ଭୁବନେଶ୍ବର: ଗତ ବୁଧବାର ଅପରାହ୍ନ ରେ ଭଦ୍ରକ ଜିଲ୍ଲା ବାସୁଦେବପୁର ଅଞ୍ଚଳରେ ୩୦ ମିନିଟରେ ସର୍ବାଧିକ ୫୦୦୦ ରୁ ଊର୍ଦ୍ଧ୍ୱ ଥର ବିଜୁଳି ମାରିଥିଲା । ଘନ ଘନ ଘଡଘଡି ସହ ବର୍ଷା ମଧ୍ୟ ହୋଇଥିଲା । ଏହି ସମୟରେ ବଜ୍ରପାତ ଯୋଗୁଁ ୫ ଜଣଙ୍କର ମୃତ୍ୟ ହୋଇଥିଲା । ଏହି ତଥ୍ୟ ଭୁବନେଶ୍ୱର ପାଣିପାଗ ବିଜ୍ଞାନ କେନ୍ଦ୍ରର ବରିଷ୍ଠ ବୈଜ୍ଞାନିକ ନିଜ ଟ୍ୱିଟର ହ୍ୟାଣ୍ଡଲରେ ଲେଖିଥିଲେ । ଯେଉଁଥିରେ ସେ ଲେଖିଥିଲେ ଯେ ବାସୁଦେବପୁର ଅଞ୍ଚଳରେ ୩୦ ମିନିଟରେ ସର୍ବାଧିକ ୫୦୦୦ ରୁ ଉର୍ଦ୍ଧ୍ବ ଥର ବିଜୁଳି ମାରିଛି । ଆଉ ଏହି ଘଡଘଡି ଓ ବିଜୁଳି ପ୍ରଭାବରେ ୫ ଜଣଙ୍କର ମୃତ୍ୟୁ ହୋଇଛି । ତାହା ପୁଣି ସ୍ଥାନୀୟ ସୂତ୍ରୁ ସେ ଜାଣିଥିବା ଲେଖିଥିଲେ ।
ଭୁବନେଶ୍ବର ଆଞ୍ଚଳିକ ପାଣିପାଗ ବୈଜ୍ଞାନୀଙ୍କ ଏହି ଟ୍ୱିଟ୍ ସାରା ରାଜ୍ୟରେ ଆଲୋଡନ ସୃଷ୍ଟି ହୋଇଥିଲା । ବଜ୍ରପାତରେ ଏକାଥରେ ଏକ ନିର୍ଦ୍ଦିଷ୍ଟ ଅଞ୍ଚଳରେ 5ଜଣଙ୍କ ମୃତ୍ୟୁ ଖବରକୁ ନେଇ ରାଜ୍ୟ ତଥା ଜାତୀୟ ଗଣମାଧ୍ୟମର ଏହି ଖବର ଚହଳ ପକାଇଥିଲା । କିନ୍ତୁ ଏହା ସମ୍ପୂର୍ଣ୍ଣ ମିଥ୍ୟା ଖବର ବୋଲି ପ୍ରମାଣିତ ହୋଇଛି । କାରଣ ଏନେଇ ନା ଓଡ଼ିଶା ପାଣିପାଗ ବିଭାଗ ନା ଏସ୍ଆର୍ସି କେହିବି କୌଣସି ତଥ୍ୟ ଦେଇ ନାହାନ୍ତି । ଏନେଇ ସ୍ଥାନୀୟ ଅଞ୍ଚଳରୁ ବି କୌଣସି ଖବର କି ତଥ୍ୟ ମିଳିନାହିଁ । ତେଣୁ ଖବରଟି ସମ୍ପୂର୍ଣ ମିଥ୍ୟା ବୋଲି ଜଣାପଡିଛି ।
ଏହାବି ପଢନ୍ତୁୃୃ- Odisha Assembly Sine Die: ଆଗୁଆ ଶେଷ ହେଲା ବିଧାନସଭା ବଜେଟ ଅଧିବେଶନ
ଅନ୍ୟପଟେ ଯେଉଁ ପାଣିପାଗ ବିଜ୍ଞାନୀଙ୍କ ଟ୍ୱିଟକୁ ଆଧାର କରି ଏହି ଖବର ପ୍ରସାରଣ ହୋଇଥିଲା ସେ ନିଜେ ଇଟିଭି ଭାରତକୁ ସୂଚନା ଦେଇ କହିଛନ୍ତି ‘‘ବିଜୁଳି ଓ ଘଡଘଡି ମାରିବା କଥା ସତ, ହେଲେ ଏହା କୌଣସି ଅସାଧାରଣ କଥା ନୁହେଁ । ଯେତେବେଳେ ବିଜୁଳି ମାରେ ସେତେବେଳେ କିଲୋମଟରର ଦୂରତାକୁ ନେଇ ବା କେଉଁ ଅଞ୍ଚଳ ମଧ୍ୟରେ ମାରୁଛି ସେହି ଅଞ୍ଚଳର ପରିଧିକୁ ନେଇ କେତେଥର ଏହା ମାରିଛି ତାର ସଂଖ୍ୟା କୁହାଯାଏ । ନୁହେଁ କି ନିର୍ଦ୍ଦିଷ୍ଟ ଏକ ସ୍ଥାନରେ ଏହା ୫୦୦୦ ଥର ମାରିଛି । ତେଣୁ ସେଦିନ ୪୦ କିଲୋମିଟର ପରିଧି ମଧ୍ୟରେ ଏହା ୫୦୦୦ ଥର ମାରିଥିଲା। ଏଥିରେ କିଛି ବଡ କଥା ନାହିଁ । କାରଣ ଯେତେବେଳେ ସାଧାରଣତଃ ବିଜୁଳି ମାରେ ବା ଆଲୋକ ଆମକୁ ଦେଖା ଯାଏ ସେହି ସମୟରେ ୬୦୦ ରୁ ୬୦୦୦ ଥର ବି ଆଲୋକ ହୋଇପାରିବ ବା ବିଜୁଳି ମାରିପାରିବ । ତେଣୁ ଏହା ଏକ ସାଧାରଣ ଘଟଣା । ମୁଁ ନିର୍ଦ୍ଦିଷ୍ଟ ଅଞ୍ଚଳର କଥା କହିଥିଲି। ଭୁଲ ବୁଝାମଣା ପାଇଁ ଓ ‘ବ୍ରେକିଙ୍ଗ ନିୟୁଜ’ ଆଳରେ କିଛି ଭୁଲ ଖବର ପ୍ରସାରଣ ହୋଇଥିଲା କେତେକ ଗଣମାଧ୍ୟମରେ । ସେଥିପାଇଁ ମୁଁ ଏହି ଟ୍ୱିଟ ପରେ ପ୍ରକୃତ କଥାଟି କଣ ଅନେକ ଟ୍ୱିଟ୍ କରିଛି ।" କିନ୍ତୁ ତାକୁ କେହି ଧ୍ୟାନ ଦେଇନାହାଁନ୍ତି ବୋଲି କହିଛନ୍ତି । କିନ୍ତୁ ମୃତ୍ୟୁର ତଥ୍ୟକୁ ନେଇ କିଛି କହିନଥିଲେ ପାଣିପାଗ ବିଜ୍ଞାନୀ ।