ଓଡିଶା

odisha

ମାର୍କେଟ ବିଲ୍ଡିଂ ଆସୁଥିଲେ ହୁସିଆର ! ରଜ ଭିଡ଼ରେ ମାତିଛନ୍ତି ମହିଳା ଲୁଟେରା ଗ୍ୟାଙ୍ଗ

By

Published : Jun 12, 2023, 10:03 PM IST

ରଜ ପାଇଁ ଭୁବନେଶ୍ବର ମାର୍କେଟ ବିଲ୍ଡିଂରେ ଅସମ୍ଭାଳ ଭିଡ଼ । ଏହାର ଫାଇଦା ଉଠାଇ ମାତିଛନ୍ତି ମହିଳା ଲୁଟେରା ଗ୍ୟାଙ୍ଗ । ଅଧିକ ପଢ଼ନ୍ତୁ

lady lootera gang active in market building
ରଜ ଭିଡ଼ରେ ମାତିଛନ୍ତି ମହିଳା ଲୁଟେରା ଗ୍ୟାଙ୍ଗ

ରଜ ଭିଡ଼ରେ ମାତିଛନ୍ତି ମହିଳା ଲୁଟେରା ଗ୍ୟାଙ୍ଗ

ଭୁବନେଶ୍ବର: ଆଉ ମାତ୍ର ଦୁଇ ଦିନପରେ ରଜ । କିଣା କିଣି ପାଇଁ ବେଶ ସରଗରମ ବଜାର । ଝିଅ ଓ ମହିଳାଙ୍କ ସପିଂ ପାଇଁ ଭୁବନେଶ୍ବର ସ୍ଥିତ ମାର୍କେଟ ବିଲ୍ଡିଂ ଚଳଚଞ୍ଚଳ ହୋଇ ଉଠିଛି । ପ୍ରତି ଦୋକାନରେ ଗ୍ରାହକଙ୍କ ଅସମ୍ଭାଳ ଭିଡ଼ । ଏହାର ସୁଯୋଗ ନେଇ ମାତିଛନ୍ତି ଏବେ ମହିଳା ଲୁଟେରା ଗ୍ୟାଙ୍ଗ । ଗହଳି ଭିତରେ କିଛି ମହିଳା ଗ୍ୟାଙ୍ଗ ଚୋରି କରି ଚହଳ ପକାଇଛନ୍ତି । ଅର୍ଥାତ ଜିନିଷ କିଣି ଟଙ୍କା ଦେବା ବେଳକୁ ବ୍ୟାଗରୁ ପର୍ସ ଗାୟବ କରୁଛନ୍ତି । ଦାମୀ ଜିନିଷ ବି ଘରକୁ ଫେରିବା ପରେ ଦେଖିବାକୁ ମିଳୁନି । ଗହଳି ଭିତରେ‌ ଦୋକାନରୁ ଜିନିଷ ନେଇ ଛୁ ମାରୁଥିବା ପୃଥକ ପୃଥକ ଘଟଣା ସାମ୍ନାକୁ ଆସିଛି ।

ରାଜଧାନୀର ମାର୍କେଟ ବିଲ୍ଡିଂରେ ମହିଳା ଲୁଟେରା ଗ୍ୟାଙ୍ଗ ଆତଙ୍କ । ସପିଂ କରିବାକୁ ଯାଇଥିବା ଲୋକେ ଏବଂ ଦୋକାନୀ ଏହାର ଶିକାର ହେଉଛନ୍ତି । ବିଗତ ୧୫ ଦିନ‌ ମଧ୍ୟରେ ତିନୋଟି ଦୋକାନରେ ଚୋରି ନେଇ ଅଭିଯୋଗ ଆସିଛି । ଗତ ୬ ଦିନ ତଳେ ଉର୍ବଷୀ ଡ୍ରେସେସର ଦୋକାନରେ ଜଣେ ଗ୍ରାହକ କିଛି ଡ୍ରେସ୍ କିଣୁଥିବା ବେଳେ ଟଙ୍କା ଦେବା ପାଇଁ ବ୍ୟାଗ ଭିତରେ ପର୍ସ ଖୋଜିଲା ବେଳକୁ ସେଥିରୁ ଟଙ୍କା ଗାୟବ ହୋଇଯାଇଛି । ଗହଳି ଭିତରେ ସେ ଲୁଟେରାଙ୍କ ଶିକାର ହୋଇଥିବା ଜାଣିବାକୁ ପାଇଥିଲେ । ସେହିପରି ରବିବାର ସନ୍ଧ୍ୟାରେ ଏକ ଚୁଡ଼ି ଦୋକାନରେ ଜଣେ ମହିଳା ଚୁଡ଼ି କିଣୁଥିବା ସମୟରେ ଗହଳିର‌ ଫାଇଦା ଉଠାଇ ଅନ୍ୟ ଜଣେ ମହିଳା ଚୁଡ଼ି କିଣୁଥିବା ମହିଳାଙ୍କ ବ୍ୟାଗରେ ହାତ ଭର୍ତ୍ତି କରି ପର୍ସ ଗାୟବ କରିଥିଲେ ।

ପେମେଣ୍ଟ ବେଳକୁ ଟଙ୍କା ନଥିବା ଜଣିପାରି‌ ଦୋକାନୀଙ୍କୁ ସିସିଟିଭି ଯାଞ୍ଚ ପାଇଁ କହିଥିଲେ‌ । ପରେ ସେ ଜାଣିବାକୁ ପାଇଥିଲେ ଯେ, ଜଣେ ମହିଳା ମୁହଁରେ ମାସ୍କ ତାଙ୍କ ବ୍ୟାଗରୁ ଟଙ୍କା ଚୋରି କରିନେଇ ଯାଇଛନ୍ତି । ୧୫ ଦିନ‌ ତଳେ ଏକ ଲେହେଙ୍ଗା ଦୋକାନରୁ ମଧ୍ୟ ଲେହେଙ୍ଗା ଚୋରି କରିଥିବା ଘଟଣା ସାମ୍ନାକୁ ଆସିଥିଲା । ତେବେ ଏହିପରି ଘଟଣା ଗତବର୍ଷ ଠିକ ରଜ ସମୟରେ ସାମ୍ନାକୁ ଆସିଥିଲା । ମାର୍କେଟ ବିଲ୍ଡିଂରେ ସପିଂ କରୁଥିବା ସମୟରେ ମହିଳାଙ୍କ ବେକରୁ ସୁନା ଚେନ ଲୁଟି ନେଇଥିବା ଘଟଣା ସାମ୍ନାକୁ ଆସିଥିଲା । ପ୍ରବଳ ଭିଡ଼କୁ ଦେଖି ମହିଳା ଲୁଟେରା ଗ୍ୟାଙ୍ଗଙ୍କ ସକ୍ରିୟତା ବଢ଼ିବାରେ ଲାଗିଛି ।

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details