ଓଡିଶା

odisha

ଓଡ଼ିଶା କୃଷି ବିକାଶ କାର୍ଯ୍ୟକ୍ରମରେ ଚାଷୀ ପାଇଁ ପଞ୍ଚବର୍ଷୀୟ ଯୋଜନା

By

Published : Dec 29, 2022, 9:17 PM IST

ଚାଷୀଙ୍କ ବଡ଼ ଖବର । ଆରମ୍ଭ ହେଲା ଓଡ଼ିଶା କୃଷି ବିକାଶ କାର୍ଯ୍ୟକ୍ରମ । ଖୁବଶୀଘ୍ର ଚାଷୀଙ୍କ ପାଇଁ ହେବାକୁ ଯାଉଛି ପଞ୍ଚବର୍ଷୀୟ ଯୋଜନା । ଯେଉଁଥିରେ କି ଲାଭ ପାଇପାରିବେ ଚାଷୀ । ଅଧିକ ପଢ଼ନ୍ତୁ

agriculture program
ଚାଷୀ ପାଇଁ ପଞ୍ଚବର୍ଷୀୟ ଯୋଜନା

ଚାଷୀ ପାଇଁ ପଞ୍ଚବର୍ଷୀୟ ଯୋଜନା

କୋରାପୁଟ : କୋରାପୁଟରେ ଓଡ଼ିଶା କୃଷି ବିକାଶ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି (Odisha agriculture development) । ଏଥିରେ କୋରାପୁଟ, ନବରଙ୍ଗପୁର ଓ ମାଲକାନାଗିରି ଜିଲ୍ଲାରେ କୃଷି, ପଶୁପାଳନ, ଉଦ୍ୟାନ ଓ ମତ୍ସ୍ୟ ଚାଷ ପାଇଁ ଏକ ସମନ୍ୱିତ ୫ ବର୍ଷୀୟ ଯୋଜନା ପ୍ରସ୍ତୁତ କରାଯିବ ବୋଲି ନିଷ୍ପତ୍ତି ନିଆଯାଇଛି । ଏଥିନିମନ୍ତେ ପ୍ରସ୍ତୁତି ଆରମ୍ଭ ହୋଇଯାଇଥିବା କୋରାପୁଟ ଜିଲ୍ଲା ଆତ୍ମାର ଉପନିର୍ଦ୍ଦେଶକ ତାପସ ଚନ୍ଦ୍ର ରାଏ କହିଛନ୍ତି ।

ଏହାର ରୂପରେଖ ପ୍ରସ୍ତୁତ କରିବା ପାଇଁ ଏହି ତିନୋଟି ଜିଲ୍ଲାର ବିଭାଗୀୟ ଅଧିକାରୀ, ଚାଷୀ,ଉଦ୍ୟୋଗୀ ଓ ସ୍ବେଛାସେବୀ ସଂଗଠନର କର୍ମକର୍ତ୍ତାଙ୍କୁ ନେଇ ଆଜି ଏକ ଆଞ୍ଚଳିକ ସମାବେଶ ଆୟୋଜିତ ହୋଇଯାଇଛି। ଏଥିରେ ଯୋଗଦେଇ ଉକ୍ତ ବିଭାଗର ଅଧିକାରୀମାନେ ନିଜ ନିଜ ମତାମତ ଉପସ୍ଥାପନ କରିଥିଲେ । ରାଜ୍ୟର ବିଭିନ୍ନ ସ୍ଥାନରେ ଆୟୋଜିତ ଆଞ୍ଚଳିକସ୍ତରର ପରାମର୍ଶ ସଂଗ୍ରହ କାର୍ଯ୍ୟକ୍ରମରେ ମିଳିଥିବା କାର୍ଯ୍ୟପନ୍ଥାର ପ୍ରସ୍ତାବ ସମୂହକୁ ନେଇ ରାଜ୍ୟର ଆସନ୍ତା ପାଞ୍ଚ ବର୍ଷ ପାଇଁ ଏକ ବଳିଷ୍ଠ ଯୋଜନା ପ୍ରସ୍ତୁତ ହେବ ବୋଲି ଉପନିର୍ଦ୍ଦେଶକ କହିଥିଲେ ।

ଏ ସମ୍ପର୍କରେ ଆତ୍ମା ଉପନିର୍ଦ୍ଦେଶକ ତାପସ ଚନ୍ଦ୍ର ରାଏ କହିଛନ୍ତି, ''ଏହାଏକ ଏଗ୍ରୋ କ୍ଲାଇମାଟିକ ମଲ୍ଟି କନସଲଟେସନ ଓ୍ବାର୍କସପ । ଏହି ଓ୍ବାର୍କସପକୁ ୩ଟି ଜିଲ୍ଲାକୁ ଡକାଯାଇଥିଲା । ଏଥିରେ ଯେଉଁମାନେ ଭାଗ ନେଇଥିଲେ ସେମାନେ ଯେତୋଟି ସରକାରୀ କାର୍ଯ୍ୟାଳୟ ଯଥା ବିଦ୍ୟୁତ ବିଭାଗ, କୃଷି ବିଭାଗ, ପଶୁପାଳକ ବିଭାଗ, ମତ୍ସ୍ୟ ବିଭାଗର କର୍ମଚାରୀ ଥିଲେ । ଏମାନଙ୍କସହ ସମସ୍ତ ଚାଷୀ ମାନଙ୍କୁ ମଧ୍ୟ ଏହି କାର୍ଯ୍ୟକ୍ରମରେ ଡକାଯାଇଥିଲା । ଏଥିରେ ଏକ ସମନ୍ବିତ ପଞ୍ଚବର୍ଷୀୟ ଯୋଜନା ପ୍ରସ୍ତୁତ କରାଯାଇଛି । ଏହି ସମନ୍ବିତ ପଞ୍ଚ ବର୍ଷୀୟ ଯୋଜନାରେ ଗତ ୫ ବର୍ଷ ଭିତରେ ଉକ୍ତ ବିଭାଗରେ ଲାଗି ରହିଥିବା ସମସ୍ୟା ସମ୍ପର୍କରେ ଆଲୋଚନା କରାଯିବ । ତାହାକୁ ନେଇ ସରକାରଙ୍କ ପାଖରେ ଏକ ପ୍ରସ୍ତାବ ରଖାଯିବ । ସେଥିରେ ଯଦି ଚାଷୀଭାଇଙ୍କ ପ୍ରତି କୌଣସି ଭଲ ପଦକ୍ଷେପ ନିଅନ୍ତି ତାହାଲେ ନିହାତି ଭାବେ ଚାଷୀ ଲାଭ ପାଇପାରିବେ ।''

ଏ ସମ୍ପର୍କରେ ସ୍ଵେଚ୍ଛାସବୀ ଶରତ ପଟ୍ଟନାୟକ କହିଛନ୍ତି, "ଏହା କୃଷି ବିଭାଗ ତରଫରୁ ଗୋଟିଏ କନସନଟ୍ରେସନ ପଦ୍ଧତି କରାଯାଇଛି । ଏଥିରେ ଜିଲ୍ଲା, ଗ୍ରାମାଞ୍ଚଳ ଓ ରାଜ୍ୟରେ ଆତ୍ମା ଗୋଟିଏ ୫ ବର୍ଷିଆ ଏଗ୍ରିକଲଚର କରି ଏକ ପ୍ଲାନିଙ୍ଗ ଡେଭଲପମେଣ୍ଟ କରୁଛି । ଆଗାମୀ ୫ ବର୍ଷ ଭିତରେ ଯେଉଁ ଯୋଜନା ହେବାକୁ ଯାଉଛି ଚାଷୀଙ୍କ ପାଇଁ ସେଥିରେ କିଭଳି ଏହି ଷ୍ଟେଟ ହୋଲଡର ତାଙ୍କ ଭୂମିକା ଗ୍ରହଣ କରିବେ ତାହା ଉପରେ ଗୁରୁତ୍ବ ଦିଆଯାଇଥିଲା । ବିଶେଷ କରି କୋରାପୁଟର ସବୁଠୁ ବଡ଼ ସମସ୍ୟା ରହିଛି ଯଥା ଆଳୁ, ମିଲେଟରେ ଯେଉଁ ଇନଫ୍ରାଷ୍ଟ୍ରକଚରର ଆବଶ୍ୟକତା ରହିଛି ତାହା ଏଠାରେ ନାହିଁ । ଏଠାରେ ଏକ ଶୀତଳ ଭଣ୍ଡାର ମଧ୍ୟ ନାହିଁ । ତେଣୁ ଏ ସବୁ କିପରି ପୂରଣ ହେବ ତାହା ଉପରେ ମଧ୍ୟ ଦୃଷ୍ଟି ଦିଆଯାଇଛି ।"

ଇଟିଭି ଭାରତ, କୋରାପୁଟ

ABOUT THE AUTHOR

...view details