ଓଡିଶା

odisha

ଚିନ୍ତା ବଢାଉଛି ଡାଇବେଟିସ୍‌, ଅଧିକ ଆକ୍ରାନ୍ତ ହେଉଛନ୍ତି ଯୁବବର୍ଗ

By

Published : Aug 7, 2023, 12:01 PM IST

ରିସର୍ଚ୍ଚ ସୋସାଇଟି ଫର୍‌ ଦ ଷ୍ଟଡି ଅଫ୍‌ ଡାଇବେଟିସ୍ ଇନ୍ ଇଣ୍ଡିଆର ୧୧ ତମ ବାର୍ଷିକ ସମ୍ମିଳନୀ ହେବ ଅନୁଷ୍ଠିତ। ଏଥିରେ ଏକ ହଜାରରୁ ଊର୍ଦ୍ଧ୍ବ ଡାକ୍ତରଙ୍କ ସହ ଦେଶ ବିଦେଶରୁ ଖ୍ୟାତିନାମା ବିଶେଷଜ୍ଞମାନେ ଯୋଗ ଦେବେ। ଅଧିକ ପଢନ୍ତୁ

11th Annual Conference
11th Annual Conference

ଚିନ୍ତା ବଢାଉଛି ଡାଇବେଟିସ୍‌

ଭୁବନେଶ୍ବର:ଦେଶ ତଥା ରାଜ୍ୟରେ ସାଙ୍ଘାତିକ ହେଉଛି ଡାଇବେଟିସ । ଛୋଟଠାରୁ ଆରମ୍ଭ କରି ବୟସ୍କ ଲୋକଙ୍କ ପର୍ଯ୍ୟନ୍ତ ସମସ୍ତେ ଡାଇବେଟିସ ବା ମଧୁମେହରେ ଆକ୍ରାନ୍ତ ହେଉଛନ୍ତି । ଏନେଇ ରିସର୍ଚ୍ଚ ସୋସାଇଟି ଫର୍‌ ଦ ଷ୍ଟଡି ଅଫ୍‌ ଡାଇବେଟିସ୍ ଇନ୍ ଇଣ୍ଡିଆର ଏକ ସମ୍ମିଳନୀ ଅନୁଷ୍ଠିତ ହେବ । ଏହି ୧୧ତମ ବାର୍ଷିକ ଏହି ସମ୍ମିଳନୀରେ ଏକ ହଜାରରୁ ଊର୍ଦ୍ଧ୍ବ ଡାକ୍ତରଙ୍କ ସହ ଦେଶ ବିଦେଶରୁ ଖ୍ୟାତିନାମା ବିଶେଷଜ୍ଞମାନେ ଯୋଗ ଦେବେ ।

ତେବେ ଏହି ସମ୍ମିଳନୀରେ ମଧୁମେହ ଉପରେ ଆଲୋଚନା କରାଯିବ । ଆଉ ଏଥିରେ ଓଡ଼ିଶାର ଉପାନ୍ତ ଅଞ୍ଚଳରେ କାର୍ଯ୍ୟରତ ଡାକ୍ତର ଜ୍ଞାନ ପାଇ ପାରିବେ । ଯାହା ଦ୍ବାରା ତୃଣମୂଳ ସ୍ତରରେ ରୋଗୀଙ୍କୁ ଅତ୍ୟାଧୁନିକ ଚିକିତ୍ସା ଯୋଗାଇବାରେ ସହାୟକ ହୋଇପାରିବେ ବୋଲି ଏକ ସାମ୍ବାଦିକ ସମ୍ମିଳନୀରେ ସାଇଣ୍ଟିଫିକ୍‌ ଚେୟାରମ୍ୟାନ୍‌ ପ୍ରଫେସର ଡାକ୍ତର ଜୟନ୍ତ କୁମାର ପଣ୍ଡା ସୂଚନା ଦେଇଛନ୍ତି। ଅଗଷ୍ଟ ୧୨ ତାରିଖରେ ଏକ ଘରୋଇ ହୋଟେଲ୍‌ରେ ଏହି ସମ୍ମଳନୀ ଆୟୋଜିତ ହେବ ।

ପ୍ରଫେସର ପଣ୍ଡା କହିଛନ୍ତି, ଡାଇବେଟିସ୍‌ ଏକ ରୋଗ ନୁହେଁ । ଏହା ବହୁ ରୋଗର ବାହକ । ତେଣୁ ସମସ୍ତେ ଡାଇବେଟିସ୍‌ ଉପରେ ସଚେତନ ହେବା ଆବଶ୍ୟକ । ଓଡ଼ିଶାରେ ପାଖାପାଖି ୮୭ ଲକ୍ଷ ମଧୁମେହ ରୋଗୀ ଅଛନ୍ତି । ଏହା ବ୍ୟତୀତ ପ୍ରାଥମିକ ଅବସ୍ଥାରେ ମଧ୍ୟ ରୋଗୀ ଅଛନ୍ତି । ଏହି ପ୍ରାଥମିକ ଅବସ୍ଥାରେ ପୀଡ଼ିତ ଆରମ୍ଭରୁ ଚିକିତ୍ସା ପାଇପାରିବେ । ଯାହା ଫଳରେ ରୋଗକୁ ନିୟନ୍ତ୍ରଣରେ ରଖାଯାଇପାରିବ । ବର୍ତ୍ତମାନ ସମୟରେ କମ୍‌ ବୟସ୍କଙ୍କ କ୍ଷେତ୍ରରେ ମଧ୍ୟ ଅନିୟନ୍ତ୍ରିତ ମଧୁମେହ ଦେଖା ଦେଇଥିଲା । ଅଧିକାଂଶ ଯୁବବର୍ଗ ଏହାକୁ ନେଇ ଚିନ୍ତିତ ରହୁଛନ୍ତି ।

ଅନ୍ୟପଟେ ରାଜ୍ୟ ସରକାର ମେକ୍‌ ଇନ୍‌ ଇଣ୍ଡିଆ କଥା କହୁଥିବା ବେଳେ ଉକ୍ତ ସମ୍ମିଳନୀ ଦ୍ବାରା ବିଭିନ୍ନ କମ୍ପାନୀଙ୍କ ଦୃଷ୍ଟି ଆକର୍ଷଣ କରାଯିବ। ଓଡ଼ିଶାର ମେଡିସିନ୍‌ ଶିଳ୍ପ ପାଇଁ କ୍ଷେତ୍ର ପ୍ରସ୍ତୁତ ହୋଇପାରିବ । ସ୍ୱଳ୍ପ ଦରରେ ଯେପରି ଅତି ଉନ୍ନତ ଔଷଧ ଭାରତ ତଥା ଓଡ଼ିଶାରେ ମିଳିପାରିବ ସେନେଇ କ୍ଷେତ୍ର ପ୍ରସ୍ତୁତି କରାଯିବ ବୋଲି କହିଛନ୍ତି ।

ଏହା ମଧ୍ୟ ପଢନ୍ତୁ- ଆସନ୍ତା ୧୦ରେ ଦିଆଯିବ କୃମିନାଶକ ଔଷଧ, ଅଙ୍ଗନବାଡ଼ି କେନ୍ଦ୍ର ସହିତ ବିଦ୍ୟାଳୟରେ ହେବ ବଣ୍ଟନ

ସେହିପରି ଡାକ୍ତର ଉତ୍କଳ କିଶୋରୀ ଖାଡଙ୍ଗା କହିଛନ୍ତି ଯେ, ସାରା ଦେଶରେ ୧୦ କୋଟିରୁ ଅଧିକ ଡାଇବେଟିସ ବା ମଧୁମେହ ରୋଗୀ ରହିଛନ୍ତି । ଦେଢ଼ କୋଟି ପ୍ରି ଡାଇବେଟିସ ରୋଗୀ ରହିଛନ୍ତି । ତେବେ କିଭଳି ଭାବରେ ସେମାନଙ୍କ ଟେଲି ମେଡ଼ିସିନ ମାଧ୍ୟମରେ ସମାଧାନ କରାଯାଇ ପାରିବ ସେନେଇ ବିସ୍ତୃତ ଭାବରେ ଆଲୋଚନା କରାଯିବ । ପୂର୍ବରୁ ୩୦ ବର୍ଷ ପରେ ଡାଇବେଟିସ ହେଉଥିଲା ଏବେ କିନ୍ତୁ ଛୋଟଛୋଟ ପିଲାଏ ମଧ୍ୟ ଡାଇବେଟିସ ଭଳି ରୋଗରେ ପୀଡ଼ିତ ହେଉଛନ୍ତି । ରିସର୍ଚ୍ଚ ସୋସାଇଟି ଫର୍‌ ଦ ଷ୍ଟଡି ଅଫ୍‌ ଡାଇବେଟିସ୍ ଇନ୍ ଇଣ୍ଡିଆ ପକ୍ଷରୁ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଅଧ୍ୟକ୍ଷ ପ୍ରଫେସର ଅଭୟ ସାହୁ, ସାଧାରଣ ସମ୍ପାଦକ ଡାକ୍ତର ରମେଶ ଗୋଏଙ୍କା, ସାଂଗଠନିକ ସମ୍ପାଦକ ଡାକ୍ତର ଉତ୍କଳ କିଶୋର ଖାଡଙ୍ଗା, ସାଂଗଠନିକ ସହ ସମ୍ପାଦକ ଡାକ୍ତର ଶ୍ରୀକାନ୍ତ ଧର ପ୍ରମୁଖ ଉପସ୍ଥିତ ରହିଥିଲେ ।


ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details