ଓଡିଶା

odisha

11କେଭି ବିଦ୍ୟୁତ ତାର ଛିଣ୍ଡି ଅଗ୍ନିକାଣ୍ଡ

By

Published : Aug 4, 2019, 5:55 AM IST

ମୟୂରଭଞ୍ଜ ଅସ୍ତିଆ ନରୁସାହିରେ ଶନିବାର ସନ୍ଧ୍ୟାରେ 11 କେଭି ବିଦ୍ୟୁତ ତାର ଛିଣ୍ଡି ଅଗ୍ନିକାଣ୍ଡ ଘଟିଛି ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ମୟୂରଭଞ୍ଜ

ମୟୂରଭଞ୍ଜ: ଜିଲ୍ଲାର ଅସ୍ତିଆ ନରୁସାହିରେ ଶନିବାର ସନ୍ଧ୍ୟାରେ 11 କେଭି ବିଦ୍ୟୁତ ତାର ଛିଣ୍ଡି ଅଗ୍ନିକାଣ୍ଡ ଘଟିଛି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ମୟୂରଭଞ୍ଜ

ନିଶାମଣି ମହାନ୍ତଙ୍କ ଘର ଉପରେ 11 କେଭି ବିଦ୍ୟୁତ ତାର ଛିଣ୍ଡି ପଡିବାରୁ ଘରଟି ସମ୍ପୂର୍ଣ୍ଣ ଭାବେ ଜଳି ପୋଡି ପାଉଁଶ ହୋଇଯାଇଛି । ତେବେ ନିଶାମଣିଙ୍କ ଘର ଭିତରେ ଥିବା ସମସ୍ତ ଆସବାବପତ୍ର ଜଳି ଯାଇଛି । ବିଦ୍ୟୁତ ତାର ଛିଣ୍ଡି ପଡିବାର ଅଧଘଣ୍ଟାରୁ ଊର୍ଦ୍ଧ୍ବ ସମୟ ପରେ ବିଦ୍ୟୁତ ବିଭାଗ ଓ ଅଗ୍ନିଶମ ବିଭାଗ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲା ।

ଅଗ୍ନିଶମ ବିଭାଗ ପହଞ୍ଚିବା ବେଳକୁ ଘରଟି ସମ୍ପୂର୍ଣ୍ଣ ଭାବେ ଜଳି ପୋଡି ପାଉଁଶ ହୋଇଯାଇଥିଲା । ବିଦ୍ୟୁତ ବିଭାଗର ଅବହେଳା ପାଇଁ ଅଗ୍ନିକାଣ୍ଡ ଘଟିଥିବା ଲୋକେ ଅଭିଯୋଗ କରିଛନ୍ତି । ଅନ୍ୟପଟେ ଅସହାୟ ନିଶାମଣିଙ୍କୁ ସରକାରୀ ସାହାଯ୍ୟ ଯୋଗାଇ ଦେବାକୁ ଦାବି କରିଛନ୍ତି ଅଞ୍ଚଳବାସୀ ।


ମୟୂରଭଞ୍ଜରୁ ମୃତ୍ୟୁଞ୍ଜୟ ସେନାପତି, ଇଟିଭି ଭାରତ

ABOUT THE AUTHOR

...view details