ଓଡିଶା

odisha

ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ସ୍ବାମୀଙ୍କ ନବମ ଶ୍ରାଦ୍ଧବାର୍ଷିକୀ ପାଳନ

By

Published : Aug 1, 2023, 10:29 PM IST

ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ସ୍ବାମୀ ସ୍ବର୍ଗତ ଶ୍ୟାମ ଚରଣ ମୁର୍ମୁଙ୍କ ନବମ ଶ୍ରାଦ୍ଧବାର୍ଷିକୀ ପାଳିତ ହୋଇଯାଇଛି । ମୟୂରଭଞ୍ଜ ଜିଲ୍ଲା କୁସୁମୀ ବ୍ଲକ ଅନ୍ତର୍ଗତ ପାହାଡପୁର ଗ୍ରାମ ସ୍ଥିତ ଏସଏଲଏସ ସ୍ମାରକୀ ଆବାସିକ ବିଦ୍ୟାଳୟ ପରିସରରେ ଶ୍ୟାମ ଚରଣ ମୁର୍ମୁଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପ ମାଲ୍ୟର୍ପଣ ଅର୍ପଣ ସହିତ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଛି । ଅଧିକ ପଢ଼ନ୍ତୁ

9th death anniversary of shyamcharan murmu
ଶ୍ୟାମ ଚରଣ ମୁର୍ମୁଙ୍କ ନବମ ଶ୍ରାଦ୍ଧ ବାର୍ଷିକୀ ପାଳନ

ଶ୍ୟାମ ଚରଣ ମୁର୍ମୁଙ୍କ ନବମ ଶ୍ରାଦ୍ଧ ବାର୍ଷିକୀ ପାଳନ

ରାଇରଙ୍ଗପୁର:ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ସ୍ବାମୀ ସ୍ବର୍ଗତ ଶ୍ୟାମ ଚରଣ ମୁର୍ମୁଙ୍କ ନବମ ଶ୍ରାଦ୍ଧବାର୍ଷିକୀ ପାଳିତ ହୋଇଯାଇଛି । ମୟୂରଭଞ୍ଜ ଜିଲ୍ଲା କୁସୁମୀ ବ୍ଲକ ଅନ୍ତର୍ଗତ ପାହାଡପୁର ଗ୍ରାମ ସ୍ଥିତ ଏସଏଲଏସ ସ୍ମାରକୀ ଆବାସିକ ବିଦ୍ୟାଳୟ ପରିସରରେ ରାଷ୍ଟ୍ରପତିଙ୍କ ସ୍ବାମୀଙ୍କ ଶ୍ରାଦ୍ଧ ଦିବସ ପାଳନ କରାଯାଇଛି । ସ୍ବାମୀ ଓ ଦୁଇ ପୁତ୍ରଙ୍କ ଅକାଳ ବିୟୋଗ ପରେ ନିଜ ସମ୍ପତ୍ତି ଦାନ କରି ସେମାନଙ୍କ ସ୍ମୃତିରେ କୁସୁମୀ ବ୍ଲକ ଅନ୍ତର୍ଗତ ନିଜ ଶ୍ବଶୁର ଘର ଗ୍ରାମ ପାହାଡ଼ପୁର ଠାରେ ଏସଏଲଏସ ସ୍ମାରକୀ ଆବାସିକ ବିଦ୍ୟାଳୟ ସ୍ଥାପିତ କରିଥିଲେ ଦ୍ରୌପଦୀ ମୁର୍ମୁ । ଛାତ୍ରଛାତ୍ରୀ ଏବଂ ବିଶିଷ୍ଟ ବ୍ୟକ୍ତିଙ୍କ ଗହଣରେ ଶ୍ୟାମ ଚରଣ ମୁର୍ମୁଙ୍କୁ ଶ୍ରଦ୍ଧାଞ୍ଜଳୀ ଦିଆଯାଇଛି ।

ପ୍ରତ୍ୟେକ ବର୍ଷ ପରି‌ ଚଳିତ ବର୍ଷ ମଧ୍ୟ ଆଜିର ଦିନରେ ଏସଏଲଏସ ସ୍ମାରକୀ ଆବାସିକ ସ୍କୁଲ ପରିସରରେ ଦ୍ରୌପଦୀ ମୁର୍ମୁଙ୍କ ସ୍ବାମୀ ଶ୍ୟାମ ଚରଣ ମୁର୍ମୁଙ୍କ ନବମ ଶ୍ରାଦ୍ଧ ବାର୍ଷିକୀ ପାଳନ କରାଯାଇଛି । ସ୍ବର୍ଗତ ଶ୍ୟାମ ଚରଣଙ୍କ ଶ୍ରାଦ୍ଧ ଦିବସ ଅବସରରେ ବିଦ୍ୟାଳୟର ସମସ୍ତ ଛାତ୍ରଛାତ୍ରୀ, ଶିକ୍ଷକ, ଶିକ୍ଷୟିତ୍ରୀ, ପ୍ରଧାନଶିକ୍ଷକ, ଏସଏଲଏସ ଟ୍ରଷ୍ଟ ବୋର୍ଡର ଉପସଭାପତି ମୁନା ପ୍ରତିହାରୀ ଓ ଦ୍ରୌପଦୀ ମୁର୍ମୁଙ୍କ ସାନଭାଇ ତରଣୀସେନ ଟୁଡୁଙ୍କ ସମେତ ଗ୍ରାମବାସୀ ମଧ୍ୟ ଉପସ୍ଥିତ ଥିଲେ । ପ୍ରଥମେ ସ୍କୁଲ ପରିସରରେ ଥ‌ିବା ସ୍ବର୍ଗତ ଶ୍ୟାମ ଚରଣ ମୁର୍ମୁଙ୍କ ପ୍ରତିମୂର୍ତ୍ତିରେ ଆଦିବାସୀ ରୀତିନୀତି ଅନୁସାରେ ପୂଜାର୍ଚ୍ଚନା ସହିତ ଧୂପ ଦୀପ ପ୍ରଜ୍ବଳନ କରି ପୁଷ୍ପ ମାଲ୍ୟର୍ପଣ ଅର୍ପଣ ସହିତ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରା ଯାଇଥିଲା । ସେଠାରେ ସ୍ବର୍ଗତ ମୁର୍ମୁଙ୍କ ଅମର ଆତ୍ମା ଶାନ୍ତି ନିମନ୍ତେ ନିରବ ପ୍ରାର୍ଥନା ମଧ୍ୟ କରାଯାଇଥିଲା। ପରେ ବିଦ୍ୟାଳୟର ସମସ୍ତ ଛାତ୍ରଛାତ୍ରୀ, ଶିକ୍ଷକ, ଶିକ୍ଷୟିତ୍ରୀଙ୍କ ସହିତ ଅନ୍ୟ ଅତିଥି ମାନେ ପାହାଡ଼ପୁର ଗ୍ରାମର ମୁର୍ମୁ ଛକରେ ଥ‌ିବା ସ୍ବର୍ଗତ ମୁର୍ମୁଙ୍କ ପ୍ରତିମୂର୍ତ୍ତିରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରି ତାଙ୍କ ସ୍ମୃତିଚାରଣ କରିଥିଲେ ।

ଏହା ମଧ୍ୟ ପଢ଼ନ୍ତୁ:ଝଙ୍କଡ଼ବାସୀନି ମା‘ ଶାରଳା ମନ୍ଦିର ପରିଦର୍ଶନରେ ଆସିବେ ରାଷ୍ଟ୍ରପତି !

ଏନେଇ ରାଷ୍ଟ୍ରପତିଙ୍କ ଭାଇ କହିଛନ୍ତି, "ଦ୍ରୌପଦୀ ମୁର୍ମୁ ଝାଡ଼ଖଣ୍ଡ ରାଜ୍ୟର ରାଜ୍ୟପାଳ ଥ‌ିବା ସମୟରେ ସ୍ବାମୀ ଶ୍ୟାମ ଚରଣ ମୁର୍ମୁଙ୍କ ଶ୍ରାଦ୍ଧ ବାର୍ଷିକୀରେ ପାହାଡପୁର ଗ୍ରାମକୁ ଆସୁଥିଲେ । କିନ୍ତୁ ରାଷ୍ଟ୍ରପତି ହେବା ପରେ ପ୍ରୋଟୋକଲ ଦୃଷ୍ଟିରୁ ଗତବର୍ଷ ଓ ଚଳିତ ବର୍ଷ ଆସି ପାରିନଥଲେ । ହେଲେ ଦ୍ରୌପଦୀ ମୁର୍ମୁଙ୍କ ସହିତ ଅତି ଘନିଷ୍ଠ ଥିବା ତଥା ଏସଏଲଏସ ଟ୍ରଷ୍ଟ ବୋର୍ଡର ଉପସଭାପତି ମୁନା ପ୍ରତିହାରୀଙ୍କୁ ଶ୍ରାଦ୍ଧ ବାର୍ଷିକୀ ପାଳନ କରାଯିବା ନେଇ ରାଷ୍ଟ୍ରପତି ସମସ୍ତ ଦାୟିତ୍ବ ପ୍ରଦାନ କରିଛନ୍ତି ।"

ଏହି ପରିପ୍ରେକ୍ଷୀରେ ନାବାର୍ଡ ପକ୍ଷରୁ ଗ୍ରାମବାସୀଙ୍କୁ ନେଇ ସ୍କୁଲ ମଧ୍ୟରେ ଏକ ସଭାର ଆୟୋଜନ କରାଯାଇଥିଲା । ସମସ୍ତ ପ୍ରକାର ସହାୟତା ଯୋଗାଇ ଦିଆଯିବା ସହିତ ଛତୁ ଚାଷ କରି କିପରି ମହିଳା ମାନେ ସ୍ବାବଲମ୍ବୀ ହୋଇ ପାରିବେ ସେନେଇ ଆଲୋଚନା କରାଯାଇଥିଲା । ଆୟୋଜିତ କାର୍ଯ୍ୟକ୍ରମରେ ନାବାର୍ଡର ଉଚ୍ଚ ପଦସ୍ଥ ଅଧିକାରୀ, ରାଇରଙ୍ଗପୁର ବିଧାୟକ ନବ ଚରଣ ମାଝୀ, ଯଶିପୁର ବିଧାୟକ ଗଣେଶ ରାମସିଂ ଖୁଣ୍ଟିଆଙ୍କ ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଯୋଗଦାନ କରିଥିଲେ ।


ଇଟିଭି ଭାରତ, ରାଇରଙ୍ଗପୁର

For All Latest Updates

ABOUT THE AUTHOR

...view details