ଓଡିଶା

odisha

ବଢୁଛି ଖରା, ବସିଲା ବିଏମସିର ଗୁରୁତ୍ୱପୂର୍ଣ୍ଣ ବୈଠକ

By

Published : Mar 11, 2023, 10:34 PM IST

ଅସହ୍ୟ ଦେଲାଣି ତାତି । ଗ୍ରୀଷ୍ମ ପ୍ରବାହ ଜନିତ ପଦକ୍ଷେପ ସଂପର୍କରେ ବିଏମ୍ସି ର ସମୀକ୍ଷା ବୈଠକ। ଅଧିକ ପଢ଼ନ୍ତୁ

ଅସହ୍ୟ ଦେଲାଣି ତାତି
ଅସହ୍ୟ ଦେଲାଣି ତାତି

ଭୁବନେଶ୍ବର:ରାଜ୍ୟରେ ଦେଖା ଦେଲାଣି ଗ୍ରୀଷ୍ମ ପ୍ରବାହ । ଏବେ ଠାରୁ ଅସହ୍ୟ ଦେଲାଣି ତାତି । ଖରାଦାଉରେ ଅସ୍ତବ୍ୟସ୍ତ ରାଜ୍ୟବାସୀ । ଏଣୁ ଖରା ଦିନିଆ ଜଳ ସମସ୍ୟା ସମାଧାନ ନିମନ୍ତେ ସରକାରଙ୍କ ପକ୍ଷରୁ ତ୍ବରିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବାର ଆବଶ୍ୟକତା ଦେଖାଯାଇଛି । ଗ୍ରୀଷ୍ମ ପ୍ରବାହ ପଦକ୍ଷେପ ସଂପର୍କରେ ବିଏମ୍ସି ର ସମୀକ୍ଷା ବୈଠକ । ଚଳିତ ଗ୍ରୀଷ୍ମ ପ୍ରବାହ ନିମନ୍ତେ କ’ଣ ସବୁ ପ୍ରସ୍ତୁତି ରହିଛି ବିଏମସି ପକ୍ଷରୁ ଏନେଇ ଆଇସିଓଏମ୍ସି ସମ୍ମିଳନୀ କକ୍ଷରେ ଆଲୋଚନା କରାଯାଇଛି। ଭୁବନେଶ୍ୱର ମହାନଗର ନିଗମର କମିଶନର ବିଜୟ ଅମୃତା କୁଲାଙ୍ଗେଙ୍କ ଅଧ୍ୟକ୍ଷତାରେ ଏହି ବୈଠକ ହୋଇ ବସିଥିଲା । ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ବିଭିନ୍ନ ପଦକ୍ଷେପ ଏବଂ ଆବଶ୍ୟକୀୟ ସହଯୋଗ ବାବଦରେ ଆଲୋଚନା କରାଯାଇଥିଲା ।

ଏହାସହ ବିଏମ୍ସିର ସମସ୍ତ ଅଧିକାରୀ ଏବଂ ସମସ୍ତ ସଂଯୁକ୍ତ ବିଭାଗ ନିଜ ନିଜର କାର୍ଯ୍ୟକୁ କିପରି କରୁଛନ୍ତି ତାହାର ବିବରଣ ଦେଇଥିଲେ । ବିଶେଷ ଭାବେ ସ୍ୱାସ୍ଥ୍ୟ ସେବାକୁ ଗୁରୁତ୍ୱ ଦିଆଯାଇଛି । ଏଥିପାଇଁ ସଂପୃକ୍ତ ଅତିରିକ୍ତ ସହରାଞ୍ଚଳ ଜନସ୍ୱାସ୍ଥ୍ୟ ଓ ମୁଖ୍ୟ ମ୍ୟୁନିସିପାଲ ସ୍ୱାସ୍ଥ୍ୟ ଅଧିକାରୀ ଗ୍ରୀଷ୍ମ ପ୍ରବାହ ସମୟରେ କିପରି ଉପଯୁକ୍ତ ପଦକ୍ଷପ ଗ୍ରହଣ କରିହେବ ସେନେଇ ଆଲୋଚନା କରିଥିଲେ । ଅନ୍ୟପଟେ ଡ଼ାକ୍ତରଖାନାରେ ଶୀତତାପ ନିୟନ୍ତ୍ରିତ କକ୍ଷ, ଓଆରଏସ୍ ଆବଶ୍ୟକୀୟ ଔଷଧ ମହଜୁଦ୍ ରଖିବା , ସବୁ ସମୟରେ ଡ଼ାକ୍ତର ଓ ନର୍ସଙ୍କ ଉପସ୍ଥିତିକୁ ସୁନିଶ୍ଚିତ କରିବାକୁ କୁହାଯାଇଛି ।

ଯଦିଓ ସରକାରୀ ସ୍ୱାସ୍ଥ୍ୟକେନ୍ଦ୍ର ଗୁଡ଼ିକ ସକାଳ ୮ଟାରୁ ଦିବା ୧୧ ଘଟିକା ଏବଂ ଅପରାହ୍ନ ୪ଟାର ସନ୍ଧ୍ୟା ୮ଟା ପର୍ଯ୍ୟନ୍ତ ଖୋଲା ରହୁଛି, ଗ୍ରୀଷ୍ମ ପ୍ରବାହ ଜନିତ ସେବା ପ୍ରଦାନ ପାଇଁ ଦିନ ୧୧ଟାରୁ ଅପରାହ୍ନ ୪ଟା ମଧ୍ୟରେ ପାଳି କରି ଡ଼ାକ୍ତର ଏବଂ ନର୍ସଙ୍କୁ ଦାୟିତ୍ୱ ଦେବା ପାଇଁ କୁହାଯାଇଛି । ଜୋନ୍ ଅଧିକାରୀମାନେ ଏହାକୁ ଦେଖି ସମୀକ୍ଷା କରିବାକୁ କୁହାଯାଇଛି । ସେହିପରି ଗ୍ରୀଷ୍ମ ପ୍ରବାହ ଜନିତ ସ୍ୱାସ୍ଥ୍ୟ ସମସ୍ୟା ପାଇଁ ଡ଼ାକ୍ତରଙ୍କ ସହାୟତା ମିଳିବାକୁ ନିଶ୍ଚିତ କରାଇବା ଏବଂ କୌଣସି ବ୍ୟକ୍ତି ଯେପରି ମୃତାହାତ ନହୁଅନ୍ତି ସେଥିପ୍ରତି ଗୁରୁତ୍ୱାରୋପ କରାଯାଇଛି ।

ସେହିପରି ସମସ୍ତ ଅଙ୍ଗନବାଡ଼ି କେନ୍ଦ୍ରରେ ଅନ୍ୟୂନ୍ୟ ୧୦ ପ୍ୟାକେଟ୍ ଲେଖାଏଁ ଓଆରଏସ୍ ରଖିବା, ଶିଶୁମାନେ ଆସିବା ସମୟରେ ଏବଂ ଫେରିବା ପୂର୍ବରୁ ସେମାନଙ୍କୁ ପାଣି ପିଆଇବା ଉପରେ ଗୁରୁତ୍ୱ ଦିଆଯାଇଛି । ସଂପୃକ୍ତ ସିଡିପିଓ ଓଆରଏସ୍‌ର ଆବଶ୍ୟକତା ପାଇଁ ଚିଠି ଦେବାକୁ କୁହଯାଇଛି । ବ୍ଲକ୍ ଶିକ୍ଷାଧିକାରୀମାନେ ବିଦ୍ୟାଳୟଗୁଡ଼ିକରେ ଛାତ୍ରଛାତ୍ରୀମାନଙ୍କୁ ଗ୍ରୀଷ୍ମ ପ୍ରବାହର ପ୍ରତିଷେଧକ ବ୍ୟବସ୍ଥା ବାବଦରେ ଶିକ୍ଷା ଦେବାକୁ କୁହାଯାଇଛି । ଜଳଛତ୍ର ଖୋଲାଯାଉଥିବା ସମୟରେ ସେବାପ୍ରଦାନକାରୀ ମାନେ ନିଶ୍ଚିତ ଭାବରେ ଦିବା ୯ଘଟିକାରୁ ଅପରାହ୍ନ ୪ ଘଟିକା ପର୍ଯ୍ୟନ୍ତ ନିଶ୍ଚିତ ସେବା ପ୍ରଦାନ ସହ ବ୍ୟବସ୍ଥାକୁ ତ୍ରୁଟିଶୂନ୍ୟ ହେବା ନେଇ ଜେଡିସିମାନଙ୍କୁ ଦାୟିତ୍ୱ ଦିଆଯାଇଛି । ଅନ୍ୟପଟେ ଅଳିଆ ଆବର୍ଜନା ଜଳାଇଲେ ୧୦ହଜାର ଟଙ୍କା ଯାଏଁ ଆଦାୟ କରାଯିବାକୁ ନିର୍ଦ୍ଦେଶ ଦିଆଯାଇଛି ।

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details