ଓଡିଶା

odisha

ଖୋର୍ଦ୍ଧା ଜିଲ୍ଲାପାଳଙ୍କ ବିରୋଧରେ ବ୍ୟକ୍ତିଗତ ସହାୟକଙ୍କ ଅଭିଯୋଗ

By

Published : Nov 24, 2022, 10:46 PM IST

ଖୋର୍ଦ୍ଧା ଜିଲ୍ଲାପାଳ କେ ସୁଦର୍ଶନ ଚକ୍ରବର୍ତ୍ତୀଙ୍କ ନାମରେ ଅଭିଯୋଗ ଆଣିଲେ ତାଙ୍କ ବ୍ୟକ୍ତିଗତ ସହାୟକଙ୍କ ପତ୍ନୀ । ଖୋର୍ଦ୍ଧା ଆଦର୍ଶ ଥାନାରେ ଦେଲେ ଏତଲା । ଅଧିକ ପଢନ୍ତୁ

ଖୋର୍ଦ୍ଧା ଜିଲ୍ଲାପାଳଙ୍କ ବିରୋଧରେ ବ୍ୟକ୍ତିଗତ ସହାୟକଙ୍କ ଅଭିଯୋଗ
ଖୋର୍ଦ୍ଧା ଜିଲ୍ଲାପାଳଙ୍କ ବିରୋଧରେ ବ୍ୟକ୍ତିଗତ ସହାୟକଙ୍କ ଅଭିଯୋଗ

ଖୋର୍ଦ୍ଧା: ଖୋର୍ଦ୍ଧା ଜିଲ୍ଲାପାଳଙ୍କ ନାମରେ ଅଭିଯୋଗ କଲେ ପିଏ । ଜିଲ୍ଲାପାଳ ତାଙ୍କୁ ମାନସିକ ନିର୍ଯାତନା ଦେଉଥିବା ଅଭିଯୋଗ କରିଛନ୍ତି ପିଏ ହେମନ୍ତ ଭୋଇ । ଜାତିଆଣ ଆକ୍ଷେପ କରି ମାନସିକ ନିର୍ଯାତନା ଦେଉଥିବା ନେଇ ଅଭିଯୋଗ ଆଣିଲେ ବ୍ୟକ୍ତିଗତ ସହାୟକଙ୍କ ପତ୍ନୀ ସବିତା ନାୟକ । ଖୋର୍ଦ୍ଧା ଆଦର୍ଶ ଥାନାରେ ଦେଲେ ଏତଲା ।

ଖୋର୍ଦ୍ଧା ଜିଲ୍ଲାପାଳଙ୍କ ବିରୋଧରେ ବ୍ୟକ୍ତିଗତ ସହାୟକଙ୍କ ଅଭିଯୋଗ

ସୂଚନା ଅନୁଯାୟୀ, ହେମନ୍ତ ଭୋଇ ଜିଲ୍ଲାପାଳ କେ ସୁଦର୍ଶନ ଚକ୍ରବର୍ତ୍ତୀଙ୍କ ବ୍ୟକ୍ତିଗତ ସହାୟକ ଭାବେ ଜିଲାପାଳଙ୍କ କାର୍ଯ୍ୟାଳୟରେ କାର୍ଯ୍ୟରତ ଥିଲେ । ଅଭିଯୋଗ ଅନୁସାରେ ଜିଲ୍ଲାପାଳ ଅନେକ ସମୟରେ ବ୍ୟକ୍ତିଗତ ସହାୟକଙ୍କୁ ମାନସିକ ନିର୍ଯାତନା ଦେଇ ଆସୁଥିଲେ । ଏପରିକି ଜିଲ୍ଲାପାଳ ସବୁବେଳେ ଗାଳିଗୁଲଜ କରିବା ସହ ଜାତିଆଣ ଆକ୍ଷେପ କରୁଥିବା ସଙ୍ଗିନ ଅଭିଯୋଗ କରିଛନ୍ତି ହେମନ୍ତ ।

ଜିଲ୍ଲାପାଳଙ୍କ ରେସିଡେନ୍ସରେ ରହି କାମ କରିବାକୁ କୁହନ୍ତି । ଏ ନେଇ ଜିଲ୍ଲାପାଳଙ୍କ ବ୍ୟକ୍ତିଗତ ସହାୟକଙ୍କ ପତ୍ନୀ ସବିତା ନାୟକ ଖୋର୍ଦ୍ଧା ଆଦର୍ଶ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ଥାନାରେ ଖୋର୍ଦ୍ଧା ଏସଡିପିଓ ଏବଂ ଅତିରିକ୍ତ ଜିଲ୍ଲାପାଳ ମନୋଜ ପାଢୀଙ୍କ ଉପସ୍ଥିତରେ ଚାଲିଛି ବୁଝାସୁଝା । ସେପଟେ ଘଟଣା ସମ୍ପର୍କରେ ଜିଲ୍ଲାପାଳଙ୍କ ପ୍ରତିକ୍ରିୟା ମିଳିପାରି ନାହିଁ ।

ଇଟିଭି ଭାରତ, ଖୋର୍ଦ୍ଧା

ABOUT THE AUTHOR

...view details