ଓଡିଶା

odisha

ଥିଲେ ୩ ଝିଅ, ଏକାଥରକେ ତିନି ଶିଶୁପୁତ୍ରକୁ ଜନ୍ମ ଦେଲେ ମହିଳା

By

Published : Jan 15, 2022, 7:53 PM IST

ଏକାଥରେ ତିନି ଶିଶୁପୁତ୍ରର ମା’ ହେଲେ ନୟାଗଡର ରୁବି ରାଉତ । ମହିଳାଙ୍କ ସହ ତିନି ଶିଶୁପୁତ୍ର ସୁସ୍ଥ ଥିବା ସୂଚନା । ଅଧିକ ପଢନ୍ତୁ

ଏକାଥରେ ତିନି ଶିଶୁପୁତ୍ରକୁ ଜନ୍ମ ଦେଲେ ଜଣେ ମହିଳା
ଏକାଥରେ ତିନି ଶିଶୁପୁତ୍ରକୁ ଜନ୍ମ ଦେଲେ ଜଣେ ମହିଳା

ନୟାଗଡ:ପୁଅକୁ ଚାହିଁ ଚାହିଁ ତିନି ଝିଅ । ଆଉ ଏବେ ଏକାଥରକେ ତିନି ଶିଶୁପୁତ୍ରର ମା’ ହେଲେ ନୟାଗଡର ରୁବି ରାଉତ । ଘଟଣାଟି ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ ସତ ।

ଏକାଥରେ ତିନି ଶିଶୁପୁତ୍ରକୁ ଜନ୍ମ ଦେଲେ ଜଣେ ମହିଳା

ଏପରି ଘଟଣା ଦେଖିବାକୁ ମିଳିଛି ନୟାଗଡ ଜିଲ୍ଲା ଭାପୁର ବ୍କକ କଇଁଫୁଲିଆ ପଞ୍ଚାୟତରେ । ତେବେ ମା’ ଓ ତିନି ଶିଶୁପୁତ୍ର ସୁସ୍ଥ ଥିବା ସୂଚନା ମିଳିଛି । ସୂଚନା ଅନୁସାରେ କଇଁଫୁଲିଆ ପଞ୍ଚାୟତ ଦୁଆଡିଆ ଗାଁର ବିରଞ୍ଚି ନାରାୟଣ ରାଉତ ।

ଦିନ ମଜୁରିଆ ଭାବେ କାମ କରି ନିଜ ପରିବାର ଗୁଜୁରାଣ ମେଣ୍ଟାଇଥାନ୍ତି । ତାଙ୍କର ପୂର୍ବରୁ ତିନୋଟି ଝିଅ ମଧ୍ୟ ଅଛନ୍ତି । ପୁଅ ଟିଏ ଚାହିଁ ଚାହିଁ ତାଙ୍କର ତିନୋଟି ଝିଅ ଜନ୍ମ ହୋଇଥିଲା । ଶେଷରେ ବିରଞ୍ଚି ଓ ତାଙ୍କ ଧର୍ମପତ୍ନୀ ରୁବି ଶିଶୁପୁତ୍ର ପାଇଁ ଭଗବାନଙ୍କ ପାଖରେ ପୂଜାର୍ଚ୍ଚନା କରିଥିଲେ l ରୁବିଙ୍କ ଗର୍ଭଯନ୍ତ୍ରଣା ହେବାରୁ ଖୋର୍ଦ୍ଧା ଅଞ୍ଚଳରେ ଥିବା ଏକ ଘରୋଇ ମେଡିକାଲରେ ଭର୍ତ୍ତି କରାଯାଇଥିଲା l

ତେବେ ସେଠାରେ ସେ ଏକକାଳୀନ ତିନି ଶିଶୁପୁତ୍ରକୁ ସେ ଜନ୍ମ ଦେଇଥିଲେ । ଗୋଟିଏ ପୁଅର ଓଜନ ୧୪ ଶହଗ୍ରାମ ରହିଥିବା ବେଳେ ଦ୍ୱିତୀୟ ପୁତ୍ରର ୧୨ ଶହ ଗ୍ରାମ ଓ ତୃତୀୟ ଶିଶୁପୁତ୍ରର ଓଜନ ଏକ କେଜି ଥିବା ସୂଚନା ମିଳିଛି l ମହିଳାଙ୍କ ପରିବାର ତିନି ଶିଶୁପୁତ୍ର ପାଇ ବେଶ ଖୁସି ଥିବା କହିଛନ୍ତି । ଏକାସାଙ୍ଗରେ ତିନି ଶିଶୁପୁତ୍ରଙ୍କ ଜନ୍ମ ଭଗବାନଙ୍କ ଆର୍ଶୀବାଦ ବୋଲି ଦମ୍ପତି କହିଛନ୍ତି ।

ନୟାଗଡ଼ରୁ ଜୟେନ୍ଦ୍ର ବେହେରା, ଇଟିଭି ଭାରତ

ABOUT THE AUTHOR

...view details