ଓଡିଶା

odisha

ଲାଞ୍ଚ ନେଇ ବନ୍ଧା ହେଲେ ଉଦ୍ୟାନ କ୍ଷେତ୍ର ସଂପ୍ରସାରଣ ଅଧିକାରୀ

By

Published : Sep 11, 2020, 10:42 PM IST

ମୟୂରଭଞ୍ଜ ଜିଲ୍ଲା ସୁକୃଳି ବ୍ଲକ ଉଦ୍ୟାନ ବିଭାଗ ଦାୟିତ୍ବରେ ଥିବା କ୍ଷେତ୍ର ସଂପ୍ରସାରଣ ଅଧିକାରୀ ମନୋଜ ସାହୁ ଶୁକ୍ରବାର ମୟୁରଭଞ୍ଜ ଭିଜିଲାନ୍ସ ବିଭାଗ ଦ୍ବାରା ଗିରଫ ହୋଇଛନ୍ତି ।

Vigilance trap
ଲାଞ୍ଚ ନେଇ ବନ୍ଧା ହେଲେ ଉଦ୍ୟାନ କ୍ଷେତ୍ର ସଂପ୍ରସାରଣ ଅଧିକାରୀ

ରାଇରଙ୍ଗପୁର: ଲାଞ୍ଚ ନେବାବେଳେ ଭିଜିଲାନ୍ସ ଜାଲରେ ଧରାପଡିଲେ ଉଦ୍ୟାନ କ୍ଷେତ୍ର ସଂପ୍ରସାରଣ ଅଧିକାରୀ। ମୟୂରଭଞ୍ଜ ଜିଲ୍ଲା ସୁକୃଳି ବ୍ଲକ ଉଦ୍ୟାନ ବିଭାଗ ଦାୟିତ୍ବରେ ଥିବା କ୍ଷେତ୍ର ସଂପ୍ରସାରଣ ଅଧିକାରୀ ମନୋଜ ସାହୁ ଶୁକ୍ରବାର ମୟୁରଭଞ୍ଜ ଭିଜିଲାନ୍ସ ବିଭାଗ ଦ୍ବାରା ଗିରଫ ହୋଇଛନ୍ତି ।

ଭିଜିଲାନ୍ସ ଜାଲରେ ଧରାପଡିଲେ ଉଦ୍ୟାନ କ୍ଷେତ୍ର ସଂପ୍ରସାରଣ ଅଧିକାରୀ

ଉଦ୍ୟାନ ସାଥି ଚନ୍ଦ୍ର ବୈପାଇଙ୍କ ପାଖରୁ 6,500 ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରାପଡିଛନ୍ତି ମନୋଜ। ମନରେଗା ବିଲ ପାସ୍ କରାଇବା ପାଇଁ ଲାଞ୍ଚ ଟଙ୍କା ନେଉଥିବା ସୂଚନା ଦେଇଛନ୍ତି ଭିଜିଲାନ୍ସ ଏସପି ଶରତ ମହାପାତ୍ର । ମନୋଜ ସାହୁଙ୍କୁ ଗିରଫ କରି ଜିଲ୍ଲା କାର୍ଯ୍ୟାଳୟକୁ ନେଇ ଯାଇଥିବା ସୂଚନା ମିଳିଛି ।

ରାଇରଙ୍ଗପୁରରୁ ସଞ୍ଜୟ କୁମାର ପରିଡା, ଇଟିଭି ଭାରତ

For All Latest Updates

ABOUT THE AUTHOR

...view details