ଓଡିଶା

odisha

ରାଇରଙ୍ଗପୁର ଗସ୍ତରେ ଭୁବନେଶ୍ବର ସାଂସଦ, ବିଭିନ୍ନ କାର୍ଯ୍ୟକ୍ରମରେ ହେଲେ ସାମିଲ

By

Published : Dec 19, 2022, 11:58 AM IST

ଭୁବନେଶ୍ବର ସାଂସଦ ଅପରାଜିତା ଷଡଙ୍ଗୀ ରାଇରଙ୍ଗପୁର ଗସ୍ତ କରିଛନ୍ତି । ସେଠାରେ ଏକାଧିକ କାର୍ଯ୍ୟକ୍ରମରେ ସାମିଲ ହୋଇଛନ୍ତି । ଅଧିକ ପଢନ୍ତୁ

ସାଂସଦ ଅପରାଜିତା ଷଡଙ୍ଗୀଙ୍କ ରାଇରଙ୍ଗପୁର ଗସ୍ତ
ସାଂସଦ ଅପରାଜିତା ଷଡଙ୍ଗୀଙ୍କ ରାଇରଙ୍ଗପୁର ଗସ୍ତ

ସାଂସଦ ଅପରାଜିତା ଷଡଙ୍ଗୀଙ୍କ ରାଇରଙ୍ଗପୁର ଗସ୍ତ

ରାଇରଙ୍ଗପୁର:ବିଜେପି ରାଷ୍ଟ୍ରୀୟ ପ୍ରବକ୍ତା ତଥା ଭୁବନେଶ୍ବର ସାଂସଦ ଅପରାଜିତା ଷଡଙ୍ଗୀ ରାଇରଙ୍ଗପୁର ଗସ୍ତ କରିଛନ୍ତି । ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଗ୍ରାମ ସହ ଉପଖଣ୍ଡରେ ଅନୁଷ୍ଠିତ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗ ଦେଇଛନ୍ତି ସାଂସଦ ଅପରାଜିତା ଷଡଙ୍କୀ । ରାଇରଙ୍ଗପୁର ଆସି ଖୁସିବ୍ୟକ୍ତ କରିଛନ୍ତି ସାଂସଦ ।

ତେବେ ଆସନ୍ତା ୨୦୨୪ ସାଧାରଣ ନିର୍ବାଚନ ପରିପ୍ରେକ୍ଷୀରେ ବିଭିନ୍ନ ରାଜନୈତିକ ଦଳ ଗୁଡିକ ପ୍ରସ୍ତୁତ ଆରମ୍ଭ କରିଛନ୍ତି । ବିଜେପି ରାଷ୍ଟ୍ରୀୟ ପ୍ରବକ୍ତା ତଥା ଭୁବନେଶ୍ବର ସାଂସଦ ଅପରାଜିତା ଷଡ଼ଙ୍ଗୀ ମୟୂରଭଞ୍ଜ ଗସ୍ତ ଅବସରରେ ପ୍ରଥମେ ଠାକୁରମୁଣ୍ଡା ବ୍ଲକ ସହିତ କରଞ୍ଜିଆ, ଯଶିପୁର, କୁସୁମୀ ବ୍ଲକ, ରାଇରଙ୍ଗପୁର, ବିଜାତଳା, ବିଶୋଇ ବ୍ଲକ ଦେଇ ବାଙ୍ଗରିପୋଷୀ ବ୍ଲକ ଅଭିମୁଖେ ଯାତ୍ରା କରିଥିଲେ। ଗତକାଲି (ରବିବାର) କୁସୁମୀ ବ୍ଲକ ସ୍ଥିତ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଶଶ୍ବୁର ଘର ଗ୍ରାମ ପାହାଡ଼ପୁରରେ ପହଞ୍ଚି ଏସଏଲଏସ ଆବାସିକ ବିଦ୍ୟାଳୟକୁ ଯାଇଥିଲେ । ସେଠାରୁ ସେ ସିଧାସଳଖ ହାଟବାଦଡା ବିଦ୍ୟାଳୟରେ ପାଳିତ ହେଉଥିବା ପ୍ଲାଟିନମ ଜୁବୁଲି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ ।

ଏହା ବି ପଢନ୍ତୁ....ଯୋଧପୁର ସିଲିଣ୍ଡର ବିସ୍ଫୋରଣ: ମୃତ୍ୟୁ ସଂଖ୍ୟା 35କୁ ବୃଦ୍ଧି, ମୃତକଙ୍କ ପରିବାରକୁ 17 ଲକ୍ଷ ସହାୟତା

ପରେ ସନ୍ଧ୍ୟାରେ ରାଇରଙ୍ଗପୁର ସହରରେ ପହଞ୍ଚି ମାରୱାଡି ସମାଜର ଉତ୍କଳ ପ୍ରାନ୍ତୀୟ ବସନ୍ତ ମହତ୍ସୋବ ଓ ନାରାୟଣୀ ନମଃ ନମଃ ଭଜନ ଉତ୍ସବର ୨୫ତମ ରୌପ୍ୟ ଜୟନ୍ତୀ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ । କୁସୁମୀ ବ୍ଲକ ଅନ୍ତର୍ଗତ ପାହାଡପୁର ସମେତ ହାଟବାଦଡା ଓ ରାଇରଙ୍ଗପୁର ସହରରେ ସାଂସଦ ଅପରାଜିତା ଷଡଙ୍ଗୀକୁ ବିପୁଳ ଭାବେ ସ୍ବାଗତ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା । ବିଜେପି ନେତା ନବୀନ ରାମ, ବିକାଶ ମହାନ୍ତ ସମେତ ବହୁ ପୁରୁଷ ମହିଳା ନେତା ଓ କର୍ମୀ ସମେତ ସହରର ମାରୱାଡ଼ି ସମାଜ ତରଫରୁ ପୁଷ୍ପ ଗୁଚ୍ଛ ଦେଇ ସାଂସଦଙ୍କୁ ସ୍ବାଗତ କରାଯାଇଥିଲା । ଏହା ସହ ଗୋଲେଇ ପାଖରୁ ବସନ୍ତ ଉତ୍ସବ ସଭା ପର୍ଯ୍ୟନ୍ତ ବାଦ୍ୟ ବଜାଇ ପଦଯାତ୍ରା କରିଥିଲେ। ଶେଷରେ ବିଜାତଳା, ବିଶୋଇ ଦେଇ ବାଙ୍ଗରିପୋଷୀ, ଝାରପୋଖରିଆ ଅଭିମୁଖେ ଯାତ୍ରା କରିଥିଲେ ସାଂସଦ ଅପରାଜିତା ଷଡଙ୍ଗୀ ।

ଇଟିଭି ଭାରତ, ମୟୂରଭଞ୍ଜ

ABOUT THE AUTHOR

...view details