ଓଡିଶା

odisha

କୋରୋନାରୁ ବର୍ତ୍ତିବା ପାଇଁ ପିଲାଙ୍କୁ ଦିଆଯାଉଛି ସଲପ ମଦ

By

Published : Jul 21, 2020, 10:57 AM IST

କୋରୋନାକୁ ନେଇ ମାଲକାନଗିରିରେ ଅଭାବନୀୟ ଘଟଣା । କୋରୋନା ଆକ୍ରାନ୍ତ ହେବା ପୂର୍ବରୁ ପିଲାଙ୍କୁ ପିଆଇଲେ ସଲପ ମଦ । ଅଧିକ ପଢନ୍ତୁ...

କୋରୋନା ନ ହେବା ପାଇଁ ପିଲାଙ୍କୁ ଦିଆଗଲା ସଲପ ମଦ
କୋରୋନା ନ ହେବା ପାଇଁ ପିଲାଙ୍କୁ ଦିଆଗଲା ସଲପ ମଦ

ମାଲକାନଗିରି: ଦେଶବ୍ୟାପୀ କୋରୋନା ଅନିୟନ୍ତ୍ରିତ ଭାବେ ବଢିବାରେ ଲାଗିଛି । ରାଜ୍ୟରେ ମଧ୍ୟରେ ହୁ ହୁ ହୋଇ ବଢୁଛି ସଂକ୍ରମଣ ମାମଲା । ଏପରି ସ୍ଥିତିରେ ମାଲିକାନଗିରି ଜିଲ୍ଲାରେ କୋରୋନାକୁ ନେଇ ଲୋକଙ୍କ ମନରେ କୋକୁଆ ଭୟ ଦେଖିବାକୁ ମିଳିଛି । କୋରୋନା ଯେପରି ଛୁଇଁ ନ ପାରେ ସେଥିପାଇଁ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳରେ ପିଲାଙ୍କୁ ସଲପ ମଦ ଦିଆଯାଇଛି । ଏଭଳି ଏକ ଅଭାବନୀୟ ଘଟଣା ମାଲକାନଗିରି ଜିଲ୍ଲା ପଡିଆ ବ୍ଲକ ପାର୍ସନପାଲ୍ଲୀ ଗାଁ ଘଟିଛି । ଏହାର ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।

କୋରୋନା ନ ହେବା ପାଇଁ ପିଲାଙ୍କୁ ଦିଆଗଲା ସଲପ ମଦ

ଛୋଟ ଛୋଟ ପିଲାଙ୍କୁ ଧାଡିରେ ବସାଇ ଦିଆଯାଉଛି ସଲପ ମଦ । ଜଣେ କିମ୍ବା ଦୁଇ ଜଣ ନୁହଁନ୍ତି 50 ରୁ ଊର୍ଦ୍ଧ୍ବ ଛୋଟ ଛୋଟ ପିଲା ସଲପ ମଦ ପିଉଛନ୍ତି । ସମସ୍ତଙ୍କ ବୟସ ପ୍ରାୟ ୧୦ ରୁ ୧୨ ବର୍ଷ ମଧ୍ୟରେ ହେବ । ଏଭଳି କରିବା ପଛରେ ପିଲାମାନେ ଯେପରି କୋରୋନା ଆକ୍ରାନ୍ତ ନହୁଅନ୍ତି ସେଥିପାଇଁ ପ୍ରତିଷେଧକ ଭାବେ ଏହା ଦିଆଯାଇଛି ବୋଲି ଜଣାପଡିଛି ।

ମାଲକାନଗିରିରୁ ଦେବଦତ୍ତ ବେହେରା, ଇଟିଭି ଭାରତ

ABOUT THE AUTHOR

...view details