ଓଡିଶା

odisha

୧୦୬ଟି ବିଦ୍ୟାଳୟରେ ଖୋଲିବ ଏକାଦଶ ଶ୍ରେଣୀ, ନାମ ଲେଖାଇ ପାରିବେ ଯୁକ୍ତ ଦୁଇ ଆବେଦନକାରୀ

By

Published : May 23, 2023, 9:20 AM IST

୨୦୨୩-୨୪ ଶିକ୍ଷାବର୍ଷରେ ରାଜ୍ୟରେ ୧୦୬ ଗୋଟି ଉନ୍ନିତ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଏକାଦଶ ଶ୍ରେଣୀରେ ପାଠ ପଢ଼ାଯିବ । ୧୦୦ ଗୋଟି ବିଦ୍ୟାଳୟରେ କଳା ଓ ୬ ଗୋଟି ବିଦ୍ୟାଳୟରେ ବିଜ୍ଞାନ ବିଷୟରେ ଶିକ୍ଷାଦାନ କରାଯିବ । ଅଧିକ ପଢ଼ନ୍ତୁ

11th class will open higher secondary school
11th class will open higher secondary school

ଭୁବନେଶ୍ବର: ଏଣିକି ବିଦ୍ୟାଳୟରେ ଖୋଲିବ ଏକାଦଶ ଶ୍ରେଣୀ । ୨୦୨୩-୨୪ ଶିକ୍ଷାବର୍ଷରେ ରାଜ୍ୟରେ ୧୦୬ ଗୋଟି ଉନ୍ନିତ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଏକାଦଶ ଶ୍ରେଣୀ ଖୋଲାଯିବ । ଏନେଇ ବିଶେଷ ଭାବରେ ରାଜ୍ୟ ସରକାରଙ୍କ ପକ୍ଷରୁ ଅନେକ ପଦକ୍ଷେପ ନିଆଯାଇଛି । ଏଥି ମଧ୍ୟରୁ ୧୦୦ ଗୋଟି ବିଦ୍ୟାଳୟରେ କଳା ଓ ୬ ଗୋଟି ବିଦ୍ୟାଳୟରେ ବିଜ୍ଞାନ ବିଷୟରେ ଶିକ୍ଷାଦାନ କରାଯିବ । ଏହି ବିଦ୍ୟାଳୟଗୁଡ଼ିକରେ ଦୁଇ ଗୋଟି ଲେଖାଏଁ ସେକ୍ସନ ଖୋଲିବା ପାଇଁ ସ୍ଥିର ହୋଇଛି । ପ୍ରତ୍ୟେକ ସେକ୍ସନରେ ୬୪ ଜଣ ଲେଖାଏଁ ମୋଟ ୧୨୮ ଛାତ୍ରଛାତ୍ରୀ ନାମ ଲେଖାଇବେ ।

ଏହାଦ୍ୱାରା ରାଜ୍ୟରେ ୧୦୬ ଗୋଟି ସରକାରୀ ବିଦ୍ୟାଳାୟରେ ମୋଟ ୧୩,୪୬୮ ସିଟ ନାମ ଲେଖା ପାଇଁ ବୃଦ୍ଧି ପାଇବ । ସମ୍ପ୍ରତି ବିଦ୍ୟାଳୟର ପ୍ରଧାନଶିକ୍ଷକମାନେ ଭାରପ୍ରାପ୍ତ ଅଧ୍ୟକ୍ଷ ଭାବରେ କାର୍ଯ୍ୟ କରିବା ପାଇଁ ସେମାନଙ୍କୁ ରାଜ୍ୟସ୍ତରରେ ତାଲିମ ଦିଆଯାଇଛି । ଏହି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟଗୁଡ଼ିକରେ ଶିକ୍ଷାଦାନ ପାଇଁ ଅତିଥି ଶିକ୍ଷକ ନିଯୋଜନ ପ୍ରକ୍ରିୟା ବିଦ୍ୟାଳୟ ସ୍ତରରେ ଚାଲୁ ରହିଛି । ତେବେ ନାମ ଲେଖାଇବା ପାଇଁ ଖୁବ ଶୀଘ୍ର ବିଜ୍ଞପ୍ତି ପ୍ରକାଶ ପାଇବ ।

100 ଗୋଟି ବିଦ୍ୟାଳୟରେ କଳା ବିଭାଗ ଥିବା ସ୍କୁଲ...

ଅନୁଗୁଳ ଜିଲ୍ଲାରେ ଗୋଟିଏ ସ୍କୁଲ ରହିଥିବା ବେଳେ ବାଲେଶ୍ବରରେ ମଧ୍ୟ ଗୋଟିଏ ସ୍କୁଲ ରହିଛି । ସେହିଭଳି ବରଗଡ଼ ଜିଲ୍ଲାରେ 2ଟି, ଭଦ୍ରକରେ ଗୋଟିଏ, ବଲାଙ୍ଗୀରରେ 8ଟି, ଦେଓଗଡ଼ରେ 4ଟି, ବୌଦ୍ଧରେ 2ଟି, କଟକରେ 2ଟି, ଢ଼େଙ୍କାନାଳରେ ଗୋଟିଏ , ଗଜପତିରେ 2ଟି, ଗଞ୍ଜାମରେ 9ଟି, ଜଗତସିଂହପୁରରେ 2ଟି, ଯାଜପୁରରେ ଗୋଟିଏ, ଝାରସୁଗୁଡ଼ାରେ ଗୋଟିଏ, କଳାହାଣ୍ଡିରେ 8ଟି, କନ୍ଧମାଳରେ 4ଟି ବିଦ୍ୟାଳୟରେ କଳାବିଭାଗ ରହିବ । ସେହିପରି କେନ୍ଦ୍ରାପଡ଼ାରେ 2ଟି, କେନ୍ଦୁଝରରେ 6ଟି, ଖୋର୍ଦ୍ଧାରେ ଗୋଟିଏ , କୋରାପୁଟରେ 4ଟି , ମାଲକାନଗିରିରେ 6ଟି, ମୟୂରଭଞ୍ଜରେ 2ଟି, ନବରଙ୍ଗପୁରରେ 7ଟି, ନୟାଗଡ଼ରେ ଗୋଟିଏ, ନୂଆପଡ଼ାରେ 6ଟି, ପୁରୀରେ ଗୋଟିଏ, ରାୟଗଡ଼ାରେ 4ଟି, ସୋନପୁରରେ ଗୋଟିଏ , ସମ୍ବଲପୁରରେ 4ଟି ଏବଂ ସୁନ୍ଦରଗଡରେ 6ଟି ଉନ୍ନିତ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ହେବ ନାମଲେଖା ।

ଅନ୍ୟପଟେ ୬ଟି ବିଦ୍ୟାଳୟରେ ବିଜ୍ଞାନ ବିଷୟରେ ଶିକ୍ଷାଦାନ କରାଯିବ । ରାୟଗଡ଼ା କୋରାପୁଟ, ଗଜପତି ଏବଂ ମାଲକାନଗିରିରେ ଗୋଟିଏ ଲେଖାଏଁ ସ୍କୁଲ, ନବରଙ୍ଗପୁରରେ ଦୁଇଟି ସ୍କୁଲରେ ବିଜ୍ଞାନ ବିଷୟରେ ଶିକ୍ଷାଦାନ ଦିଆଯିବ ।


ସୂଚନା ଅନୁଯାୟୀ, ଚଳିତବର୍ଷ ଦଶମ ଶ୍ରେଣୀରେ ରେଗୁଲାର ଓ ଏକ୍ସ-ରେଗୁଲାର ପିଲାଙ୍କୁ ମିଶାଇ ମୋଟ ୫ ଲକ୍ଷ ୮ ହଜାର ୪୦୪ ଛାତ୍ରଛାତ୍ରୀ ଉତ୍ତୀର୍ଣ୍ଣ ହୋଇଛନ୍ତି । ରାଜ୍ୟରେ ୨୦୬୭ଟି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଥିବାବେଳ ଯୁକ୍ତ ଦୁଇରେ ମୋଟ ୫ ଲକ୍ଷ ୯ ହଜାର ଆସନ ରହିଛି । ସେଥିରୁ କଳାରେ ୨ ଲକ୍ଷ ୭୭ ହଜାର ୩୮୮, ବିଜ୍ଞାନରେ ୧ ଲକ୍ଷ ୬୩ ହଜାର ୩୦୪, ବାଣିଜ୍ୟରେ ୪୫ ହଜାର ୩୩୨ ଏବଂ ସଂସ୍କୃତରେ ୧୩ ହଜାର ୩୩୨ଟି ଆସନ ରହିଛି । ତେବେ ଯୁକ୍ତ ଦୁଇ ପାଇଁ ଯେଉଁ ଭଳି ଭାବରେ ସିଟ ବୃଦ୍ଧି ପାଇବାକୁ ନେଇ ଛାତ୍ରଛାତ୍ରୀ ଦ୍ଵନ୍ଦରେ ରହିଛନ୍ତି ତାହା ବର୍ତ୍ତମାନ କିଛି ମାତ୍ରାରେ ସମାଧାନ ହୋଇପାରିଛି ।

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details