ରାଇରଙ୍ଗପୁର: କୋଭିଡରେ ଆକ୍ରାନ୍ତ ବ୍ୟକ୍ତିଙ୍କ ମୃତଦେହକୁ ପୋଡିବା ନେଇ ଉତ୍ତେଜନା ପ୍ରକାଶ ପାଇଛି । ମୟୂରଭଞ୍ଜ ଜିଲ୍ଲା କରଞ୍ଜିଆ ଏନଏସିର 13 ନମ୍ବର ୱାର୍ଡରେ ଥିବା ଶ୍ମଶାନ ନିକଟରେ ଉତ୍ତେଜନା ପ୍ରକାଶ ପାଇଥିବା ଦେଖିବାକୁ ମିଳିଛି ।
ସୂଚନାଅନୁସାରେ, ତାଟୋ କୋଭିଡ କେୟାରରେ ଜନୈକ ଆକ୍ରାନ୍ତଙ୍କ ମୃତ୍ୟୁ ପରେ ସ୍ଥାନୀୟ ପ୍ରଶାସନର କିଛି ବ୍ୟକ୍ତି ମୃତକଙ୍କ ସତ୍କାର ପାଇଁ କରଞ୍ଜିଆ 13 ନମ୍ବର ୱାର୍ଡରେ ଥିବା ଶ୍ମଶାନକୁ ଆଣିଥିଲେ । ଏହାକୁ ସେହି ଅଞ୍ଚଳରେ ଶତାଧିକ ଲୋକ ଏକଜୁଟ ହୋଇ ବିରୋଧ କରିଥିଲେ। ପ୍ରଶାସନ ପକ୍ଷରୁ ଏନ୍ୟ ଏକ ସ୍ଥାନ ଚିହ୍ନଟ କରାଯାଇ ସମସ୍ତ କୋଭିଡ ଆକ୍ରାନ୍ତଙ୍କ ମୃତଦେହକୁ ପୋଡିବା ପାଇଁ ଦାବି କରିଛନ୍ତି ସ୍ଥାନିୟ ବାସିନ୍ଦା ।