ଓଡିଶା

odisha

ଘରେ ପଶିଗଲା ଭାଲୁ, ଲୋକେ ଆତଙ୍କିତ

By

Published : Oct 13, 2020, 12:16 PM IST

ଘରଭିତରେ ପଶିଲା ହାତୀ । ବିଳମ୍ବିତ ରାତିରେ ଘର ଭିତରେ ଭାଲୁକୁ ଦେଖି ଲୋକେ ଆତଙ୍କିତ । ଅଧିକ ପଢନ୍ତୁ...

ଘରେ ପଶିଲା ଭାଲୁ
ଘରେ ପଶିଲା ଭାଲୁ

କେନ୍ଦୁଝର: ଘରଭିତରକୁ ପଶିଲା ହାତୀ । ବିଳମ୍ବିତ ରାତିରେ ଘର ଭିତରେ ଭାଲୁକୁ ଦେଖି ଲୋକେ ଆତଙ୍କିତ । ଏପରି ଏକ ଘଟଣା କେନ୍ଦୁଝର ଜିଲ୍ଲା ଆନନ୍ଦପୁର ବନଖଣ୍ଡ ଅଧିନସ୍ଥ ପୁରୁଣାବାନ୍ଦଗୋଡା ଗାଁରେ ଦେଖିବାକୁ ମିଳିଛି ।

ସୂଚନା ଅନୁଯାୟୀ, ଗାଁର ବୈକୁଣ୍ଠ ମହାନ୍ତିଙ୍କ ଘରେ ସୋମବାର ବିଳମ୍ବିତ ରାତିରେ ଭାଲୁ ପଶି ଯାଇଥିଲା । ଅଚାନକ ଭାଲୁକୁ ଦେଖି ପରିବାର ଲୋକେ ଆତଙ୍କିତ ହୋଇ ପଡିଥିଲେ । ଏଖବର ପାଇ ବନ ବିଭାଗ କର୍ମଚାରୀ ତଥା ଗ୍ରାମବାସୀ ଘଟଣାସ୍ଥଳରେ ପହଞ୍ଚି ଭାଲୁକୁ ସୁରକ୍ଷିତ ଭାବେ ନିକଟସ୍ଥ ଜଙ୍ଗଲରେ ଛାଡି ଦେଇଥିଲେ । ତେବେ ଏପରି ଭାବେ ଘରେ ଭାଲୁ ପଶିଯିବା ଗ୍ରାମର ପ୍ରଥମ ଘଟଣା, ଯାହାକୁ ନେଇ ଗ୍ରାମବାସୀ ଆତଙ୍କିତ ଅଛନ୍ତି ।

କେନ୍ଦୁଝରରୁ ସ୍ମୃତି ରଞ୍ଜନ ବିହାର, ଇଟିଭି ଭାରତ

ABOUT THE AUTHOR

...view details