ଓଡିଶା

odisha

ଥାନାରେ ପୋଲିସକୁ ଟ୍ରାନ୍ସଫର ଧମକ, BMC କର୍ପୋରେଟରଙ୍କ ସହଯୋଗୀ ଗିରଫ

By

Published : Dec 10, 2022, 10:40 PM IST

ଡିଜେ ବଜାଇବାକୁ ମନା କରିବାରୁ ପୋଲିସକୁ ଅଶ୍ଳୀଳ ଭାଷାରେ ଗାଳି ଗୁଲଜ କରି ଦେଲେ ଧମକ । ଏପରିକି ଏସଆଇଙ୍କୁ କାମୁଡ଼ି ଦେଲେ । ୫ ଘଣ୍ଟାରେ ବଦଳି କରିଦେବାକୁ ପୋଲିସକୁ ଧମକ ଦେଲେ ନିର୍ଦ୍ଦିଷ୍ଟ ରାଜନୈତିକ ଦଳର କର୍ପୋରେଟରଙ୍କ ସହଯୋଗୀ । ଏନେଇ ଅଭିଯୁକ୍ତକୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି । ଅଧିକ ପଢ଼ନ୍ତୁ

ଥାନାରେ ପୋଲିସକୁ ଟ୍ରାନସଫର ଧମକ, BMC କର୍ପୋରେଟରଙ୍କ ସହଯୋଗୀ ଗିରଫ
ଥାନାରେ ପୋଲିସକୁ ଟ୍ରାନସଫର ଧମକ, BMC କର୍ପୋରେଟରଙ୍କ ସହଯୋଗୀ ଗିରଫ

ଭୁବନେଶ୍ବର: ରାଜଧାନୀରେ କର୍ପୋରେଟରଙ୍କ ସହଯୋଗୀଙ୍କ ଗୁଣ୍ଡାରାଜ ! ସାମ୍ନାକୁ ଆସିଲା ନିର୍ଦ୍ଦିଷ୍ଟ ରାଜନୈତିକ ଦଳର କର୍ମକର୍ତ୍ତାଙ୍କ ଦାଦାଗିରି । ବରଯାତ୍ରୀ ରୋଷଣି ବେଳେ ପୋଲିସ ବାରଣ କରିବାରୁ ଧକ୍କା ପକାଇ ପୋଲିସକୁ ଅଶ୍ଳୀଳ ଭାଷାରେ ଗାଳି ଗୁଲଜ କରି ଦେଲେ ଧମକ । ଏପରିକି ଡିଜେ ବଜାଇବାକୁ ମନା କରିବାରୁ ପୋଲିସକୁ କାମୁଡି ଦେଲେ । ଥାନା ସାମ୍ନାରେ ହଙ୍ଗାମା କରି ଥାନାରେ ରଖିଲେ ୫ ଘଣ୍ଟାରେ ବଦଳି କରିଦେବାକୁ ଧମକ ଦେଇଥିବା ଅଭିଯୋଗ ହୋଇଛି ।

ପୋଲିସକୁ କାମରେ ବାଧା ଦେବା ଓ ଜଣେ ଏସଆଇଙ୍କୁ କାମୁଡି ଦେବା ଅଭିଯୋଗରେ ଜଣେ ଅଭିଯୁକ୍ତକୁ ଗିରଫ କରିଛି ପୋଲିସ । ଗିରଫ ଅଭିଯୁକ୍ତ ଜଣକ ବଡଗଡ଼ ଥାନା ଅଞ୍ଚଳର ସଚିନ ସୌରଭ ମହାନ୍ତି । ସେ ଏକ ନିର୍ଦ୍ଦିଷ୍ଟ ରାଜନୈତିକ ଦଳର କର୍ପୋର୍ଟେରଙ୍କ ସହଯୋଗୀ ବୋଲି ଜଣାପଡିଛି । ସୂଚନା ମୁତାବକ ଶୁକ୍ରବାର ରାତି ପ୍ରାୟ ୧୦ଟା ୩୦ସମୟରେ ରାଜଧାନୀର ଶ୍ରୀୟା ଛକରୁ ଖାରବେଳ ନଗର ଥାନା ଆଡକୁ ଇପାରି ସଦାଶିବ କଡ଼ରେ ଥିବା ମଣ୍ଡପକୁ ରୋଷଣି କରି ଆସୁଥିଲେ କିଛି ବରଯାତ୍ରୀ ‌। ଏନେଇ ପାଖରେ ଥିବା ଖାରବେଳ ନଗର ଥାନାର ଜଣେ ଏସଆଇ ରୋଷଣିକୁ ବାରଣ କରିଥିଲେ । ମୁଖ୍ୟ ରାସ୍ତାରେ ଅନୁମତି ନଥିବାରୁ ଉପରେ ରୋଷଣି ନକରି ତଳ ରୋଡରେ ଆସନ୍ତୁ ବୋଲି କହିଥିଲେ ।

ତେବେ ମେନରୋଡ଼ ଉପରେ ଡିଜେ ବନ୍ଦ କରନ୍ତୁ ବୋଲି ଏସଆଇ ଜଣଙ୍କ କହିବା ପରେ ଏନେଇ କିଛି ଯୁବକ ଉତ୍‌କ୍ଷିପ୍ତ ହୋଇ ପୋଲିସ ସହ ଧସ୍ତା ଧସ୍ତି କରିଥିଲେ । ଏଥିରେ ପୋଲିସ କିଛି ଯୁବକଙ୍କୁ କାବୁ କରିଥିବା ବେଳେ ସେହି ସମୟରେ କର୍ପୋରେଟରଙ୍କ ସହଯୋଗୀମାନେ ଗାଳିଗୁଲଜ ସହ ଆତଙ୍କ ମଚାଇଥିଲେ । ଏହି ସମୟରେ ଗିରଫ ଅଭିଯୁକ୍ତ ପୋଲିସକୁ କାମୁଡି ଦେଇଥିଲା । ତେବେ ଅଭିଯୁକ୍ତ ନାଁରେ ପୂର୍ବରୁ କିଛି ଅପରାଧିକ ମାମଲା ଥିବା ଜଣାପଡ଼ିଛି । ଏନେଇ ଅଭିଯୁକ୍ତକୁ ଆଇପିସିର ଧାରା ୩୪୧, ୩୩୧, ୩୩, ୩୫୩, ୩୪ରେ ଗିରଫ କରି କୋର୍ଟ ଚାଲାଣ କରାଯାଇଛି ।

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details