ଓଡିଶା

odisha

ସ୍କୁଲରେ ନିଆଁ ଲଗାଇଲା ଦୁର୍ବୃତ୍ତ, ଘଟଣାସ୍ଥଳରୁ ଆଧାର କାର୍ଡ ଜବତ

By

Published : May 5, 2021, 8:48 PM IST

ମୟୂରଭଞ୍ଜ ଜିଲ୍ଲା ବାରିପଦା ସହରରେ ଥିବା ଜିଲ୍ଲା ସ୍କୁଲ ଏମ୍.କେ.ସି ଉଚ୍ଚ ବିଦ୍ୟାଳୟରେ ନିଆଁ ଲଗାଇଦେଲେ ଦୁବୃର୍ତ୍ତ । ଅଧିକ ପଢନ୍ତୁ...

ସ୍କୁଲରେ ନିଆଁ ଲଗାଇଲା ଦୁର୍ବୃତ୍ତ, ଘଟଣାସ୍ଥଳରୁ ଆଧାର କାର୍ଡ ଜବତ
ସ୍କୁଲରେ ନିଆଁ ଲଗାଇଲା ଦୁର୍ବୃତ୍ତ, ଘଟଣାସ୍ଥଳରୁ ଆଧାର କାର୍ଡ ଜବତସ୍କୁଲରେ ନିଆଁ ଲଗାଇଲା ଦୁର୍ବୃତ୍ତ, ଘଟଣାସ୍ଥଳରୁ ସ୍କୁଲରେ ନିଆଁ ଲଗାଇଲା ଦୁର୍ବୃତ୍ତ, ଘଟଣାସ୍ଥଳରୁ ଆଧାର କାର୍ଡ ଜବତଆଧାର କାର୍ଡ ଜବତ

ବାରିପଦା : ମୟୂରଭଞ୍ଜ ଜିଲ୍ଲା ବାରିପଦା ସହରରେ ଥିବା ଜିଲ୍ଲା ସ୍କୁଲ ଏମ୍.କେ.ସି ଉଚ୍ଚ ବିଦ୍ୟାଳୟରେ ନିଆଁ ଲଗାଇଦେଲେ ଦୁବୃର୍ତ୍ତ । ଫଳରେ ବିଦ୍ୟାଳୟର ମୁଖ୍ୟ କାର୍ଯ୍ୟାଳୟ କୋଠରୀ ସହିତ ପ୍ରଧାନଶିକ୍ଷକଙ୍କ କାର୍ଯ୍ୟାଳୟ ଜଳିଯାଇଥିବା ସୂଚନା ମିଳିଛି । କୌଣସି ଦୁର୍ବୃତ୍ତ କିରାସିନି ଢାଳି ନିଆଁ ଲଗାଇଥିବା ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି । ଭାରପ୍ରାପ୍ତ ପ୍ରଧାନଶିକ୍ଷକ ଘଟଣା ସମ୍ପର୍କରେ ସୂଚନା ଦେଇଛନ୍ତି ।

ସ୍କୁଲରେ ନିଆଁ ଲଗାଇଲା ଦୁର୍ବୃତ୍ତ, ଘଟଣାସ୍ଥଳରୁ ଆଧାର କାର୍ଡ ଜବତ

ଘଟଣାସ୍ଥଳରୁ ଦିଆସିଲି ଓ ଏକ ଆଧାର କାର୍ଡ ଜବତ ହୋଇଛି । ଉକ୍ତ ଆଧାର କାର୍ଡ ନିଆଁ ଲଗାଇବାକୁ ଆସିଥିବା ଦୁର୍ବୃତ୍ତର ହୋଇପାରେ ବୋଲି ସନ୍ଦେହ କରାଯାଉଛି । ସକାଳୁ ବିଦ୍ୟାଳୟ ଖୋଲିବାକୁ ଆସିଥିବା କର୍ମଚାରୀ ନିଆଁ ଲାଗିଥିବା ଦେଖିବାକୁ ପାଇଥିଲେ । ଏହାପରେ ସଙ୍ଗେସଙ୍ଗେ ଏ ସମ୍ପର୍କରେ ପ୍ରଧାନଶିକ୍ଷକଙ୍କୁ ଅବଗତ କରାଇଥିଲେ କର୍ମଚାରୀ । ଘଟଣା ସମ୍ପର୍କରେ ବାରିପଦା ଅଗ୍ନିଶମ ବିଭାଗ ଖବର ପାଇ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଛି । ପ୍ରଧାନଶିକ୍ଷକଙ୍କ କାର୍ଯ୍ୟାଳୟରେ ଥିବା ବହୁ ଜରୁରୀ କାଗଜପତ୍ର ପୋଡ଼ି ନଷ୍ଟ ହୋଇଯାଇଥିବା ଜଣାପଡ଼ିଛି ।

ମୟୂରଭଞ୍ଜରୁ ମୃତ୍ୟୁଞ୍ଜୟ ସେନାପତି, ଇଟିଭି ଭାରତ

ABOUT THE AUTHOR

...view details