ଓଡିଶା

odisha

ଶ୍ରୀମନ୍ଦିର ସିଂହଦ୍ଵାର ସମ୍ମୁଖରେ କଂଗ୍ରେସର ସଂକୀର୍ତ୍ତନ ସତ୍ୟାଗ୍ରହ

By ETV Bharat Odisha Team

Published : Nov 9, 2023, 9:39 PM IST

Updated : Nov 9, 2023, 9:59 PM IST

ଶ୍ରୀମନ୍ଦିର ସିଂହଦ୍ଵାର ସମ୍ମୁଖରେ ନିଆରା ଢଙ୍ଗରେ ପ୍ରତିବାଦ କରିଛି କଂଗ୍ରେସ । ବିଭିନ୍ନ ଦାବି ନେଇ ଦଳ କରିଛି ସଂକୀର୍ତ୍ତନ ସତ୍ୟାଗ୍ରହ । ଅଧିକ ପଢନ୍ତୁ

sankirtan satyagraha infront of sinhadwara
ପୁରୀରେ ସଂକୀର୍ତ୍ତନ ସତ୍ୟାଗ୍ରହ

ପୁରୀରେ ସଂକୀର୍ତ୍ତନ ସତ୍ୟାଗ୍ରହ

ପୁରୀ: କଂଗ୍ରେସ ପକ୍ଷରୁ ହୋଇଛି ସଂକୀର୍ତ୍ତନ ସତ୍ୟାଗ୍ରହ । ଭଜନ କୀର୍ତ୍ତନରେ କମ୍ପି ଉଠିଥିଲା ସମଗ୍ର ଅଞ୍ଚଳ । ଭକ୍ତଙ୍କ ପାଇଁ ଶ୍ରୀମନ୍ଦିର ଚାରିଦ୍ବାର ଖୋଲିବା ଦାବି ନେଇ ଏଭଳି ଅଭିନବ ଢଙ୍ଗରେ ପ୍ରତିବାଦ କରିଛି କଂଗ୍ରେସ । ରାଜ୍ୟର ବିଭିନ୍ନ ସ୍ଥାନରେ ଏଭଳି ସଂକୀର୍ତ୍ତନ ସତ୍ୟାଗ୍ରହ କରାଯାଇଥିବାବେଳେ ପୁରୀ ଜିଲ୍ଲା କଂଗ୍ରେସ ପକ୍ଷରୁ ମଧ୍ୟ ସଂକୀର୍ତ୍ତନ ସତ୍ୟାଗ୍ରହ କରାଯାଇଛି । ପିସିସି ସଭାପତି ଶରତ ପଟ୍ଟନାୟକଙ୍କ ଆହ୍ବାନ କ୍ରମେ କଂଗ୍ରେସ ନେତା ଓ କର୍ମୀମାନେ ଜଗନ୍ନାଥ ପ୍ରେମୀଙ୍କ ସହ ମିଶି ଏଭଳି ସଂକୀର୍ତ୍ତନ ସତ୍ୟାଗ୍ରହ କରିଛନ୍ତି ।

ଗତ ଅକ୍ଟୋବର ୧୬ ତାରିଖରେ କଂଗ୍ରେସ ପକ୍ଷରୁ ବିଭିନ୍ନ ଦାବି ନେଇ ଗୁଣ୍ଡିଚା ମନ୍ଦିର ଠାରୁ ଶ୍ରୀମନ୍ଦିର କାର୍ଯ୍ୟାଳୟ ପର୍ଯ୍ୟନ୍ତ ଏକ ବିରାଟ ଶୋଭାଯାତ୍ରା ବାହାରିଥିଲା । ରାଜ୍ୟ ସରକାରଙ୍କ ଉଦ୍ଦେଶ୍ୟରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କୁ ଏନେଇ ଦାବି ପତ୍ର ମଧ୍ୟ ଦେଇଥିଲା କଂଗ୍ରେସ । ହେଲେ ଶ୍ରୀମନ୍ଦିର ପ୍ରଶାସନ ଏନେଇ କୌଣସି ପଦକ୍ଷେପ ନେଇନଥିବାରୁ ଏହାର ପ୍ରତିବାଦରେ ସିଂହଦ୍ଵାର ସମ୍ମୁଖରେ ଆଜି କଂଗ୍ରେସ ପକ୍ଷରୁ ସଂକୀର୍ତ୍ତନ ସତ୍ୟାଗ୍ରହ କରାଯାଇଛି ।

ବରିଷ୍ଠ କଂଗ୍ରେସ ନେତା ତଥା ବିଧାୟକ ସୁର ରାଉତରାୟ କହିଛନ୍ତି, "ଶ୍ରୀମନ୍ଦିର ରତ୍ନଭଣ୍ଡାର ଖୋଲି ଅଳଙ୍କାରର ଗଣତି ସହ ମରାମତି କରିବା ଓ ବେଦାନ୍ତ ନେଇଥିବା ଚାଷଜମି ଚାଷୀଙ୍କୁ ଫେରାଇବା ଦାବି ନେଇ ଏହି ସତ୍ୟାଗ୍ରହ ଅନୁଷ୍ଠିତ ହୋଇଛି। ଶ୍ରୀମନ୍ଦିର ଚାରିଦ୍ବାର ଭକ୍ତଙ୍କ ପାଇଁ ତୁରନ୍ତ ଖୋଲିବା, ରତ୍ନଭଣ୍ଡାର ମରାମତି, ଅଳଙ୍କାରର ଗଣତି, ଏବଂ ଗୁଣ୍ଡିଚା ମନ୍ଦିର ଖୋଲିବା ଆଦି ଦାବି ରହିଛି।" ତେବେ କଂଗ୍ରେସର ଏହି ଦାବି ପ୍ରଶାସନ ଖୁବଶୀଘ୍ର ପୂରଣ ନକଲେ କଂଗ୍ରେସ ପକ୍ଷରୁ ଆଗାମୀ ଦିନରେ ଆନ୍ଦୋଳନ ଆହୁରି ଜୋରଦାର ହେବ ବୋଲି ଚେତାବନୀ ଦେଇଛି ଦଳ ।

ଏହା ବି ପଢନ୍ତୁ...ରାଉରକେଲାର କଂଗ୍ରେସର ସଂକୀର୍ତ୍ତନ ସତ୍ୟାଗ୍ରହ

ଏହା ବି ପଢନ୍ତୁ...ବ୍ୟାସ ସରୋବର ଜଗନ୍ନାଥ ମନ୍ଦିରରେ କଂଗ୍ରେସର ସଂକୀର୍ତ୍ତନ ସତ୍ୟାଗ୍ରହ

ସେପଟେ ପୁରୀ ସମେତ ଯାଜପୁର, ଜଗତସିଂହପୁର ଆଦି ବିଭିନ୍ନ ସ୍ଥାନରେ ଅଭିନବ ଢଙ୍ଗରେ ପ୍ରତିବାଦ କରୁଛି କଂଗ୍ରେସ । ରାଉରକେଲା ସହରର ସମସ୍ତ ଜଗନ୍ନାଥ ମନ୍ଦିରରେ କଂଗ୍ରେସର ନିଆରା ପ୍ରତିବାଦ ଦେଖିବାକୁ ମିଳିଛି । ସଂକୀର୍ତ୍ତନ କରି ଏକ ନିଆରା ଢଙ୍ଗରେ ପ୍ରତିବାଦ କରିଛି କଂଗ୍ରେସ । ରାଜ୍ୟ ସରକାରଙ୍କ ଶ୍ରୀମନ୍ଦିର ପ୍ରତି ଅବହେଳା ପ୍ରତିବାଦରେ ଦଳ ପକ୍ଷରୁ ଏହି ନିଆରା ସଂକୀର୍ତ୍ତନ ପ୍ରତିବାଦ କରାଯାଇଛି । ସେହିପରି ବ୍ୟାସନଗର କଂଗ୍ରେସ ପକ୍ଷରୁ ବ୍ୟାସ ସରୋବର ଜଗନ୍ନାଥ ମନ୍ଦିରରେ ସଂକୀର୍ତ୍ତନ ଓ ସତ୍ୟାଗ୍ରହ l ରାଜ୍ୟ କଂଗ୍ରେସର ନିର୍ଦ୍ଦେଶକ୍ରମେ ଯାଜପୁର ଜିଲ୍ଲା ବ୍ୟାସନଗର କଂଗ୍ରେସ ପକ୍ଷରୁ ବ୍ୟାସ ସରୋବର ଜଗନ୍ନାଥ ମନ୍ଦିରରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି l

ଇଟିଭି ଭାରତ, ପୁରୀ

Last Updated : Nov 9, 2023, 9:59 PM IST

ABOUT THE AUTHOR

...view details