ଭୁବନେଶ୍ବର: ଅର୍ଚ୍ଚନାଙ୍କୁ ପ୍ରଥମ ପର୍ଯ୍ୟାୟ ରିମାଣ୍ଡ ବେଳେ ସାଧା କାଗଜରେ ଇଡି ଦସ୍ତଖତ ନେଇଥିବା ଅଭିଯୋଗ କରିଛନ୍ତି ଅର୍ଚ୍ଚନାଙ୍କ ହାଇକୋର୍ଟ ଓକିଲ ଜୟଦୀପ ପାଲ । ଅର୍ଚ୍ଚନା ଓକିଲଙ୍କ ଏପରି ବୟାନ ପରେ ଏବେ ପାୱାର କରିଡରରେ ଛନକା ପଶିଛି । ତେବେ ଏହା ବାସ୍ତବିକ କେତେ ସତ କେତେ ମିଛି ତାହା ଦେଖିବାକୁ ବାକି ରହିଛି ।
ପ୍ରଥମ ପର୍ଯ୍ୟାୟ ରିମାଣ୍ଡ ଶେଷ ପରେ ଭୁବନେଶ୍ବର କୋର୍ଟରେ ଅର୍ଚ୍ଚନା ହୋଇଥିଲେ ହାଜର । ଦ୍ବିତୀୟ ପର୍ଯ୍ୟାୟରେ ୭ ଦିନିଆ ରିମାଣ୍ଡ ନେବା ପାଇଁ ମଙ୍ଗଳବାର କୋର୍ଟରେ ଆବେଦନ କରିଥିଲା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ । ଯାହାର ଶୁଣାଣି ମଧ୍ୟ ହୋଇଥିଲା ଜିଲ୍ଲା ଦୌରାଜଜଙ୍କ କୋର୍ଟରେ । ତେବେ ଆବେଦନ ବେଳେ ରିମାଣ୍ଡ ନଦେବାକୁ କୋର୍ଟକୁ ଯୁକ୍ତି ରଖିଥିଲେ ଅର୍ଚ୍ଚନାଙ୍କ ଓକିଲ । କହିଥିଲେ ଅର୍ଚ୍ଚନାଠୁ ଇଡି ଅଧିକାରି ସାଧା କାଗଜରେ ଦସ୍ତଖତ ନେଇଛନ୍ତି । ଓକିଲଙ୍କ ଅଜାଣତରେ ଅର୍ଚ୍ଚନାଙ୍କ ଠାରୁ ସାଧା କାଗଜରେ ଇଡି ଦସ୍ତଖତ ନେଇଥିବା ଅଭିଯୋଗ କରିଛନ୍ତି ଅର୍ଚ୍ଚନାଙ୍କ ଓକିଲ । ଏହାକୁ ଉପଲବ୍ଧି କରି ଅର୍ଚ୍ଚନା କୋର୍ଟ ରୁମର ବାହାରେ ନୁହେଁ ବରଂ କୋର୍ଟ ରୁମ ଭିତରେ ବସନ୍ତୁ ବୋଲି କୋର୍ଟ କହିଥିବା ଜୟଦୀପ ଗଣମାଧ୍ୟମକୁ ସୂଚନା ଦେଇଥିଲେ ।
ତେବେ ଏପରି ଦସ୍ତଖତ ନେବା ପରେ ଏହା ଅର୍ଚ୍ଚନାଙ୍କ ପାଇଁ ମହଙ୍ଗା ପଡ଼ିବ କି ପଚାରିବାରୁ ଗଣମାଧ୍ୟମକୁ ଉତ୍ତର ଦେଇ କହିଛନ୍ତି, ଅର୍ଚ୍ଚନା ନୁହେଁ ବରଂ ଇଡି ପାଇଁ ମହଙ୍ଗା ପଡ଼ିବ । ତେବେ ଅର୍ଚ୍ଚନା ଓକିଲଙ୍କ ଏପରି ବୟାନ ପରେ ଏବେ ପାୱାର କରିଡରରେ ଛନକା ପଶିଛି । କାହିଁକି ସାଧା କାଗଜରେ ଦସ୍ତଖତ ନେଲେ ଇଡି ଅଧିକାରୀ । ସାଧା କାଗଜରେ ଦସ୍ତଖତ ନେଇ ଇଡି କଣ ପ୍ଲାନ୍ କରିଛି । ଅର୍ଚ୍ଚନାଙ୍କୁ ନେଇ କଣ ପ୍ଲାନ୍ କରିଛି ଇଡି । କିଛି ହେଭିୱେଟଙ୍କୁ ଏହି କେସ ଜରିଆରେ ଯୋଡିବାକୁ ଏହା ପ୍ରୟାସ ନୁହେଁ ତ । ସାଧା କାଗଜରେ ଅର୍ଚ୍ଚନାଙ୍କ ବୟାନ ଆଧାରରେ କିଛି ହେଭିୱେଟଙ୍କ ନାମ ଯୋଡି ତାଲିକା ପ୍ରସ୍ତୁତ କରାଯିବ ନା ଅର୍ଚ୍ଚନା ତଦନ୍ତ ବେଳେ ଚୁପ୍ ରହିବାରୁ ଅର୍ଚ୍ଚନାଙ୍କ ମୁହଁରୁ ନୁହେଁ ତାଙ୍କ ଦସ୍ତଖତରୁ କିଛି ବଡ଼ କେସ ଖଞ୍ଜିବାକୁ ଚାହୁଁଛି ଇଡି । ଯେପରି ଅର୍ଚ୍ଚାନଙ୍କ ସହ ଅନେକ ହେଭିୱେଟଙ୍କ ଫୋଟୋ ସାମ୍ନାକୁ ଆସିଥିଲା, ସେହିପରି ବଡ଼ ବଡ଼ ହେଭିୱେଟଙ୍କୁ ଏହି କେସରେ ଟାଣିବାକୁ ଏହା ଷଡ଼ଯନ୍ତ୍ର ମଧ୍ୟ ହୋଇପାରେ ।