ଓଡିଶା

odisha

ରେଲୱେ ଅଡିଟୋରିୟମରେ ଶୁଭାରମ୍ଭ ହେଲା ପିଏମଶ୍ରୀ ଯୋଜନା

By ETV Bharat Odisha Team

Published : Nov 19, 2023, 10:55 PM IST

PMshri scheme: ଭୁବନେଶ୍ବରର ରେଲୱେ ଅଡିଟୋରିଅମରେ ଲୋକାର୍ପିତ ହେଲା ପିଏମଶ୍ରୀ ଯୋଜନା । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏହାକୁ ଲୋକାର୍ପିତ କରିଛନ୍ତି । ଅଧିକ ପଢନ୍ତୁ

PMshri scheme
ପିଏମଶ୍ରୀ ଯୋଜନା

ପିଏମଶ୍ରୀ ଯୋଜନା

ଭୁବନେଶ୍ବର: ଲୋକାର୍ପିତ ହେଲା ପିଏମଶ୍ରୀ ଯୋଜନା । ପ୍ରଧାନମନ୍ତ୍ରୀ ସ୍କୁଲ ଫର ରାଇଜିଙ୍ଗ ଇଣ୍ଡିଆ ଛାତ୍ରଛାତ୍ରୀଙ୍କୁ ଉନ୍ନତମାନର ଶିକ୍ଷା, ଦକ୍ଷତା ବିକାଶ ଶିକ୍ଷା ନୀତି-2020 ଅନୁସାରେ ଅଧ୍ୟୟନରତ ଛାତ୍ରଛାତ୍ରୀଙ୍କୁ ଗୁଣାତ୍ମକ ମାନର ଶିକ୍ଷା ପ୍ରଦାନ କରିବା, ଆଧୁନିକ ଜ୍ଞାନ କୌଶଳରେ ଶିକ୍ଷା ଲାଭ କରିବା ପାଇଁ ଆରମ୍ଭ ହୋଇଛି ଏହି ଯୋଜନା । ଆଜି ଭୁବନେଶ୍ୱର ରେଲୱେ ଅଡିଟୋରିୟମରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଦ୍ଵାରା ଏହି ଯୋଜନା ଲୋକାର୍ପିତ ହୋଇଛି ।

ଭାରତ ସରକାରଙ୍କ ଦ୍ୱାରା ପରିଚାଳିତ ଓଡ଼ିଶାର 63ଟି କେନ୍ଦ୍ରୀୟ ବିଦ୍ୟାଳୟ ଏବଂ ନବୋଦୟ ବିଦ୍ୟାଳୟରେ ଆଜି ପିଏମଶ୍ରୀ ଯୋଜନା ଆରମ୍ଭ ହୋଇଛି । ରାଜ୍ୟରେ 97ଟି କେନ୍ଦ୍ରୀୟ ଏବଂ ନବୋଦୟ ବିଦ୍ୟାଳୟ ମଧ୍ୟରୁ ଆଜି 63ଟି ସ୍କୁଲରେ ଔପଚାରିକ ଭାବେ ଲୋକାର୍ପିତ ହୋଇଛି ପିଏମଶ୍ରୀ ଯୋଜନା । ଭାରତୀୟ ଶିକ୍ଷା ଇତିହାସରେ ପିଏମଶ୍ରୀ ସ୍କୁଲ ଏକ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟକ୍ରମ । ସ୍କୁଲରେ ପଢୁଥିବା ଛାତ୍ରଛାତ୍ରୀମାନଙ୍କ ଦକ୍ଷତା, ବିଜ୍ଞାନ କ୍ଷମତା, ଭାଷା ଓ ସାହିତ୍ୟ, ଅତ୍ୟାଧୁନିକ ଜ୍ଞାନ କୌଶଳରେ ପାରଙ୍ଗମତା ଆଣିବାକୁ ଏହି ଯୋଜନା ଅତ୍ୟନ୍ତ ସହାୟକ ହେବ । ସେଥିପାଇଁ କେନ୍ଦ୍ର ସରକାର ଦେଶରେ ୧୪ ହଜାର ୫୦୦ ସ୍କୁଲରେ ପ୍ରାୟ 28 ହଜାର କୋଟି ବ୍ୟୟ କରିବେ।

"ରାଜ୍ୟରେ 49 ହଜାର ସରକାରୀ ସ୍କୁଲ ରହିଛି । ମୋଟ ସରକାରୀ ଏବଂ ବେସରକାରୀ ସ୍କୁଲ ସଂଖ୍ୟା ମିଶିଲେ 62ହଜାର 291। ଏଥିରେ 53 ଲକ୍ଷ ପିଲା ପାଠ ପଢୁଛନ୍ତି । ସାରା ଦେଶରେ 14ହଜାର 500 ସ୍କୁଲ ମଡେଲ ସ୍କୁଲ ଭାବେ ପରିଗଣିତ ହେବ । ସମଗ୍ର ଭାରତବର୍ଷରେ ଶିକ୍ଷାର ଆଦର୍ଶକୁ ଏକ ଉଚ୍ଚ ସ୍ଥାନରେ ପହଞ୍ଚାଇବା ପାଇଁ ଏହି ଯୋଜନା ହୋଇଛି । ଭାରତ ସରକାରଙ୍କ ଦ୍ୱାରା କରାଯାଇଥିବା ପିଏମଶ୍ରୀ ଯୋଜନା ଏକ ଉତ୍କୃଷ୍ଟ ପ୍ରୟା ସ। ବିଦ୍ୟାଳୟକୁ କିଭଳି ଉତ୍କର୍ଷ ଏବଂ ମାର୍ଜିତ କରାଯିବ ସେନେଇ ଏହି ଯୋଜନା "ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

ଏହା ବି ପଢନ୍ତୁ...ପିଏମଶ୍ରୀ ଯୋଜନା ଲାଗୁ ପାଇଁ ରାଜ୍ୟ ସରକାରଙ୍କୁ କେନ୍ଦ୍ରମନ୍ତ୍ରୀଙ୍କ ନିବେଦନ


ଏହି ଅବସରରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି, "ଶିକ୍ଷା କ୍ଷେତ୍ରରେ ପିଲାଙ୍କ ଉନ୍ନତି ହେଲେ ଓଡ଼ିଶାର ସର୍ବାଙ୍ଗୀନ ବିକାଶ ହେବ । ଜାତୀୟ ଶିକ୍ଷାନୀତିର କ୍ରିୟାନ୍ଵୟନ ସଫଳତାର ସହ ଆଗେଇ ଚାଲିଛି । ପ୍ରଧାନମନ୍ତ୍ରୀଙ୍କ ନେତୃତ୍ଵ ତଥା ଦିଗ୍‌ଦର୍ଶନରେ ଏହା ସମ୍ଭବ ହେଉଛି । ଜାତୀୟ ଶିକ୍ଷାନୀତିର କ୍ରିୟାନ୍ଵୟନ ସଫଳତାର ସହ ଆଗେଇ ଚାଲିଛି । ପିଲାଙ୍କ ମାନସିକ ଓ ବୌଦ୍ଧିକ ବିକାଶ ପାଇଁ ଅଭିଭାବକ ପ୍ରସ୍ତୁତ ରହିବା ଦରକାର ।" ଏପରି କହିବା ସହ ପିଏମଶ୍ରୀ ଯୋଜନା ଲାଗୁ କରିବାକୁ ରାଜ୍ୟ ସରକାରଙ୍କୁ ନିବେଦନ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details