ଓଡିଶା

odisha

ରାତି ପାହିଲେ ଅଁଳା ନବମୀ, ରାଧାପାଦ ଦର୍ଶନ ପାଇଁ ପ୍ରସ୍ତୁତି ଶେଷ

By

Published : Nov 4, 2019, 7:36 PM IST

ରାତି ପାହିଲେ ଅଁଳା ନବମୀ । ଏନେଇ ପୁରୀର ସାକ୍ଷୀଗୋପାଳସ୍ଥିତ ସାକ୍ଷୀ ଗୋପୀନାଥ ମନ୍ଦିରରେ ଶେଷ ହୋଇଛି ପ୍ରସ୍ତୁତି।

ଫଟୋ ସୌଜନ୍ୟ:ସମ୍ବାଦଦାତା, ପୁରୀ

ପୁରୀ: ରାତି ପାହିଲେ ଅଁଳା ନବମୀ । ଏନେଇ ପୁରୀର ସାକ୍ଷୀଗୋପାଳସ୍ଥିତ ସାକ୍ଷୀ ଗୋପୀନାଥ ମନ୍ଦିରରେ ପ୍ରସ୍ତୁତି ଶେଷ ହୋଇଛି । ପବିତ୍ର କାର୍ତ୍ତିକ ମାସ ଅବସରରେ ଅଁଳାନବମୀ ତିଥିରେ ମା ରାଧାଙ୍କ ପାଦ ଦର୍ଶନ ପାଇଁ ପୁରୀ ଜିଲ୍ଲା ପ୍ରଶାସନ ପକ୍ଷରୁ ତତ୍ପରତା ପ୍ରକାଶ ପାଇଛି । ଭକ୍ତ କିପରି ଶାନ୍ତି ଶୃଙ୍ଖଳାର ସହିତ ଦର୍ଶନ କରିବେ ସେଥିପାଇଁ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି ।

ଏଥିସହ ଯେଉଁ ବିଭାଗ ଯେଉଁ ଦାୟତ୍ବ ନେଇଥିଲେ ସେମାନେ ସେମାନଙ୍କ କାର୍ଯ୍ୟ ତୁଳାଇବାରେ ଲାଗିପଡିଛନ୍ତି । ବିଶେଷ କରି ମନ୍ଦିର ଆଗରେ ଭକ୍ତଙ୍କ ସୁବିଧା ପାଇଁ ଲମ୍ବା ବ୍ୟାରିକେଡ ନିର୍ମାଣ କରାଯାଇଛି। ଖରାରୁ ରକ୍ଷା ପାଇବା ପାଇଁ ଉପରେ କନା ସିଲିଂ କରାଯାଇଛି । ଏହି ବ୍ୟାରିକେଡ 5 ସହ ମିଟର କରାଯାଇଛି । ଭକ୍ତ ବ୍ୟାରିକେଡ ଦେଇ ସିଧା ସଳଖ ମନ୍ଦିର ସିଂହଦ୍ବାର ଦେଇ ପ୍ରବେଶ କରି ଉତ୍ତର ଏବଂ ପଶ୍ଚିମ ଦ୍ବାର ଦେଇ ବାହାରିଯିବେ l

ଭିଡିଓ ସୌଜନ୍ୟ:ସମ୍ବାଦଦାତା, ପୁରୀ

ଏହାକୁ ଦୃଷ୍ଟିରେ ରଖି ପୋଲିସ ପକ୍ଷରୁ 22 ପ୍ଳାଟୁନ ଫୋର୍ସ, ୨ଟି ଅସ୍ଥାୟୀ କ୍ୟାମ୍ପ, ଅଗ୍ନିଶମ ବିଭାଗ, ୨ଜଣ ଅତିରିକ୍ତ ଏସପି, ଏସଡିପିଓ, ଡିଏସପିଙ୍କ ସହିତ ଟ୍ରାଫିକ ଅଧିକାରୀ ରହିବେ ବୋଲି ପୁରୀ ଏସପି କହିଛନ୍ତି । ସେହିପରି ଭୋର 4ଟାରୁ ଦର୍ଶନ ଆରମ୍ଭ ହେବ ।


ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

ABOUT THE AUTHOR

...view details