ଓଡିଶା

odisha

ନାବାଳିକାଙ୍କ ଆତ୍ମହତ୍ୟା ଉଦ୍ୟମ, ନଦୀରୁ ଉଦ୍ଧାର କଲେ କାଉଡ଼ିଆ

By

Published : Jul 19, 2022, 9:43 AM IST

କଥାରେ ଅଛି ରଖିଲେ ଶିବ ମାରିବ କିଏ ? ଆଉ ଏହି ଉକ୍ତିଟି ଶ୍ରାବଣ ମାସର ପ୍ରଥମ ସୋମବାରରେ ପ୍ରମାଣିତ ହୋଇଛି । ବାପାଙ୍କ ସାମାନ୍ୟ ଗାଳି ପାଇଁ ଜୀବନ ହାରିବାକୁ ଯାଇ ନଦୀକୁ ଡେଇଁଥିବା ନାବାଳିକାଙ୍କୁ ଉଦ୍ଧାର କଲେ କାଉଡ଼ିଆ । ଅଧିକ ପଢ଼ନ୍ତୁ

minor girl rescued by devotees from river in kendrapara
ନାବାଳିକାଙ୍କ ଆତ୍ମହତ୍ୟା ଉଦ୍ୟମ, ନଦୀରୁ ଉଦ୍ଧାର କଲେ କାଉଡ଼ିଆ

କେନ୍ଦ୍ରାପଡ଼ା:କଥାରେ ଅଛି ରଖିଲେ ଶିବ ମାରିବ କିଏ ? ଆଉ ଏହି ଉକ୍ତିଟି ଶ୍ରାବଣ ମାସର ପ୍ରଥମ ସୋମବାରରେ ପ୍ରମାଣିତ ହୋଇଛି । ବାପାଙ୍କ ସାମାନ୍ୟ ଗାଳି ପାଇଁ ଜୀବନ ହାରିବାକୁ ଯାଇ ନଦୀକୁ ଡେଇଁଥିବା ନାବାଳିକାଙ୍କୁ ଉଦ୍ଧାର କଲେ କାଉଡ଼ିଆ । ସୂଚନା ଅନୁଯାୟୀ, ଶ୍ରାବଣ ସୋମବାର ଅବସରରେ ମହାଦେବଙ୍କୁ ଜଳଲାଗି କରିବା ପାଇଁ କେନ୍ଦ୍ରାପଡ଼ା ମହାକାଳପଡ଼ା ଥାନା ଅଳାଇଲୋ ପଞ୍ଚାୟତର ଗୋବରୀ ନଦୀର ଓରତ ଘାଟଠାରେ କାଉଡ଼ିଆ ମାନେ ପ୍ରସ୍ତୁତ ହେଉଥିଲେ ।

ଏହି ସମୟରେ ନଦୀ ମଧ୍ୟରୁ କେହିଜଣେ ବଞ୍ଚାଅ ବୋଲି ବାରମ୍ବାର ଚିତ୍କାର କରୁଥିବା ଶୁଣିବାକୁ ପାଇଥିଲେ । ନାବାଳିକା ଜଣଙ୍କୁ ଦେଖି ଘାଟ ପାଖରେ ଥିବା ଡଙ୍ଗାରେ ଉଦ୍ଧାର କରିଥିଲେ । ପ୍ରାଥମିକ ଚିକିତ୍ସା ପରେ ସେ ତାଙ୍କର ପରିଚୟ ଦେଇଥିଲେ ଏବଂ ବାପାଙ୍କ ଗାଳି ସହ୍ୟ କରିନପାରି ଏଭଳି ପଦକ୍ଷେପ ନେଇଥିବା କହିଥିଲେ । ଏହାପରେ କାଉଡ଼ିଆମାନେ ପରିବାର ଲୋକଙ୍କୁ ହସ୍ତାନ୍ତର କରିଥିଲେ ।

ଇଟିଭି ଭାରତ, କେନ୍ଦ୍ରାପଡ଼ା

ABOUT THE AUTHOR

...view details