ଓଡିଶା

odisha

ରେଳ ଟିକେଟ୍‌ କଳାବଜାରୀ ଘଟଣାରେ ବ୍ୟବସାୟୀ ଗିରଫ

By

Published : Dec 14, 2020, 9:38 AM IST

ଟିକେଟ୍ କଳାବଜାରୀ ଅଭିଯୋଗରେ କେନ୍ଦ୍ରାପଡା ବେଲତଳ ଗାଁର ସୀତାରାମ ପଣ୍ଡାଙ୍କୁ ଗିରଫ କରିଛି ପାରାଦୀପ ପୋଲିସ । ଅଧିକ ପଢନ୍ତୁ...

ରେଲୱେ ଟିକେଟ କଳାବଜାରୀ ଘଟଣା, ବ୍ୟବସାୟୀ ଗିରଫ
ରେଲୱେ ଟିକେଟ କଳାବଜାରୀ ଘଟଣା, ବ୍ୟବସାୟୀ ଗିରଫ

କେନ୍ଦ୍ରାପଡା: ଜଣେ ଟ୍ରେନ ଟିକେଟ୍‌ ହ୍ୟାକରୁ ଗିରଫ କଲା ପାରାଦୀପ ରେଲୱେ ପୋଲିସ । ସୂଚନା ଅନୁଯାୟୀ, କେନ୍ଦ୍ରାପଡା ପଟ୍ଟାମୁଣ୍ଡାଇ ଥାନା ଡାକବଙ୍ଗଳା ଛକରେ ଏକ ଡିଟିପି ଓ ଜେରକ୍ସ ଦୋକାନ କରିଥିବା ବେଲତଳ ଗାଁର ସୀତାରାମ ପଣ୍ଡା ଦୀର୍ଘ ଦିନ ଧରି ରେଲୱେ ସାଇଡକୁ ହ୍ୟାକ କରି ଟିକେଟ କଳାବଜାରୀ କରୁଥିବା ପାରାଦୀପ ରେଲୱେ ଥାନାରେ ଅଭିଯୋଗ ହୋଇଥିଲା।

ରେଲୱେ ଟିକେଟ କଳାବଜାରୀ ଘଟଣା, ବ୍ୟବସାୟୀ ଗିରଫ

ଏନେଇ ରବିବାର ପାରାଦୀପ ରେଲୱେ ପୋଲିସ ଡାକବଙ୍ଗଳା ଛକରେ ଥିବା ସୀତାରାମଙ୍କ ଦୋକାନ ଉପରେ ଚଢାଉ କରି ଏକ ମୋବାଇଲ ଫୋନ, ଲ୍ୟାପଟପ, ପ୍ରିଣ୍ଟର, ସିପିୟୁ, ହାର୍ଡଡିସ୍କ ସହ ରେଲଆଡ ନାମକ ଏକ ଫେକ ସାଇଡକୁ ଜବତ କରିଛି। ଏଥିସହ ଅଭିଯୁକ୍ତ ସୀତାରାମଙ୍କୁ ଗିରଫ କରି ଅଧିକ ତଦନ୍ତ ପାଇଁ ରେଲୱେ ଥାନା ପାରାଦୀପକୁ ନେଇଯାଇଥିବା ସୂଚନା ମିଳିଛି।

ପୂର୍ବରୁ ଏହି ରେଲୱେ ଟିକେଟ କଳାବଜାରୀ କରୁଥିବା ପଟ୍ଟାମୁଣ୍ଡାଇ ଅଞ୍ଚଳର ଦୁଇଜଣଙ୍କୁ ଗିରଫ କରିଥିଲା ରେଲୱେ ପୋଲିସ।

କେନ୍ଦ୍ରାପଡାରୁ ରାଧାକାନ୍ତ ମହାନ୍ତି, ଇଟିଭି ଭାରତ

ABOUT THE AUTHOR

...view details