ଓଡିଶା

odisha

ଖୋର୍ଦ୍ଧାରେ ରେକର୍ଡ ଭାଙ୍ଗିଲା କୋରୋନା, ଗୋଟିଏ ଦିନରେ 81 ଆକ୍ରାନ୍ତ ଚିହ୍ନଟ

By

Published : Jul 29, 2020, 11:40 AM IST

ରାଜ୍ୟରେ ଦ୍ରୁତ ଗତିରେ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଉଥିବା ବେଳେ ବୁଧବାର ଖୋର୍ଦ୍ଧାରୁ ସର୍ବାଧିକ ୮୧ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

_corona
ଖୋର୍ଦ୍ଧାରେ ରେକର୍ଡ ଭାଙ୍ଗିଲା କୋରୋନା

ଖୋର୍ଦ୍ଧା: ରାଜ୍ୟରେ ଦ୍ରୁତ ଗତିରେ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଉଥିବା ବେଳେ ବୁଧବାର ଖୋର୍ଦ୍ଧାରୁ ସର୍ବାଧିକ ୮୧ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

ଏପଟେ ଖୋର୍ଦ୍ଧା ପୌରାଞ୍ଚଳରୁ ୨ ଜଣ କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିଲା ବେଳେ ୭ଜଣ ପୋଲିସ କର୍ମଚାରୀ କୋରୋନା ପଜେଟିଭି ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ଜଣେ ଜେଲ କର୍ମଚାରୀ ଥିବାବେଳେ ୬ ଜଣ ଆଇଟିବିପି କର୍ମଚାରୀ ରହିଛନ୍ତି ।

ଜିଲ୍ଲା ମଧ୍ୟରେ ସର୍ବାଧିକ ବାଣପୁର ବ୍ଲକରୁ ୨୫ ଜଣ, ବାଲୁଗାଁରୁ ୧୫ ଜଣ, ଟାଙ୍ଗୀ ବ୍ଲକରୁ ୧୬ ଜଣ, ଜଟଣୀରୁ ୫ ଜଣ, ବେଗୁନିଆ ୨ ଜଣ, ମେଣ୍ଢାସାଳ ଜଣେ, ବାଲିପାଟଣା ୨ ଜଣ ଏବଂ ବୋଲଗଡ଼ ବ୍ଲକରୁ ଜଣେ କୋରୋନା ପଜେଟିଭି ଚିହ୍ନଟ ହୋଇଥିବା ଜିଲା ପ୍ରଶାସନ ପକ୍ଷରୁ ସୂଚନା ମିଳିଛି ।

ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ

ABOUT THE AUTHOR

...view details