ଓଡିଶା

odisha

ପ୍ରୋଭିଜନାଲ ପେନ୍‌ସନ୍‌ ରିଲିଜ ନକରିବା ପଡିଲା ମହଙ୍ଗା, ୭କଲେଜ ଅଧ୍ୟକ୍ଷଙ୍କୁ ନୋଟିସ

By

Published : Jul 15, 2023, 5:39 PM IST

ପ୍ରୋଭିଜନାଲ ପେନ୍‌ସନ୍‌ ରିଲିଜ ନକରିବା ପଡିଲା ମହଙ୍ଗା । ୭ କଲେଜ ଅଧ୍ୟକ୍ଷଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କଲା ଉଚ୍ଚଶିକ୍ଷା ବିଭାଗ । ୩ ଦିନ ମଧ୍ୟରେ ଉତ୍ତର ରଖିବାକୁ ନିର୍ଦ୍ଦେଶ । ଅଧିକ ପଢ଼ନ୍ତୁ

ପ୍ରୋଭିଜନାଲ ପେନସନ ରିଲିଜ ନକରିବା ପଡିଲା ମହଙ୍ଗା
ପ୍ରୋଭିଜନାଲ ପେନସନ ରିଲିଜ ନକରିବା ପଡିଲା ମହଙ୍ଗା

ଭୁବନେଶ୍ବର: ପ୍ରୋଭିଜନାଲ ପେନ୍‌ସନ୍‌ ରିଲିଜ ନକରିବା ପଡିଲା ମହଙ୍ଗା । ୭ କଲେଜ ଅଧ୍ୟକ୍ଷଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କଲା ଉଚ୍ଚଶିକ୍ଷା ବିଭାଗ । ଏହି ନୋଟିସର ଉତ୍ତର ୩ ଦିନ ମଧ୍ୟରେ ରଖିବାକୁ ବିଭାଗ ନିର୍ଦ୍ଦେଶ ଦେଇଛି । ଯଦି ୩ ଦିନ ମଧ୍ୟରେ ଉତ୍ତର ନରଖିଲେ, ତେବେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କଡ଼ା ଚେତାବନୀ ଦେଇଛି ଉଚ୍ଚଶିକ୍ଷା ବିଭାଗ । ତେବେ ଏହି ୭ଟି କଲେଜ ହେଉଛି, କଟକର ବାଙ୍କୀ କଲେଜ, କେନ୍ଦୁଝରର ଆଞ୍ଚଳିକ ମହାବିଦ୍ୟାଳୟ, ଜଗତସିଂହପୁରର କୁଜଙ୍ଗ କଲେଜ, ଯାଜପୁରର ଧର୍ମଶାଳା ମହାବିଦ୍ୟାଳୟ, ଅନୁଗୋଳର ଅନୁଗୋଳ ମହିଳା ମହାବିଦ୍ୟାଳୟ, ବରଗଡ଼ର ଲାରମ୍ଭା କଲେଜ ଏବଂ କଟକର ଜେଏନ୍ କଲେଜକୁ ଉଚ୍ଚଶିକ୍ଷା ବିଭାଗର କାରଣ ଦର୍ଶାଅ ନୋଟିସ ଜାରି କରିଛନ୍ତି ।

ପ୍ରୋଭିଜନାଲ ପେନସନ ରିଲିଜ ନକରିବା ପଡିଲା ମହଙ୍ଗା

କଲେଜ କର୍ମଚାରୀଙ୍କ ଅବସର ପରେ ସେମାନଙ୍କ ପେନ୍‌ସନ୍‌କୁ କାହିଁକି ଅନୁମତି ଦିଆଯାଇ ନାହିଁ ବୋଲି ଚିଠିରେ ପଚରା ଯାଇଛି । ଏହାର ଉତ୍ତର ୩ ଦିନ ମଧ୍ୟରେ ଦେବାକୁ ନିର୍ଦ୍ଦେଶ ଦିଆଯାଇଛି । ୧୯ ଜୁଲାଇ ସୁଦ୍ଧା ଅବସରପ୍ରାପ୍ତ କର୍ମଚାରୀଙ୍କ ସପକ୍ଷରେ ସାମୟିକ ପେନ୍‌ସନ୍ ମଞ୍ଜୁର କରିବାକୁ ଆଉ ଏକ ସୁଯୋଗ ଦିଆଯାଇଛି । ତେବେ ଏହି ଅବସରପ୍ରାପ୍ତ କର୍ମଚାରୀ ମାନେ ହେଉଛନ୍ତି ବାଙ୍କୀ କଲେଜର ଜୁନିୟର କ୍ଲର୍କ ନିତ୍ୟାନନ୍ଦ ସ୍ବାଇଁ, କେନ୍ଦୁଝରର ଆଞ୍ଚଳିକ ମହାବିଦ୍ୟାଳୟର ଅର୍ଥନୀତି ବିଭାଗର ରିଡର୍ ହେମନ୍ତ କୁମାର ସାହୁ, ଜଗତସିଂପୁରର କୁଜଙ୍ଗ କଲେଜର ସୋସିଓଲୋଜି ରିଡର୍ ପ୍ରତାପ କେଶରୀ ବିଶ୍ଵାଳ, ପଲିଟିକାଲ ସାଇନ୍ସର ସୁବାସ କୁମାର ଶତପଥୀ ଏବଂ ହୋମ ସାଇନ୍ସର କଳ୍ପନା ବିଶ୍ଵାଳ, ଯାଜପୁରର ଧର୍ମଶାଳା ମହାବିଦ୍ୟାଳୟର ଇତିହାସ ବିଭାଗର ରିଡର୍ ବ୍ରଜବନ୍ଧୁ ଭଟ୍ଟ ଓ ବିଲୋଚନ ପରିହାରି । ସେହିପରି ଭାବରେ ଅନୁଗୋଳ ମହିଳା ମହାବିଦ୍ୟାଳୟର ପୂର୍ବତନ ଜୁନିୟର କ୍ଲର୍କ ସ୍ବର୍ଗତ ରାଜେନ୍ଦ୍ର କୁମାର ମିଶ୍ର, ବରଗଡ଼ ଲାରମ୍ଭା କଲେଜର ଅମୃତା ସାମନ୍ତ ଏବଂ କଟକର ଜେଏନ୍ କଲେଜର ମୁଖ୍ୟ କ୍ଲର୍କ ଧୀର ବାଗ ।

ଏଠାରେ ଉଲ୍ଲେଖଯୋଗ୍ୟ, ଗତ ୯ ତାରିଖରେ ରାଜ୍ୟ ଉଚ୍ଚଶିକ୍ଷା ବିଭାଗର ଏକ ଗୁରୁତ୍ବପୂର୍ଣ୍ଣ ସମୀକ୍ଷା ବୈଠକ ହୋଇଥିଲା । ଯେଉଁଥିରେ ସରକାରଙ୍କ 5T ଧାରାରେ କୌଣସି ବ୍ୟତିକ୍ରମ ହେଲେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ମଧ୍ୟ ଉଚ୍ଚଶିକ୍ଷା ମନ୍ତ୍ରୀ କହିଥିଲେ । ବିଶେଷ ଭାବରେ ଏକ ପେନ୍‌ସନ୍‌ ସେଲ ସ୍ଵତନ୍ତ୍ର ଭାବେ କାର୍ଯ୍ୟ କରିବ । ଅବସର ଗ୍ରହଣ କରୁଥିବା କର୍ମଚାରୀ ଅବସର ପାଇବା ଦିନ ନିଶ୍ଚିତ ଭାବେ ପେନ୍‌ସନ୍‌ ପାଇବେ ବୋଲି ମଧ୍ୟ ବୈଠକରେ ହୋଇଥିଲା ଆଲୋଚନା ।

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details