ଓଡିଶା

odisha

ବିକଶିତ ଭାରତ@୨୦୪୭: ଯୁବବର୍ଗଙ୍କ ସ୍ବର କାର୍ଯ୍ୟକ୍ରମ ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ

By ETV Bharat Odisha Team

Published : Dec 11, 2023, 10:41 PM IST

ପ୍ରଧାନମନ୍ତ୍ରୀ ସମ୍ବୋଧନ କରି କହିଛନ୍ତି ଯେ ବିକଶିତ ଭାରତର ବିକାଶ ପାଇଁ ଆଜିର କର୍ମଶାଳା ଆୟୋଜନ କରିଥିବାରୁ ସମସ୍ତ ରାଜ୍ୟପାଳଙ୍କୁ ଧନ୍ୟବାଦ । ଏହି ସଂକଳ୍ପ ନେବା ପାଇଁ ଆଜି ଏକ ସ୍ବତନ୍ତ୍ର ମୁହୁର୍ତ୍ତ । ବିକଶିତ ଭାରତ ୨୦୪୭ର ଲକ୍ଷ୍ୟ ହାସଲ କରିବାରେ ଦେଶର ଯୁବବର୍ଗଙ୍କୁ ମାର୍ଗଦର୍ଶନ ଦେବା ଦାୟିତ୍ବରେ ଥିବା ସମସ୍ତ ଅଂଶୀଦାରଙ୍କୁ ଏକାଠି କରିବାରେ ରାଜ୍ୟପାଳମାନଙ୍କ ଅବଦାନକୁ ପ୍ରଶଂସନୀୟ । ଅଧିକ ପଢନ୍ତୁ

ବିକଶିତ ଭାରତ@୨୦୪୭: ଯୁବବର୍ଗଙ୍କ ସ୍ବର କାର୍ଯ୍ୟକ୍ରମ ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ
ବିକଶିତ ଭାରତ@୨୦୪୭: ଯୁବବର୍ଗଙ୍କ ସ୍ବର କାର୍ଯ୍ୟକ୍ରମ ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ

ଭୁବନେଶ୍ବର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଭିଡିଓ କନଫରେନ୍ସିଂ ମାଧ୍ୟମରେ ‘ବିକଶିତ ଭାରତ @୨୦୪୭: ଭଏସ ଅଫ ୟୁଥ ଶୁଭାରମ୍ଭ କରିଛନ୍ତି । ଏହି କାର୍ଯ୍ୟକ୍ରମର ଶୁଭାରମ୍ଭ ଅବସରରେ ପ୍ରଧାନମନ୍ତ୍ରୀ ମୋଦି ଦେଶର ବିଭିନ୍ନ ରାଜଭବନରେ ଆୟୋଜିତ କର୍ମଶାଳାରେ ବିଶ୍ବବିଦ୍ୟାଳୟର କୁଳପତି, ଶିକ୍ଷାନୁଷ୍ଠାନ ମୁଖ୍ୟ ଏବଂ ଅଧ୍ୟାପକମାନଙ୍କୁ ସମ୍ବୋଧିତ କରିଥିଲେ।

ପ୍ରଧାନମନ୍ତ୍ରୀ ସମ୍ବୋଧନ କରି କହିଛନ୍ତି ବିକଶିତ ଭାରତର ବିକାଶ ପାଇଁ ଆଜିର କର୍ମଶାଳା ଆୟୋଜନ କରିଥିବାରୁ ସମସ୍ତ ରାଜ୍ୟପାଳଙ୍କୁ ଧନ୍ୟବାଦ। ଏହି ସଂକଳ୍ପ ନେବା ପାଇଁ ଆଜି ଏକ ସ୍ବତନ୍ତ୍ର ମୁହୁର୍ତ୍ତ । ବିକଶିତ ଭାରତ ୨୦୪୭ର ଲକ୍ଷ୍ୟ ହାସଲ କରିବାରେ ଦେଶର ଯୁବବର୍ଗଙ୍କୁ ମାର୍ଗଦର୍ଶନ ଦେବା ଦାୟିତ୍ବରେ ଥିବା ସମସ୍ତ ଅଂଶୀଦାରଙ୍କୁ ଏକାଠି କରିବାରେ ରାଜ୍ୟପାଳମାନଙ୍କ ଅବଦାନକୁ ପ୍ରଶଂସନୀୟ । ଜଣେ ବ୍ୟକ୍ତିଙ୍କ ବ୍ୟକ୍ତିତ୍ବ ବିକାଶରେ ଶିକ୍ଷାନୁଷ୍ଠାନର ଭୂମିକା ଉପରେ ଆଲୋକପାତ କରି ପ୍ରଧାନମନ୍ତ୍ରୀ ମୋଦି କହିଥିଲେ ଏକ ରାଷ୍ଟ୍ର କେବଳ ସେଠାକାର ଲୋକଙ୍କ ବିକାଶ ଦ୍ବାରା ବିକଶିତ ହୋଇଥାଏ । ସାମ୍ପ୍ରତିକ ଯୁଗରେ ବ୍ୟକ୍ତିତ୍ବ ବିକାଶର ଗୁରୁତ୍ବ ଉପରେ ଆଲୋକପାତ କରି ପ୍ରଧାନମନ୍ତ୍ରୀ ଭଏସ ଅଫ ୟୁଥ କର୍ମଶାଳାର ସଫଳତା ପାଇଁ ଶୁଭେଚ୍ଛା ଜଣାଇଥିଲେ ।

ଅଧିକ ପଢନ୍ତୁ- କେନ୍ଦ୍ର ସରକାରଙ୍କ ବିକଶିତ ଭାରତ ସଂକଳ୍ପ ଯାତ୍ରା ଉଦଘାଟିତ

ପ୍ରଧାନମନ୍ତ୍ରୀ ଆହୁରି କହିଥିଲେ ଯେ କୌଣସି ରାଷ୍ଟ୍ରର ଜୀବନରେ ଇତିହାସ ଏକ ସମୟ ପ୍ରଦାନ କରିଥାଏ ଯେତେବେଳେ ଦେଶ ତା'ର ବିକାଶ ଯାତ୍ରାରେ ଦ୍ରୁତ ଗତିରେ ଅଗ୍ରଗତି କରିପାରିବ । ଭାରତ ପାଇଁ ‘ଏହି ଅମୃତ କାଳ ଜାରି ରହିଛି’ ଏବଂ ‘ଭାରତର ଇତିହାସରେ ବର୍ତ୍ତମାନ ଏପରି ଏକ ସମୟ ଯେତେବେଳେ ଦେଶ ପ୍ରଗତି ଦିଗରେ ଏକ ବଡ଼ ଧରଣର ଲମ୍ଫ ପ୍ରଦାନ କରିବାକୁ ଯାଉଛି’। କେତେକ ଦେଶର ଉଦାହରଣ ଦେଇ ପ୍ରଧାନମନ୍ତ୍ରୀ ମୋଦି କହିଥିଲେ ଯେଉଁମାନେ ଏକ ନିର୍ଦ୍ଦିଷ୍ଟ ସମୟ ସୀମା ମଧ୍ୟରେ ବ୍ୟାପକ ମାତ୍ରାରେ ପ୍ରଗତି ଦିଗରେ ଆଗକୁ ବଢ଼ି ବିକଶିତ ରାଷ୍ଟ୍ରରେ ପରିଣତ ହୋଇଥିଲେ। ଭାରତ ପାଇଁ ଏହା ହେଉଛି ଉପଯୁକ୍ତ ସମୟ । ଏହି ଅମୃତ କାଳର ପ୍ରତ୍ୟେକ ମୁହୂର୍ତ୍ତକୁ ଉପଯୋଗ କରାଯିବା ଉଚିତ ।

ପ୍ରଧାନମନ୍ତ୍ରୀ କହିଛନ୍ତି ସ୍ବାଧୀନତା ପାଇଁ ଗୌରବମୟ ସଂଘର୍ଷକୁ ପ୍ରେରଣାର ଉତ୍ସ ଭାବେ କହି ତତ୍କକାଳନୀ ସମୟରେ ସତ୍ୟାଗ୍ରହ, ବିପ୍ଳବୀ ପଥ, ଅସହଯୋଗ, ସ୍ବଦେଶୀ ଏବଂ ସାମାଜିକ ଓ ଶିକ୍ଷାଗତ ସଂସ୍କାର ଭଳି ପ୍ରତ୍ୟେକ ପ୍ରୟାସ ସ୍ବାଧୀନତା ଦିଗରେ ଉଦ୍ଦିଷ୍ଟ ଥିଲା । ଏହି ସମୟରେ କାଶୀ, ଲକ୍ଷ୍ନୌ, ବିଶ୍ବ ଭାରତୀ, ଗୁଜରାଟ ବିଦ୍ୟାପୀଠ, ନାଗପୁର ବିଶ୍ବବିଦ୍ୟାଳୟ, ଆନ୍ନାମଲାଇ, ଆନ୍ଧ୍ର ଏବଂ କେରଳ ବିଶ୍ବବିଦ୍ୟାଳୟ ଦେଶର ଚେତନାକୁ ସୁଦୃଢ଼ କରିଥିଲେ । ଆଜି ପ୍ରତ୍ୟେକ ଅନୁଷ୍ଠାନ ଓ ପ୍ରତ୍ୟେକ ବ୍ୟକ୍ତି ସଂକଳ୍ପ ନେଇ ଆଗକୁ ବଢ଼ିବା ଦରକାର ଯେ ପ୍ରତ୍ୟେକ ପ୍ରୟାସ ଓ କାର୍ଯ୍ୟ ବିକଶିତ ଭାରତ ପାଇଁ ହେବ । ଆପଣମାନଙ୍କ ଲକ୍ଷ୍ୟ, ତୁମର ସଂକଳ୍ପ କେବଳ ଗୋଟିଏ ହେବା ଉଚିତ ‘ବିକଶିତ ଭାରତ’। ଭାରତକୁ ଦ୍ରୁତ ଗତିରେ ଏକ ବିକଶିତ ରାଷ୍ଟ୍ରରେ ପରିଣତ କରିବାର ଉପାୟ ଖୋଜିବା ଏବଂ ଏକ ବିକଶିତ ରାଷ୍ଟ୍ରରେ ପରିଣତ ହେବା ଦିଗରେ ଉନ୍ନତି ପାଇଁ ନିର୍ଦ୍ଦିଷ୍ଟ କ୍ଷେତ୍ର ଚିହ୍ନଟ କରିବା ଉପରେ ଶିକ୍ଷକ ଓ ବିଶ୍ବବିଦ୍ୟାଳୟମାନେ ଚିନ୍ତା କରିବା ଉପରେ ପ୍ରଧାନମନ୍ତ୍ରୀ ଗୁରୁତ୍ବାରୋପ କରିଥିଲେ ।

ଅଧିକ ପଢନ୍ତୁୃ- ବିକଶିତ ଭାରତ ସଂକଳ୍ପ ଯାତ୍ରା: ‘୨୦୪୭ ସୁଦ୍ଧା ବିକଶିତ ଦେଶ ହେବ ଭାରତ’

ପ୍ରଧାନମନ୍ତ୍ରୀ ମୋଦି ‘ବିକଶିତ ଭାରତ’ର ମିଳିତ ଲକ୍ଷ୍ୟ ହାସଲ ଦିଗରେ ପ୍ରତ୍ୟେକ ବିଶ୍ବବିଦ୍ୟାଳୟର ଛାତ୍ର ଏବଂ ଯୁବକମାନଙ୍କ ଶକ୍ତିକୁ ନିୟୋଜିତ କରିବାର ଆବଶ୍ୟକତା ଉପରେ ଗୁରୁତ୍ବାରୋପ କରିଥିଲେ । ବିଚାରର ବିବିଧତାକୁ ଉଲ୍ଲେଖ କରି ପ୍ରଧାନମନ୍ତ୍ରୀ ଏକ ବିକଶିତ ଭାରତ ଗଠନ ଦିଗରେ ସମସ୍ତ ଧାରାକୁ ଯୋଡ଼ିବା ଉପରେ ଗୁରୁତ୍ବାରୋପ କରିଥିଲେ । ସମସ୍ତଙ୍କୁ ନିଜ ସୀମା ଅତିକ୍ରମ କରି ବିକଶିତ ଭାରତ@୨୦୪୭ ପରିକଳ୍ପନାରେ ଯୋଗଦାନ କରିବାକୁ ଆହ୍ବାନ ଦେଇଥିଲେ। ଏହି ଅଭିଯାନ ମାଧ୍ୟମରେ ଅଧିକରୁ ଅଧିକ ଯୁବକଯୁବତୀଙ୍କୁ ଯୋଡ଼ିବା ପାଇଁ ଦେଶର ପ୍ରତ୍ୟେକ କଲେଜ ଓ ବିଶ୍ବବିଦ୍ୟାଳୟରେ ସ୍ବତନ୍ତ୍ର ଅଭିଯାନ ଚଳାଇବାକୁ ସେ ପରାମର୍ଶ ଦେଇଥିଲେ। ପ୍ରଧାନମନ୍ତ୍ରୀ ବିକଶିତ ଭାରତ ସମ୍ବନ୍ଧୀୟ ଆଇଡିଆ ପୋର୍ଟାଲର ଶୁଭାରମ୍ଭ ବିଷୟରେ ଉଲ୍ଲେଖ କରିଥିଲେ ଏବଂ ସୂଚନା ଦେଇଥିଲେ।

କାର୍ଯ୍ୟକ୍ରମରେ ସାମିଲ ହୋଇ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଥିଲେ ଛାତ୍ରଛାତ୍ରୀ ଏବଂ ଶିକ୍ଷାବିତ ସମୁଦାୟ ବିକଶିତ ଭାରତ @୨୦୪୭ ଭଏସ ଅଫ ୟୁଥ" ଅଭିଯାନର ନେତୃତ୍ବ ନେବା ସହ ଲିଡର ପ୍ରଦାନ କରିବେ। ବିଶ୍ବବିଦ୍ୟାଳୟ, ମହାବିଦ୍ୟାଳୟ ଏବଂ ଶିକ୍ଷାନୁଷ୍ଠାନ ଗୁଡ଼ିକ ଅଭିଯାନକୁ ନୂତନ ଗତି ଦେବ ।

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details