ଓଡିଶା

odisha

Banakalagi Ritual: ଆସନ୍ତା 9 ତାରିଖ ବୁଧବାର ହୋଇପାରେ ବନକଲାଗି ନୀତି

By

Published : Aug 1, 2023, 6:38 PM IST

ମିଳିଥିବା ସୂଚନା ଅନୁସାରେ ଆସନ୍ତା 9 ତାରିଖ ବୁଧବାର ବନକଲାଗି ନୀତି କରିବାକୁ ଦତ୍ତ ମହାପାତ୍ର ସେବାୟତଙ୍କୁ ନୀତି ପ୍ରଶାସକ ସୂଚନା ଦେଇଛନ୍ତି । ତେବେ ଆସନ୍ତାକାଲି ବୁଧବାର ନକ୍ଷତ୍ର ବନ୍ଦାପନା ନୀତି ଥିବାରୁ ଏବଂ ସ୍ଵତ୍ଵଲିପି ଅନୁଯାୟୀ ପରଦିନ ଗୁରୁବାର ମହାପ୍ରଭୁଙ୍କ ଏକାନ୍ତ ନୀତି ଥିବାରୁ ବନକଲାଗି ନୀତି ହେବ ନାହିଁ । ଅଧିକ ପଢନ୍ତୁ

ଆସନ୍ତା 9 ତାରିଖ  ବୁଧବାର ହୋଇପାରେ ବନକଲାଗି ନୀତି
ଆସନ୍ତା 9 ତାରିଖ ବୁଧବାର ହୋଇପାରେ ବନକଲାଗି ନୀତି

ଆସନ୍ତା 9 ତାରିଖ ବୁଧବାର ହୋଇପାରେ ବନକଲାଗି ନୀତି

ପୁରୀ: ଆସନ୍ତା 9 ତାରିଖ ବୁଧବାର ହୋଇପାରେ ମହାପ୍ରଭୁଙ୍କ ବନକଲାଗି ନୀତି । ଶ୍ରୀମନ୍ଦିର ନୀତି ପ୍ରଶାସକ ଏନେଇ ଦତ୍ତମହାପାତ୍ର ସେବାୟତଙ୍କୁ ସୂଚନା ଦେଇଥିବା ଜଣାପଡିଛି । ଯଦିଓ ମନ୍ଦିର ପ୍ରଶାସନ ପକ୍ଷରୁ ବନକଲାଗି ନୀତି ନେଇ ବିଦ୍ଧିବଧ ଭାବେ କୌଣସି ସୂଚନା ମିଳିନାହିଁ। ସେପଟେ ଦତ୍ତ ମହାମାତ୍ର ସେବାୟତ କହିଛନ୍ତି ପ୍ରଶାସନ ଆମକୁ ଯେଉଁ ଦିନ ଅନୁମତି ଦେବ ଆମେ ସେହି ଦିନ ବନକଲାଗି ନୀତି କରିବାକୁ ପ୍ରସ୍ତୁତ ଅଛୁ । ସେହି ଦୃଷ୍ଟିରୁ ବନକଲାଗି ନୀତି ଆସନ୍ତା 9 ତାରିଖ ବୁଧବାର ହୋଇପାରେ ।

ଏହାବି ପଢନ୍ତୁ- ବନକଲାଗି ନୀତି ବିବାଦ: ଦ୍ବିତୀୟ ଥର ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ ସ୍ଥଗିତ

ମିଳିଥିବା ସୂଚନା ଅନୁସାରେ ଆସନ୍ତା 9 ତାରିଖ ବୁଧବାର ବନକଲାଗି ନୀତି କରିବାକୁ ଦତ୍ତ ମହାପାତ୍ର ସେବାୟତଙ୍କୁ ନୀତି ପ୍ରଶାସକ ସୂଚନା ଦେଇଛନ୍ତି । ତେବେ ଆସନ୍ତାକାଲି ବୁଧବାର ନକ୍ଷତ୍ର ବନ୍ଦାପନା ନୀତି ଥିବାରୁ ଏବଂ ସ୍ଵତ୍ଵଲିପି ଅନୁଯାୟୀ ପରଦିନ ଗୁରୁବାର ମହାପ୍ରଭୁଙ୍କ ଏକାନ୍ତ ନୀତି ଥିବାରୁ ବନକଲାଗି ନୀତି ହେବ ନାହିଁ । ତେଣୁ ପରବର୍ତ୍ତୀ ବୁଧବାର ତଥା ଆସନ୍ତା ୯ ତାରିଖ ଦିନ ବନକଲାଗି ନୀତି ହେବ । ପୂର୍ବରୁ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କହିଥିଲେ ବୁଧବାର ଦିନ ହିଁ ହେବ ମହାପ୍ରଭୁଙ୍କ ବନକଲାଗି ନୀତି। ଦରକାର ପଡିଲେ ଶ୍ରୀମନ୍ଦିର ପ୍ରଶାସନର ନିଷ୍ପତ୍ତି ଅନୁଯାୟୀ ଗୁରୁବାର ମଧ୍ୟ ମହାପ୍ରଭୁଙ୍କ ବନକଲାଗି ନୀତି କରାଯିବ।

ଏହାବି ପଢନ୍ତୁ- ବୁଧବାର ହେବ ତ ଶ୍ରୀଜିଉଙ୍କ ବନକଲାଗି ନୀତି ? ହୋଇନାହିଁ ବିବାଦର ସମାଧାନ

ବାମଦେବ ସଂହିତାର ବର୍ଣ୍ଣନା ଅନୁଯାୟୀ ବୁଧବାର ଦିନ ହିଁ ମହାପ୍ରଭୁଙ୍କ ବନକଲାଗି ନୀତି ପାଇଁ ପ୍ରଶାସନ ନିଷ୍ପତ୍ତି ନେଇଥିବା ବେଳେ ଶ୍ରୀମନ୍ଦିର ସତ୍ଵଲିପି ଅନୁଯାୟୀ ବୁଧବାର କିମ୍ବା ଗୁରୁବାର ହୋଇପାରିବ । ହେଲେ ଦତ୍ତମହାପାତ୍ର ସେବାୟତ ସତ୍ବଲିପି ଅନୁସାରେ ଗୁରୁବାର ବନକଲାଗି ନୀତି କରିବାକୁ ଅଡି ବସିଛି । ଯାହାକୁ ନେଇ ଅଚଳାବସ୍ଥା ସୃଷ୍ଟି ହୋଇଛି । ନିଳାଦ୍ରୀ ବିଜେ ପରଠାରୁ ଏକ ମାସ ହେଲା ଆଜି ପର୍ଯ୍ୟନ୍ତ ଦାରୁବ୍ରହ୍ମଙ୍କ ବନକଲାଗି ନୀତି ହୋଇପାରିନାହିଁ । ଫଳରେ ଶ୍ରୀବିଗ୍ରହମାନଙ୍କ ଶ୍ରୀମୁଖ ମଳିନ ହେବାରେ ଲାଗିଛି। ମହାପ୍ରଭୁଙ୍କ ନୀତି ବିଭ୍ରାଟକୁ ନେଇ ଭକ୍ତଙ୍କ ମହଲରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇବାରେ ଲାଗିଛି ।

ସେପଟେ ବନକଲାଗି ବିବାଦ ନେଇ ଅଚଳାବସ୍ଥା ପରେ କିଭଳି ନୀତି ଶୃଙ୍ଖଳିତ ହେବ ଏବଂ ଏହାର ବିକଳ୍ପ ବ୍ୟବସ୍ଥା କ'ଣ ରହିଛି ସେନେଇ ଆଜି ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକରେ ଚୁଡାନ୍ତ ନିଷ୍ପତ୍ତି ହୋଇଥାନ୍ତା । ହେଲେ କୌଣସି ଅନିବାର୍ଯ୍ୟ କାରଣବଶତଃ ପରିଚାଳନା କମିଟି ବୈଠକକୁ ସ୍ଥଗିତ ରଖାଯାଇଛି। ଶ୍ରୀମନ୍ଦିର ପ୍ରଶାସନର ନିଷ୍ପତ୍ତି ଅନୁସାରେ ମହାପ୍ରଭୁଙ୍କ ବନକଲାଗି ନୀତି ବୁଧବାର କରିବାକୁ ଦତ୍ତମହାପାତ୍ର ନିଯୋଗ ମାନି ନେଇଥିବାବେଳେ ଆଗାମୀ ଦିନରେ ଏହି ବିବାଦର ଅବସାନ ଘଟିବ ବୋଲି ଆଶା କରାଯାଉଛି।

ଇଟିଭି ଭାରତ, ପୁରୀ

ABOUT THE AUTHOR

...view details