ନବରଙ୍ଗପୁର:ଜିଲ୍ଲା ପାପଡାହାଣ୍ଡି ବ୍ଲକ ପୋଣ୍ଡିକୋଟ ଗ୍ରାମରେ ଅଘଟଣ । ମାଆ କୋଳ ଖାଲି ହୋଇଯାଇଛି । ସାପ କାମୁଡାରେ ଜଣେ ଶିଶୁର ମୃତ୍ୟୁ ହୋଇଛି । ମୃତ ଶିଶୁ ପୋଣ୍ଡିକୋଟ ଗ୍ରାମର ଜଗନ୍ନାଥ ଗୌଡ଼ଙ୍କ ଝିଅ ଲକ୍ଷ୍ମୀ ଗୌଡ଼ ।
ସୂଚନା ଅନୁଯାୟୀ ଜଗନ୍ନାଥ ଗୌଡ଼ ରାତିରେ ନିଜ ପରିବାର ସହ ଘର ଭିତରେ ଶୋଇଥିଲେ । 5ଜଣ ସଦସ୍ୟ ଶୋଇବା ସମୟରେ ରାତ୍ର 1ଘଣ୍ଟା ସମୟରେ ଏକ ବିଷଧର ସାପ ଲକ୍ଷ୍ମୀକୁ କାମୁଡି ପକାଇଥିଲା । ହଠାତ୍ ଜଗନ୍ନାଥଙ୍କ ନିଦ ଭାଙ୍ଗି ଯାଇଥିଲା । ଝିଅକୁ ଦେଖିବାବେଳେ ଲକ୍ଷ୍ମୀଙ୍କ ମୁହଁରୁ ଫେଣ ବାହାରିବା ଦେଖି ପରିବାର ଲୋକଙ୍କୁ ଉଠାଇଥିଲେ । ପରେ ତୁରନ୍ତ 108 ଆମ୍ବୁଲାନ୍ସ ଯୋଗେ ପାପଡାହାଣ୍ଡି ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଆଣି ଭର୍ତ୍ତି କରିଥିଲେ । ହେଲେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।