା ପ୍ରମୁଖ ଉପସ୍ଥିତ ରହି ଜିଲ୍ଲାର ସ୍ଥିତି ଉପରେ ଆଲୋଚନା କରିଥିଲେ ।

ଇଟିଭି ଭାରତ, ରାୟଗଡ଼ା

ABOUT THE AUTHOR

...view details