ଓଡିଶା

odisha

ନବରଙ୍ଗପୁରରେ ଜିଲ୍ଲାସ୍ତରୀୟ ଅନ୍ତର୍ଜାତୀୟ ମହିଳା ଦିବସ ପାଳିତ, ଲିଙ୍ଗଗତ ସମାନତା ଲକ୍ଷ୍ୟ

By

Published : Mar 8, 2022, 6:40 PM IST

ଅନ୍ତର୍ଜାତୀୟ ମହିଳା ଦିବସ ଅବସରରେ ନବରଙ୍ଗପୁରରେ ଜିଲ୍ଲାସ୍ତରୀୟ ଦିବସ ପାଳିତ ହୋଇଛି । ଏହି କାର୍ଯ୍ୟକ୍ରମରେ ସମାଜରେ ମହିଳାଙ୍କ ସମାନତା ଉପରେ ଗୁରୁତ୍ବ ଦିଆଯାଇଛି । ଅଧିକ ପଢନ୍ତୁ

ନବରଙ୍ଗପୁରରେ ଜିଲ୍ଲାସ୍ତରୀୟ ଅନ୍ତର୍ଜାତୀୟ ମହିଳା ଦିବସ ପାଳିତ
ନବରଙ୍ଗପୁରରେ ଜିଲ୍ଲାସ୍ତରୀୟ ଅନ୍ତର୍ଜାତୀୟ ମହିଳା ଦିବସ ପାଳିତ

ନବରଙ୍ଗପୁର: ଅନ୍ତର୍ଜାତୀୟ ମହିଳା ଦିବସ ପାଳନ ଅବସରରେ ଜିଲ୍ଲା ପ୍ରଶାସନର ସମାଜ କଲ୍ୟାଣ ବିଭାଗ ପକ୍ଷରୁ ଆଜି(ମଙ୍ଗଳବାର) ନବରଙ୍ଗପୁର ମିଶନ ଶକ୍ତି ସଭା ଗୃହ ଠାରେ ଜିଲ୍ଲାସ୍ତରୀୟ ମହିଳା ଦିବସ ପାଳନ କରାଯାଇଛି । ସମାଜରେ ପୁରୁଷ ମହିଳାଙ୍କ ମଧ୍ୟରେ ସମାନ ଆଣିବା ପାଇଁ ଚଳିତ ବର୍ଷ ଆଲୋଚ୍ୟ ବିଷୟ 'ଆଜିର ଲିଙ୍ଗଗତ ସମାନତା ଆସନ୍ତାକାଲିର ସୁରକ୍ଷା କବଚ' ରଖାଯାଇଛି ।

ନବରଙ୍ଗପୁରରେ ଜିଲ୍ଲାସ୍ତରୀୟ ଅନ୍ତର୍ଜାତୀୟ ମହିଳା ଦିବସ ପାଳିତ, ଲିଙ୍ଗଗତ ସମାନତା ଲକ୍ଷ୍ୟ

ଜିଲ୍ଲାପାଳ ଡଃ କମଳ ଲୋଚନ ମିଶ୍ର, ଆରକ୍ଷୀ ଅଧୀକ୍ଷକ ପି ପୁରୁଷୋତ୍ତମ ଦାସ, ଉପଜିଲ୍ଲାପାଳ ଅକ୍ଷୟ ସୁନୀଲ ଅଗ୍ରୱାଲ ମିଳିତ ଭାବରେ ପ୍ରଦୀପ ପ୍ରଜ୍ଜ୍ବଳନ କରି କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ । ପ୍ରାରମ୍ଭରେ ଜିଲ୍ଲା ସମାଜ କଲ୍ୟାଣ ଅଧିକାରୀ ସ୍ଵର୍ଣ୍ଣଲତା ବିଶ୍ବାସ ମହିଳା ଦିବସର ଉଦେଶ୍ୟ ବିଷୟରେ ଆଲୋକପାତ କରି କହିଲେ ଯେ ଆଜିର ଦିନରେ ସମଗ୍ର ବିଶ୍ବରେ ମହିଳାମାନେ ଏକତ୍ରିତ ହୋଇ ନିଜର ଅଧିକାରକୁ ସାବ୍ୟସ୍ତ କରୁଛନ୍ତି । ମହିଳାମାନେ ଆଗପରି ଅବଳା ନୁହଁନ୍ତି । ପୁରୁଷଙ୍କ ପରି ମହିଳାମାନେ ସମାଜରେ ସବୁ କାର୍ଯ୍ୟ କରିପାରୁଛନ୍ତି ।

ନବରଙ୍ଗପୁରରେ ଜିଲ୍ଲାସ୍ତରୀୟ ଅନ୍ତର୍ଜାତୀୟ ମହିଳା ଦିବସ ପାଳିତ

ଉଦଘାଟନ ଅଭିଭାଷଣରେ ଜିଲ୍ଲାପାଳ ସମାଜରେ ସବୁକ୍ଷେତ୍ରରେ ମହିଳା ମାନଙ୍କର ଭାଗିଦାରିତାକୁ ସୁନିଶ୍ଚିତ କରିବା ସହିତ ଆର୍ଥିକ କ୍ଷେତ୍ରରେ ସ୍ଵାବଲମ୍ବୀ କରିବା ପାଇଁ ଆହ୍ଵାନ ଦେଇଥିଲେ । ଏଥି ସହିତ ପୁରୁଷମାନେ ମହିଳାଙ୍କୁ ପ୍ରତ୍ୟେକ କ୍ଷେତ୍ରରେ ସମ୍ମାନ ଦେଇ କାର୍ଯ୍ୟ କରିଲେ ସମାଜରୁ ବିଷମତା ହଟିବ ବୋଲି ସେ ମତବ୍ୟକ୍ତ କରିଥିଲେ । ଆରକ୍ଷୀ ଅଧୀକ୍ଷକ ପି ପୁରୁଷୋତ୍ତମ ଦାସ ନିଜର ବକ୍ତବ୍ୟରେ ମହିଳାମାନେ ଶିକ୍ଷିତ ହୋଇ ପାରିଲେ ସମାଜରୁ ଅନ୍ଧ ବିଶ୍ବାସ ହଟିବା ସହିତ ବାଲ୍ୟ ବିବାହ ପରି କଳଙ୍କିତ ପ୍ରଥାର ବିଲୋପ ହୋଇପାରିବ ବୋଲି ମତବ୍ୟକ୍ତ କରିଥିଲେ ।

ଉପଜିଲ୍ଲାପାଳ ଅକ୍ଷୟ ସୁନୀଲି ସମାଜରେ ହଜାର ବର୍ଷର ତଳୁ ମହିଳାଙ୍କ ଉପରେ ହେଉଥିବା ଅନ୍ୟାୟକୁ ମହିଳାମାନେ ନୀରବରେ ସହ୍ୟ ନକରି ଏହାର ପ୍ରତିବାଦ କରିବା ପାଇଁ ଆହ୍ଵାନ ଦେବା ସହିତ ସମସ୍ତ ବ୍ୟକ୍ତି ନିଜ ନିଜ ସ୍ତରରେ ପ୍ରତ୍ୟେକ ଦିନକୁ ମହିଳା ଦିବସ ଭାବରେ ପାଳନ କରିବାକୁ ମତବ୍ୟକ୍ତ କରିଥିଲେ । ବକ୍ତା ଭାବରେ ଯୋଗ ଦେଇ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ସୁରେଶ ପଟ୍ଟନାୟକ, ଆକ୍ସନଏଡର ଜିଲ୍ଲା ପରାମର୍ଶଦାତା ଫକୀର ଚରଣ ରାଉତ, ଆଇନଜୀବୀ କିଶୋରି ପଟ୍ଟନାୟକ, ସହାୟକ ସମାଜ କଲ୍ୟାଣ ଅଧିକାରୀ ନରହରି ସିଂ, ନବରଙ୍ଗପୁର ଜିଲ୍ଲାରେ ହେଉଥିବା ବାଲ୍ୟବିବାହର କାରଣ ଓ ନିରାକରଣ ଏବଂ ଡାହାଣୀ ଭାବେ ଚିହ୍ନଟ କରି ହିଂସାରେ ଶିକାର ହେଉଥିବା ମହିଳା ମାନଙ୍କର ସମସ୍ୟାର ବିଭିନ୍ନ ଦିଗ ଉପରେ ଆଲୋକପାତ କରିଥିଲେ ।

ଏହି ଅବସରରେ ଜିଲ୍ଲାରେ ବାଲ୍ୟବିବାହକୁ ରୋକିବା ଓ କିଶୋରୀ ସଶକ୍ତିକରଣ ଦିଗରେ ଉଲ୍ଲେଖନୀୟ ଭାବରେ କାମ କରିଥିବା ଶ୍ରେଷ୍ଠ ବାଲ୍ୟବିବାହ ନିଷେଧ ଅଧିକାରୀ ଭାବରେ ଗୀତା ମହାରଣା, ସୁପର ଭାଇଜର ସଞ୍ଜୁକ୍ତା ବେହେରା, ଅଙ୍ଗନବାଡି କର୍ମୀ ଚନ୍ଦ୍ରମା ମହାରଣା, ସଖୀ- ସରିତା ଗରଡା, ସାହେଳି- ୟୁନିକି ସଖୀନା ହିଆଲ, ସଖା-ସୂତମ ଭତ୍ରା, ମହିଳା ପୋଲିସ, ୱାନଷ୍ଟପ ସେଣ୍ଟରର କର୍ମୀ ଓ କୋଭିଡ ଯୋଦ୍ଧା ମାନଙ୍କୁ ଜିଲ୍ଲାପାଳ ମାନପତ୍ର ସହିତ ଉପଢୌକନ ଦେଇ ସମ୍ମାନିତ କରିଥିଲେ । ଶେଷରେ ସୁପରଭାଇଜର ସସ୍ମିତା ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ ।

ନବରଙ୍ଗପୁରରୁ ତପନ କୁମାର ବିଷୋୟୀ, ଇଟିଭି ଭାରତ

ABOUT THE AUTHOR

...view details