ଓଡିଶା

odisha

ନିଖୋଜ ମହିଳାଙ୍କ ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ

By

Published : Jul 19, 2021, 5:12 PM IST

ମୟୂରଭଞ୍ଜ ଜିଲ୍ଲା କରଞ୍ଜିଆ ଥାନା ଅନ୍ତର୍ଗତ ହାତିବାରୀ ଗ୍ରାମ କଲୋନୀ ସାହି ନାଳ ନିକଟରୁ ଏକ ମହିଳାଙ୍କ ମୃତ ଦେହ ଉଦ୍ଧାର କରାଯାଇଛି। ଏହା ଏକ ସୁପରିକଳ୍ପିତ ହତ୍ୟାକାଣ୍ଡ ବୋଲି ପୋଲିସ ଅନୁମାନ କରୁଛି। ଅଧିକ ପଢନ୍ତୁ...

ନିଖୋଜ ମହିଳାଙ୍କ ମୃତ ଦେହ ଉଦ୍ଧାର, ହତ୍ୟା ସନ୍ଦେହ
ନିଖୋଜ ମହିଳାଙ୍କ ମୃତ ଦେହ ଉଦ୍ଧାର, ହତ୍ୟା ସନ୍ଦେହ

ରାଇରଙ୍ଗପୁର: ମୟୂରଭଞ୍ଜ ଜିଲ୍ଲା କରଞ୍ଜିଆ ଥାନା ଅନ୍ତର୍ଗତ ହାତିବାରୀ ଗ୍ରାମ କଲୋନୀ ସାହି ନାଳ ନିକଟରୁ ଏକ ମହିଳାଙ୍କ ମୃତଦେହ ଉଦ୍ଧାର କରାଯାଇଛି। ମୃତ ମହିଳା ଜଣକ କଲୋନୀ ସାହିର ମାନିନୀ ନାୟକ (34) ବୋଲି ଜଣା ପଡିଛି। ଗତ ଶୁକ୍ରବାର ସନ୍ଧ୍ୟାରୁ ମହିଳା ଜଣଙ୍କ ନିଖୋଜ ଥିବା ବେଳେ ମହିଳାଙ୍କ ସ୍ୱାମୀ ବାଦଲ କୁମାର ନାୟକ ନିଜ ସ୍ତ୍ରୀକୁ ଖୋଜାଖୋଜି କରୁଥିବା ସାହି ଲୋକେ ପ୍ରକାଶ କରିଛନ୍ତି।

ତେବେ ଆଜି(ସୋମବାର) ସକାଳୁ ଗ୍ରାମର କିଛି ଲୋକ ନାଳକୁ ଶୌଚ ପାଇଁ ଯାଇଥିବା ବେଳେ ମୃତ ମହିଳାଙ୍କ ମୃତଦେହ ଦେଖି ସ୍ୱାମୀ ବାଦଲଙ୍କୁ ଜଣାଇଥିଲେ। ପରେ ବାଦଲ ନିଜ ସ୍ତ୍ରୀକୁ ଏପରି ଅବସ୍ଥାରେ ଦେଖି କରଞ୍ଜିଆ ଥାନା ପୋଲିସକୁ ଖବର ଦେଇଥିଲେ । ଖବର ପାଇ କରଞ୍ଜିଆ ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ଘଟଣାର ଛାନଭିନ ଆରମ୍ଭ କରିବା ସହିତ ମୃତହେଦ ବ୍ୟବଚ୍ଛେଦ ନିମନ୍ତେ କରଞ୍ଜିଆ ଉପଖଣ୍ଡ ଚିକିତ୍ସାଳୟକୁ ପଠାଇଥିବା ସୂଚନା ମିଳିଛି। ଏହା ଏକ ସୁପରିକଳ୍ପିତ ହତ୍ୟାକାଣ୍ଡ ବୋଲି ପୋଲିସ ଅନୁମାନ କରୁଛି।

ରାଇରଙ୍ଗପୁରରୁ ସଞ୍ଜୟ କୁମାର ପରିଡା, ଇଟିଭି ଭାରତ

ABOUT THE AUTHOR

...view details