ଓଡିଶା

odisha

ଭୁବନେଶ୍ୱର ରେଳ ଷ୍ଟେସନରେ ଅଘଟଣ, ଛିଣ୍ଡିଲା ତାର ଅଳ୍ପକେ ବର୍ତ୍ତିଲେ ଯାତ୍ରୀ

By

Published : Jan 7, 2023, 8:56 PM IST

Updated : Jan 7, 2023, 10:54 PM IST

ଭୁବନେଶ୍ବରେ ରଳ ଷ୍ଟେସନ ନିକଟରେ ଅଘଟଣ (Incident happened Bhubaneswar Railway Station)। ପୁରୀ-ଜଳେଶ୍ବର ଟ୍ରେନ ଆସୁଥିବା ବେଳେ ଛିଣ୍ଡିଲା କେବୁଲ ତାର । ଏହି ଅଘଟଣରୁ ଟ୍ରେନ ଓ ଯାତ୍ରୀ ଅଳ୍ପକେ ବର୍ତ୍ତିଥିବା ସୂଚନା ମିଳିଛି । ଅଧିକ ପଢନ୍ତୁ

Bhubaneswar Railway Station
Bhubaneswar Railway Station

ଭୁବନେଶ୍ବର:ବିଶ୍ବସ୍ତରୀୟ ଭୁବନେଶ୍ବର ରେଳ ଷ୍ଟେସନ ନେଇ ଯୋଜନା ଚାଲିଛି (Electric wire falls at Bhubaneswar Railway Station) । ହେଲେ ଏହା ପୂର୍ବରୁ ଘଟିଛି ଅଘଟଣ । ପୁରୀ-ଜଳେଶ୍ବର ଟ୍ରେନ ଆସୁଥିବା ବେଳେ ଛିଣ୍ଡିଲା କେବୁଲ ତାର । କଳ୍ପନା ରାଜମହଲ ରେଲୱେ ବ୍ରିଜ କ୍ରସିଂଠାରେ ଘଟିଲା ଅଘଟଣ । ତାର ଛିଣ୍ଡିବା ଯୋଗୁଁ ମେମୁ ଟ୍ରେନ ଓ ଏଥିରେ ଥିବା ପାସେଞ୍ଜର ଅଳ୍ପକେ ବର୍ତ୍ତିଛନ୍ତି । ତାର ଛିଣ୍ଡି ଜଳି ଉଠିଥିବା ବେଳେ ଏହାକୁ ଅଗ୍ନିଶମ ବିଭାଗ କର୍ମଚାରୀ ଲିଭାଇଛନ୍ତି । ଏହି ରୁଟରେ ଖୋର୍ଦ୍ଧା ପଟୁ ଭୁବନେଶ୍ବରକୁ ଯିବାଆସିବା କରୁଥିବା ଟ୍ରେନ ଚଳାଚଳ ବାଧାପ୍ରାପ୍ତ ହୋଇଥିବା ଜଣାପଡ଼ିଛି ।

ସୂଚନା ମୁତାବକ ଦିନ ପ୍ରାୟ ୩ଟା ୪୦ସମୟ । ପୁରୀ-ଜଳେଶ୍ବର ପାସେଞ୍ଜର ମେମୁ ଟ୍ରେନଟି ଖୋର୍ଦ୍ଧା ପଟୁ ଭୁବନେଶ୍ବରକୁ ଆସୁଥିଲା । ହେଲେ ଏହି ସମୟରେ କଳ୍ପନା ଓ ରାଜମହଲ ଛକକୁ ଯୋଗାଯୋଗ ରହୁଥିବା ରେଲୱେ ଟ୍ରାକ ଉପରେ ଯାଇଥିବା ବ୍ରୀଜର କଡ଼ରେ କିଛି କେବୁଲ ତାର ଛିଣ୍ଡି ପଡ଼ିଥିଲା । ତେବେ ରେଳ ଲାଇନ ଉପରେ କେବୁଲ୍ ତାର ପଡ଼ିବା ପରେ ତାହା ଜଳି ଉଠିଥିଲା । ଏହି ସମୟରେ ଟ୍ରେନଟି ଅତିକ୍ରମ କରିଯାଇଥିଲେ ମଧ୍ୟ ଲୋକେ ଭୟଭୀତ ଓ ସ୍ଥାନୀୟ ଅଞ୍ଚଳରେ ଆତଙ୍କ ଖେଳିଯାଇଥିଲା ।

ଏହା ବି ପଢନ୍ତୁ- ଆଡମିରାଲ ହରିଲାଲ ଶର୍ମାଙ୍କ ପ୍ରଥମ ଶ୍ରାଦ୍ଧବର୍ଷିକୀ ପାଳନ କଲା ନୌସେନା

ଏନେଇ ସେହି ଟ୍ରେନ ପଛରେ ଆସୁଥିବା ଚେନ୍ନାଇ ହାଓ୍ୱଡା ମେଲ ମଧ୍ୟ କିଛି ସମୟ ଧରି ଅଟକି ରହିଥିଲା । ଫଳରେ ରେଳ ଚଳାଚଳରେ ବାଧାପ୍ରାପ୍ତ ହୋଇଥିଲା । ରେଳ ଲୋକ ସମ୍ପର୍କ ଅଧିକାରୀଙ୍କୁ ଯୋଗାଯୋଗ କରାଯାଇଥିଲା । ଘଟଣା ସମ୍ପର୍କରେ ସେ ଅବଗତ ଥିବା କହିଥିଲେ। ସେପଟେ ଏନେଇ ଆରପିଏଫ ନିକଟରେ ଏକ ଅଭିଯୋଗ ମଧ୍ୟ ହୋଇଛି। ଏହି ଘଟଣା ନେଇ ଏବେ ରେଳ ବିଭାଗ ତଦନ୍ତ ଆରମ୍ଭ କରିଛି।

ଅନ୍ୟପଟେ ଅଘଟଣ ସ୍ଥଳରେ ମରାମତି କାମ ତୁରନ୍ତ ଆରମ୍ଭ କରାଯାଇଥିବା ବେଳେ ଏହା ଶେଷ ହୋଇଛି । ମରାମତି କାର୍ଯ୍ୟ ଶେଷ ହେବା ପରେ ରେଳ ଚଳାଚଳ ସ୍ବାଭାବିକ ହୋଇଛି । ଏନେଇ ରେଳ ଲାଇନ ଉପରେ ଯାଇଥିବା ବେଆଇନ ଭାବେ କେବୁଲ୍ ତାର ବିଛାଇଥିବା ନେଇ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଜଣାପଡିଛି। କେଉଁମାନେ ଏଠାରେ କେବୁଲ ତାର ବିଛାଇଥିଲେ ? କାହାର ଅନୁମତି ନେଇ ଏପରି କାର୍ଯ୍ୟ କରାଯାଇଥିଲା ? ସେନେଇ ତଦନ୍ତ କରୁଛି ଆରପିଏଫ ଟିମ୍ ।

ଇଟିଭି ଭାରତ, ଭୁବନେଶ୍ବର

Last Updated : Jan 7, 2023, 10:54 PM IST

ABOUT THE AUTHOR

...view details