ରାଇରଙ୍ଗପୁର:ବାଲେଶ୍ବରରେ ଗଣମାଧ୍ୟମ ପ୍ରତିନିଧିଙ୍କ ଗୋଡରେ ନୀଳଗିରି ପୋଲିସ ବେଡି ପକାଇବା ଘଟଣାରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବି କଲା ରାଇରଙ୍ଗପୁର ପ୍ରେସ କ୍ଲବ । ରାଇରଙ୍ଗପୁର ଉପ-ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ରାଇରଙ୍ଗପୁର ଉପଖଣ୍ଡର କାର୍ଯ୍ୟରତ ସାମ୍ବାଦିକମାନେ ଏକାଠି ହୋଇ ଏହି ଘଟଣାକୁ ତୀବ୍ର ନିନ୍ଦା କରିଛନ୍ତି ।
ଜଣେ କାର୍ଯ୍ୟରତ ସାମ୍ବାଦିକଙ୍କ ମାନବିକ ଅଧିକାର ଉଲ୍ଲଙ୍ଘନ କରାଯାଇଛି । ନୀଳଗିରି ପୋଲିସ ଅତ୍ୟାଚାରର ସୀମା ଅତିକ୍ରମ କରିଛି, ଯାହାକି ସାରା ରାଜ୍ୟର ପୋଲିସ ବିଭାଗକୁ ଲଜ୍ଜିତ ହେବାକୁ ପଡ଼ିଛି । ଲୋକନାଥ ଦଳେଇଙ୍କୁ ଶାରିରୀକ, ମାନସିକ ନିର୍ଯ୍ୟାତନା ଦେବା ଘଟଣାରେ ସରକାର ତଦନ୍ତ କରି ଦୋଷୀ ପୋଲିସ ଅଧିକାରୀଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସଂଘ ଦାବି କରିଛି । ତାସହ ଓଡ଼ିଶାରେ ମହାରାଷ୍ଟ୍ର ସରକାରଙ୍କ ଭଳି ସାମ୍ବାଦିକ ସୁରକ୍ଷା ବିଲ୍ ପାରିତ କରିବା ପାଇଁ ଦାବି କରାଯାଇଛି ।