ଓଡିଶା

odisha

'ଲୋକ ସାହିତ୍ୟ ହିଁ କାଳଜୟୀ ସାହିତ୍ୟ'

By

Published : Nov 18, 2019, 10:23 AM IST

ଭାଷା କେବଳ ଭାଷା । କିନ୍ତୁ ଆଦର୍ଶ ମଣିଷ ହିଁ ପ୍ରକୃତ ମଣିଷ । ଯେଉଁ ଭାଷାରେ ଲୋକ ସାହିତ୍ୟ ରହିଛି, ଯେଉଁ ଭାଷାର ସାହିତ୍ୟ ସମାଜକୁ ଦିଗଦର୍ଶନ ଦିଏ ତାହା ହିଁ 'କାଳଜୟୀ ସାହିତ୍ୟ' ବୋଲି କହିଛନ୍ତି ପଦ୍ମଶ୍ରୀ ହଳଧର ନାଗ ।

''ଲୋକ ସାହିତ୍ୟ ହିଁ କାଳଜଈ ସାହିତ୍ୟ''

କୋରାପୁଟ: ରାଜ୍ୟସ୍ତରୀୟ ପରବ ମହୋତ୍ସବରେ ପଦ୍ମଶ୍ରୀ ହଳଧର ନାଗ ସମ୍ମାନିତ । ଗତକାଲି ଏହି ଉତ୍ସବରେ ଯୋଗ ଦେଇ ଥିବାବେଳେ ତାଙ୍କୁ ସମ୍ମାନିତ କରାଯାଇଛି । ତେବେ ଏହି ଅବସରରେ ଓଡ଼ିଶାରେ ସାହିତ୍ୟ ସାଧନାର ସ୍ଥିତି ତଥା କଳା ସଂସ୍କୃତିର ସଂରକ୍ଷଣ ଉପରେ ଆମ ପ୍ରତିନିଧି ତାଙ୍କ ସହ ଆଲୋଚନା କରିଛନ୍ତି ।

''ଲୋକ ସାହିତ୍ୟ ହିଁ କାଳଜଈ ସାହିତ୍ୟ''

ଯେଉଁଠି ସେ କହିଥିଲେ, ଓଡ଼ିଆ ଭାଷାର ଆଦୃତ ଏବେ ଧିରେ ଧିରେ କମିବାରେ ଲାଗିଛି । ମୋବାଇଲ,ଟିଭି ଜଗତରେ ଓଡ଼ିଆ ସାହିତ୍ୟ ସ୍ରଷ୍ଟାଙ୍କ ଲୋପ ପାଇବାରେ ଲାଗିଛି । ଜାତି ସହ ଭାଷା ଭିନ୍ନ ଭିନ୍ନ । କିନ୍ତୁ ଭାଷା କେବଳ ଭାଷା । ଆଉ ଆଦର୍ଶ ମଣିଷ ହିଁ ପ୍ରକୃତ ମଣିଷ । ଯେଉଁ ଭାଷାରେ ଲୋକ ସାହିତ୍ୟ ରହିଛି, ସତ୍‌ ସାହିତ୍ୟ, ଯେଉଁ ଭାଷାର ସାହିତ୍ୟ ସମାଜକୁ ଦିଗଦର୍ଶନ ଦେଇଛି ତାହା ହିଁ କାଳଜୟୀ ସାହିତ୍ୟ ।

ଏପରିକି ନିଜ କୋଶଳୀ ଭାଷାର ସମସ୍ତ କବି ଓ କାବ୍ୟଙ୍କୁ ସମ୍ମାନ ଦେବା ସହ ଶହ ଶହ ହଳଧର ନାଗ ଏ ମାଟିରେ ଜନ୍ମ ନିଅନ୍ତି ବୋଲି କହିଥିଲେ ପଦ୍ମଶ୍ରୀ ।

କୋରାପୁଟରୁ ସିଏଚ.ଶାନ୍ତାକାର ଇଟିଭି ଭାରତ

ABOUT THE AUTHOR

...view details