ଓଡିଶା

odisha

ବନ୍ଦ କୋଠରୀରୁ ଯୁବକଙ୍କ ରକ୍ତ ଜୁଡୁବୁଡୁ ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ

By

Published : Jan 28, 2020, 5:26 PM IST

ମୟୂରଭଞ୍ଜ ଜିଲ୍ଲା ବାଙ୍ଗରିପୋଷି ଥାନା ବୁଢାମରା ଗାଁରେ ବନ୍ଦ କୋଠରୀରୁ ଯୁବକଙ୍କ ରକ୍ତ ଜୁଡୁବୁଡୁ ମୃତଦେହ ଉଦ୍ଧାର । ଅଧିକ ପଢନ୍ତୁ...

Dead body rescue in mayurbhanj
ବନ୍ଦ କୋଠରୀରୁ ଯୁବକଙ୍କ ମୃତଦେହ ଉଦ୍ଧାର

ବାରିପଦା: ବନ୍ଦ କୋଠରୀ ଭିତରୁ ଯୁବକଙ୍କ ରକ୍ତ ଜୁଡୁବୁଡୁ ମୃତଦେହ ଉଦ୍ଧାର । ମୃତକ ହେଲେ ମୟୂରଭଞ୍ଜ ଜିଲ୍ଲା ବାଙ୍ଗିରିପୋଷି ଥାନା ଅନ୍ତର୍ଗତ ବୁଢାମରା ଗାଁର ଗୁରା ସିଂ।

ବନ୍ଦ କୋଠରୀରୁ ଯୁବକଙ୍କ ମୃତଦେହ ଉଦ୍ଧାର

ସୂଚନାମୁତାବକ, ମୃତକଙ୍କ ଭଉଣୀ ବନ୍ଦ କୋଠରୀର କବାଟ ଖୋଲି ଦେଖିଲା ବେଳକୁ ଗୁରା ସିଂ ରକ୍ତ ଜୁଡୁବୁଡୁ ଅବସ୍ଥାରେ ତଳେ ପଡିଥିଲେ। ଏହାପରେ ସେ ପୋଲିସକୁ ଖବର ଦେଇଥିଲେ। ପ୍ରାଥମିକ ତଦନ୍ତରୁ ଯୁବକଙ୍କୁ କୌଣସି ଧାରୁଆ ଅସ୍ତ୍ରରେ ଗଳା କାଟି ହତ୍ୟା କରାଯାଇଛି ବୋଲି ସନ୍ଦେହ କରୁଛି ପୋଲିସ।

ଘଟଣାସ୍ଥଳରୁ ପୋଲିସ କିଛି ଧାରୁଆ ମାରଣାସ୍ତ୍ର ଜବତ କରିଥିବାବେଳେ, ସାଇଣ୍ଟିଫିକ ଟିମ ଦ୍ବାରା ଅଧିକ ତଦନ୍ତ ଜାରି ରଖିଛି । ଅନ୍ୟପଟେ ମୃତ ଦେହକୁ ବ୍ୟବଚ୍ଛେଦ ପାଇଁ ବାରିପଦା ପଣ୍ଡିତ ରଘୁନାଥ ମୁର୍ମୁ ମେଡିକାଲ କଲେଜକୁ ପଠାଇଛି।

ମୟୂରଭଞ୍ଜରୁ ମୃତ୍ୟୁଞ୍ଜୟ ସେନାପତି, ଇଟିଭି ଭାରତ

ABOUT THE AUTHOR

...view details