କେନ୍ଦୁଝର:କୋରୋନା କଟକଣା ମଧ୍ୟରେ ଜିଲ୍ଲାର ଆରାଧ୍ୟ ଦେବୀ ଘଟଗାଁ ମା' ତାରିଣୀଙ୍କ ଦର୍ଶନ ଚାଲୁ ରହିଛି । ପର୍ଯ୍ୟଟନ ଋତୁ ଥିବାରୁ ମନ୍ଦିରରେ ଦର୍ଶନାର୍ଥୀଙ୍କ ସଂଖ୍ୟା ବୃଦ୍ଧି ପାଉଛି । ଏହି ଭିଡ଼କୁ ଲକ୍ଷ୍ୟରେ ରଖି ଆସନ୍ତା ବଡ଼ଦିନ ଓ ନୂତନ ବର୍ଷରେ ମନ୍ଦିରରେ ସାଧାରଣ ଦର୍ଶନ ବନ୍ଦ ରହିବ ବୋଲି ଟ୍ରଷ୍ଟ ପକ୍ଷରୁ ସୂଚନା ଦିଆଯାଇଛି ।
ଆସନ୍ତା ବଡ଼ଦିନ ଓ ନୂତନ ବର୍ଷରେ ଭିଡ଼ ଅଧିକ ହେବାର ସମ୍ଭାବନା ରହିଛି । ଏଣୁ ଆସନ୍ତା ୨୫, ୨୬, ୩୧ ଏବଂ ୨୦୨୨ ଜାନୁଆରୀ ମାସ ୧ ଓ ୨ତାରିଖରେ ମା' ତାରିଣୀଙ୍କ ସାଧାରଣ ଦର୍ଶନ ବନ୍ଦ ରହିବ ବୋଲି ମନ୍ଦିର ଟ୍ରଷ୍ଟ ପକ୍ଷରୁ ସୂଚନା ଦିଆଯାଇଛି ।